ପ୍ରଥମ ଥର ପାଇଁ ଓଡିଶାରେ ଅନୁଷ୍ଠିତ ହେବ ପ୍ରବାସୀ ଭାରତୀୟ ଦିବସ

ପ୍ରଥମ ଥର ପାଇଁ ଓଡିଶାରେ ଅନୁଷ୍ଠିତ ହେବ ପ୍ରବାସୀ ଭାରତୀୟ ଦିବସ

ପ୍ରବାସୀ ଭାରତୀୟ ଦିବସ ପ୍ରଥମ ଥର ପାଇଁ ଓଡିଶାରେ ଅନୁଷ୍ଠିତ ହେଉଛି ।  ଏଥିପାଇଁ ଉତ୍ସବ ଆୟୋଜନ ସ୍ଥଳ ଜନତା ମଇଦାନରେ ଭୂମିପୂଜନ କରାଯାଇଛି । ଏହାକୁ ଅତ୍ୟନ୍ତ ଆକର୍ଷଣୀୟ ଓ ସଫଳ ଭାବେ ପାଳନ କରିବା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ। ଗତକାଲି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ପ୍ରସ୍ତୁତି ସମୀକ୍ଷା କରିଥିଲେ ।

ସମୀକ୍ଷାରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୨୦୦୩ ମସିହାରୁ ଆରମ୍ଭ ହୋଇଥିବା ଏହି ପ୍ରବାସୀ ଭାରତୀୟ ଦିବସ ପ୍ରଥମ ଥର ପାଇଁ ଓଡିଶାରେ ଅନୁଷ୍ଠିତ ହେଉଛି। ବିଶ୍ବ ଦରବାରରେ ଓଡିଶାକୁ ପ୍ରତିଷ୍ଠିତ କରିବା ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ । ପ୍ରଧାନମନ୍ତ୍ରୀ ମଧ୍ୟ ଏହି କାର୍ଯ୍ୟକ୍ରମ ଉପରେ ଅତ୍ୟନ୍ତ ଗୁରୁତ୍ବ ଆରୋପ କରୁଛନ୍ତି । ତେଣୁ ଏହାକୁ ଅତ୍ୟନ୍ତ ଆକର୍ଷଣୀୟ ଓ ତ୍ରୁଟିଶୂନ୍ୟ ଭାବେ ଆୟୋଜିତ କରି ସମଗ୍ର ବିଶ୍ବ ଦରବାରରେ ଓଡିଶାର ଭାବମୂର୍ତ୍ତୀକୁ ଉଜ୍ଜଳ କରିବା ପାଇଁ ସେ ପରାମର୍ଶ ଦେଇଥିଲେ । ବିଶେଷକରି ସହରର ସ୍ବଚ୍ଛତା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଥିଲେ । ଭୁବନେଶ୍ବରର ସ୍ବଚ୍ଛତା ଅନ୍ତର୍ଜାତୀୟ ସ୍ତରର ହେବା ଆବଶ୍ୟକ ବୋଲି ସେ କହିଥିଲେ । ଏଥିପାଇଁ ଭୁବନେଶ୍ବରରେ ସ୍ବତନ୍ତ୍ର ସ୍ବଚ୍ଛତା ଅଭିଯାନ କରିବାକୁ ସେ ପରାମର୍ଶ ଦେଇଥିଲେ ।

