ରାତିସାରା AC ଚଲାଉଥିଲେ କରନ୍ତୁ ଏହି ସବୁ ଉପାୟ, ନଚେତ୍ ହୋଇପାରେ କ୍ଷତି
- ଜୀବନ ଶୈଳୀ
- June 20, 2025
- No Comment
- 63
ଆଜିକାଲି ଯେଉଁ ମୁଣ୍ଡଫଟା ଖରା ହେଉଛି ଫ୍ୟାନ୍ ପବନରେ ଚଳିବା ବି କଷ୍ଟକର ହୋଇପଡୁଛି । ଗରମ ଦାଉରୁ ରକ୍ଷା ପାଇବା ପାଇଁ ଲୋକମାନେ ଏସିର ଡିଗ୍ରୀ ବଢାଇଅହରହ ରୁମ୍ ଭିତରେ ପଶି ରହୁଛନ୍ତି । ଯାହାଫଳରେ ଆରାମରେ ଲୋକେ ଶୋଇ ପଡିଥାନ୍ତି । ଏହା ଆମକୁ ଯେତିକି ଖୁସି ଦେଇଥାଏ ଆମ ସ୍ବାସ୍ଥ୍ୟ ପ୍ରତି ସେତିକି ମଧ୍ୟ କ୍ଷତିକାରକ ହୋଇଥାଏ । ଯଦି ଆପଣ ସାରା ରାତି ଏସି ରୁମରେ ସମୟ ବିତାଉଛନ୍ତି ତେବେ କିଛି କଥା ଉପରେ ଧ୍ୟାନ ରଖିବା ଆବଶ୍ୟକ । ଏସି ଚାଲୁ କରୁଥିବା ସମୟରେ କେଉଁ ସବୁ ଉପାୟ ଗ୍ରହଣ କରିବା ଉଚିତ୍ ଆସନ୍ତୁ ଜାଣିବା ।
ଏସି କିଛି ମୁହୂର୍ତ୍ତ ପାଇଁ ହୁଏ ତ ଥଣ୍ଡା ଦେଇଥାଏ ହେଲେ ଅନେକ ସ୍ବାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ କରିବାକୁ ପଡିଥାଏ । ଅଧିକ ସମୟ ଏସି ରୁମରେ ରହିବା ଦ୍ବାରା ସ୍କିନ୍ ଉପରେ ଖରାପ ପ୍ରଭାବ ପକାଇଥାଏ । କାରଣ ଏସି ଗରମ ଏବଂ ଆଦ୍ରତାକୁ ଶୋଷିତ କରିଥାଏ । ଫଳରେ ଆମ ସ୍କିନ ଡ୍ରାଏ ରହିଥାଏ । ଏସିରେ ଏତେ ପ୍ରଭାବ ଥାଏ ଯେ ସ୍କିନକୁ ନୁହେଁ ବରଂ ଓଠ ଏବଂ ନାକକୁ ଡ୍ରାଏ କରି ଦେଇଥାଏ । ଏହା ସହିତ ଆଖି ମଧ୍ୟ ଜଳାପୋଡା ହୋଇଥାଏ । ଏତିକି ନୁହେଁ ବରଂ ସକାଳୁ ଉଠିବା ମାତ୍ରେ ଗଳାକୁ ମଧ୍ୟ ଦରଜ କରି ଦେଇଥାଏ । ବିଶେଷକରି ଯେଉଁମାନେ ସାଇନସ୍ ସମସ୍ୟାରେ ପୀଡିତ ସେମାନେ ସାରା ରାତି ଏସିରେ ଶୋଇବା ପରେ ସକାଳେ ଅନେକ ସମସ୍ୟାର ସମ୍ମୁଖୀନ କରିଥାନ୍ତି । ଆପଣ ଏହି ସବୁ ଶୁଣିବା ପରେ ନିହାତି ଆପଣଙ୍କ ମନରେ ଅନେକ ପ୍ରଶ୍ନ ଆସୁଥିବ । ଯଦି ଏଭଳି ସମସ୍ୟାରୁ ରକ୍ଷା ପାଇବାକୁ ଚାହୁଁଛନ୍ତି ତେବେ ଏହି ସବୁ ଉପାୟକୁ ଅନୁକରଣ କରନ୍ତୁ ।
ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ, ଆପଣଙ୍କୁ ଏକ ଛୋଟ ପ୍ରତିକାର କରିବାକୁ ପଡିବ । ଆପଣ ଯେଉଁ ଘରେ ରାତିସାରା ଏସିରେ ଶୋଉଛନ୍ତି ସେଠାରେ ଏକ ବାଲଟି ପାଣି ଭର୍ତ୍ତି କରି ରଖନ୍ତୁ
ଝରକା ପାଖରେ ପାଣି ବାଲଟି ରଖିବାକୁ ଚେଷ୍ଟା କରନ୍ତୁ । ସେଥିରେ କିଛି ବୁନ୍ଦା ତେଲ କିମ୍ବା ଲେମ୍ବୁ ଚୋପା ପକାଇ ଦିଅନ୍ତୁ ଯାହା ଆହୁରି ଭଲ ପ୍ରଭାବ ପକାଇବ । ଏହା ଛଡା ଗୋଟିଏ ଭଲ ବାସ୍ନା ମଧ୍ୟ ରୁମରେ ରହିବ । କିନ୍ତୁ ହଁ ପାଣି ବଦଳାଇବାକୁ ଭୁଲନ୍ତୁ ନାହିଁ କାରଣ ମଶା ସ୍ଥିର ପାଣିରେ ଶୀଘ୍ର ବଂଶବୃଦ୍ଧି କରିଥାନ୍ତି । ତେବେ ଏହା AC ଦ୍ୱାରା ହେଉଥିବା କ୍ଷତିକୁ କମ କରିବାର ଏକ ଭଲ ଉପାୟ
ଏସିରେ ଏତେ ପ୍ରଭାବ ଥାଏ ଯେ ସ୍କିନକୁ ନୁହେଁ ବରଂ ଓଠ ଏବଂ ନାକକୁ ଡ୍ରାଏ କରି ଦେଇଥାଏ । ଏହା ସହିତ ଆଖି ମଧ୍ୟ ଜଳାପୋଡା ହୋଇଥାଏ । ଏତିକି ନୁହେଁ ବରଂ ସକାଳୁ ଉଠିବା ମାତ୍ରେ ଗଳାକୁ ମଧ୍ୟ ଦରଜ କରି ଦେଇଥାଏ । ବିଶେଷକରି ଯେଉଁମାନେ ସାଇନସ୍ ସମସ୍ୟାରେ ପୀଡିତ ସେମାନେ ସାରା ରାତି ଏସିରେ ଶୋଇବା ପରେ ସକାଳେ ଅନେକ ସମସ୍ୟାର ସମ୍ମୁଖୀନ କରିଥାନ୍ତି