ଏହି କାର୍ଯ୍ୟକ୍ରମ ପାଇଁ ଭୁବନେଶ୍ବରର ସମସ୍ତ ରାସ୍ତାଘାଟର ନବୀକରଣ, ଆଲୋକୀକରଣ, ଆକର୍ଷଣୀୟ ସାଜସଜ୍ଜା ସହିତ ଅତିଥି ମାନଙ୍କ ପାଇଁ ହୋଟେଲ ବୁକିଂ ଆଦି ଜାରି ରହିଛି ।  ପର୍ଯ୍ୟଟନ ସ୍ଥାନ ଗୁଡିକର ସୌନ୍ଦର୍ଯ୍ୟକରଣ କରାଯାଉଛି। ଭୁବନେଶ୍ବର, ପୁରୀ, କୋଣାର୍କ, ଯାଜପୁର ଆଦି ବିଭିନ୍ନ ସହରରେ ୨୮ଟି ପର୍ଯ୍ୟଟନ ସ୍ଥଳୀକୁ ଅତିଥି ମାନଙ୍କୁ ନେବା ପାଇଁ ବ୍ୟବସ୍ଥା କରାଯାଉଛି । ପ୍ରାୟ ୭୫୦୦ ଡେଲିଗେଟ୍‌ ଯୋଗ ଦେବାର ସମ୍ଭାବନା ରହିଛି ।  ଅତିଥି ମାନଙ୍କ ପାଇଁ ୩୭୦୦ରୁ ଅଧିକ ରୁମ୍‌ ବୁକିଂ କରାଯାଇଥିବା ବେଳେ, କେତେକ ସ୍ଥାନରେ ହୋମ୍‌ ଷ୍ଟେ ର ବ୍ୟବସ୍ଥା ମଧ୍ୟ କରାଯାଇଛି। କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ଗଠିତ ହେଇଥିବା ବିଭିନ୍ନ କମିଟି ନିୟମିତ ବୈଠକ କରି ପ୍ରସ୍ତୁତିକୁ ତ୍ବରାନ୍ବିତ କରୁଛନ୍ତି ।

ସୂଚନା ଏହି ଉତ୍ସବ ସହିତ ସ୍ଥାନୀୟ ଲୋକଙ୍କୁ ସଂଶ୍ଲିଷ୍ଟ କରିବା ପାଇଁ ମଧ୍ୟ ସେ ମୁଖ୍ୟମନ୍ତ୍ରୀ କହିଥିଲେ । ସମୀକ୍ଷାରୁ ଜଣାଯାଇଛି ଯେ ପ୍ରଥମ ଦିନ ଜାନୁଆରୀ ୮ ତାରିଖରେ ବୈଦେଶିକ ବ୍ୟାପାର ମନ୍ତ୍ରୀ, ଦ୍ବିତୀୟ ଦିନ ଜାନୁଆରୀ ୯ ତାରିଖରେ ପ୍ରଧାନମନ୍ତ୍ରୀ ଓ ଶେଷ ଦିନ ଜାନୁଆରୀ ୧୦ ତାରିଖରେ ରାଷ୍ଟ୍ରପତି ଏଥିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । କାର୍ଯ୍ୟକ୍ରମରେ ‘Unraveling India’s Best Kept Secret’ ଏବଂ ‘Odisha – the Land of Opportunities’ ଆଦି ବିଷୟ ଉପରେ Plenary Session ଅନୁଷ୍ଠିତ ହେବ। ଏହା ସହିତ ଓଡିଶାର ଐତିହାସିକ ଗୌରବ, କଳା, ଭାସ୍କର୍ଯ୍ୟ, ସଂଗୀତ, ନୃତ୍ୟ, ଆଦିବାସୀ ସଂସ୍କୃତି, ଭାଷା, ସାହିତ୍ୟ, ପର୍ଯ୍ୟଟନ ସ୍ଥାନ ଆଦି ବିଭିନ୍ନ ବିଷୟ ଉପରେ ଡିଜିଟାଲ ଓ ଅନ୍ୟାନ୍ୟ ମାଧ୍ୟମରେ ଉପସ୍ଥାପନ କରାଯିବ।

ଏହି ସମୟରେ ଭୁବନେଶ୍ବରରେ ପ୍ରାୟ ୧୦ଟି ମହୋତ୍ସବ ଆୟୋଜିତ ହେବ। ଏହିସବୁ ଉତ୍ସବ ଗୁଡିକ ହେଉଛି :

ରାଜାରାଣୀ ମ୍ୟୁଜିକ ଫେଷ୍ଟିଭାଲ ( ଜାନୁଆରୀ ୭-୧୧)
ମୁକ୍ତେଶ୍ବର ଡ୍ୟାନ୍‌ସ ଫେଷ୍ଟିଭାଲ (ଜାନୁଆରୀ ୭-୧୧)
ଇଣ୍ଟରନ୍ୟାସନାଲ ଓଡିଶୀ ଡ୍ୟାନ୍‌ସ ଫେଷ୍ଟିଭାଲ (ଜାନୁଆରୀ ୭-୧୧)
ଆଦିବାସୀ ନୃତ୍ୟ ଓ ଲୋକକଳା ଫେଷ୍ଟିଭାଲ (ଜାନୁଆରୀ ୭-୧୧)
ଆଦିବାସୀ ମେଳା (ଜାନୁଆରୀ ୫-୧୫)
ଚିଲିକା ବାର୍ଡ ଫେଷ୍ଟିଭାଲ (ଜାନୁଆରୀ ୬-୧୨)
ଫ୍ଲାୱାର ସୋ (ଜାନୁଆରୀ ୭-୧୧)
ଫୁଡ୍‌ ଫେଷ୍ଟ (ଜାନୁଆରୀ ୮-୧୦)
ନାଇଟ୍‌ ଫ୍ଲି ମାର୍କେଟ (ଜାନୁଆରୀ ୮-୧୦)

Related post

ସତର୍କ କଲା ପାଣିପାଗ କେନ୍ଦ୍ର, ଆଜିଠୁ ବଢ଼ିବ ବର୍ଷା

ସତର୍କ କଲା ପାଣିପାଗ କେନ୍ଦ୍ର, ଆଜିଠୁ ବଢ଼ିବ ବର୍ଷା

ବଙ୍ଗୋପସାଗରରେ ଆଣ୍ଟି ସାଇକ୍ଲୋନିକ ସର୍କୁଲେସନ ସକ୍ରିୟ । ଏହା ସହ ଟ୍ରପ ଲାଇନ ପ୍ରଭାବରେ ରାଜ୍ୟ ମଧ୍ୟକୁ ସମୁଦ୍ର ପଟୁ ଜଳୀୟବାଷ୍ପ ପ୍ରବେଶ କରୁଛି । ପ୍ରଭାବରେ ରାଜ୍ୟର…
ବିଦେଶୀ ପକ୍ଷୀଙ୍କ ସଂଖ୍ୟା, ଭିତରକନିକାକୁ ଆସିଛନ୍ତି ୧ ଲକ୍ଷ ୫୧ ହଜାର ୬୧୪ଟି ପକ୍ଷୀ

ବିଦେଶୀ ପକ୍ଷୀଙ୍କ ସଂଖ୍ୟା, ଭିତରକନିକାକୁ ଆସିଛନ୍ତି ୧ ଲକ୍ଷ ୫୧ ହଜାର…

ଚଳିତବର୍ଷ ୧ ଲକ୍ଷ ୫୧ ହଜାର ୬୧୪ଟି ବିଦେଶୀ ପକ୍ଷୀ ଆସିଛନ୍ତି । ଚଳିତବର୍ଷ ୧୧୮ ପ୍ରଜାତି ପକ୍ଷୀ ଚିହ୍ନଟ ହୋଇଥିବାବେଳେ ଗତବର୍ଷ ତୁଳନାରେ ୩ କମ୍ ରହିଛନ୍ତି…
ବଢ଼ିଲା ଶିକ୍ଷକଙ୍କ ଦରମା

ବଢ଼ିଲା ଶିକ୍ଷକଙ୍କ ଦରମା

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ,ଏହି ଶିକ୍ଷକମାନଙ୍କ ମାସିକ ପାରିଶ୍ରମିକ  ୧୧ ହଜାର ଶହେ ଟଙ୍କାରୁ ବୃଦ୍ଧି ପାଇ ୧୬ ହଜାର ଟଙ୍କା କରାଯାଇଛି । ଏହାସହିତ ଏହି ବର୍ଗର…

Leave a Reply

Your email address will not be published. Required fields are marked *