ଭାରତ-ଦକ୍ଷିଣ ଆଫ୍ରିକା ୪ର୍ଥ ଟି୨୦ : ଟାଇଟଲ ହାତେଇବା ଲକ୍ଷ୍ୟରେ ସୂର୍ଯ୍ୟକୁମାର

ଭାରତ-ଦକ୍ଷିଣ ଆଫ୍ରିକା ୪ର୍ଥ ଟି୨୦ : ଟାଇଟଲ ହାତେଇବା ଲକ୍ଷ୍ୟରେ ସୂର୍ଯ୍ୟକୁମାର

ଆଜି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଚତୁର୍ଥ ତଥା ଶେଷ ଟି-୨୦ । ଭାରତ ପାଖରେ ଆଜି ମ୍ୟାଚ ଜିତି ସିରିଜ ଜିତିବାର ସୁଯୋଗ ରହିଛି । ଭାରତୀୟ ସମୟ ରାତି ୮ଟା ୩୦ ଜୋହନ୍ସବର୍ଗରେ ହେବ ଲଢେଇ । ଟାଇଟଲ ହାତେଇବା ଲକ୍ଷ୍ୟରେ ସୂର୍ଯ୍ୟ ବ୍ରିଗେଡ୍ ।

ଚାରି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ବର୍ତ୍ତମାନ ୨-୧ରେ ଆଗୁଆ ରହିଛି ଭାରତ । ସେପଟେ ଦକ୍ଷିଣ ଆଫ୍ରିକା ମଧ୍ୟ ମ୍ୟାଚ ଜିତି ବରାବର କରିବାକୁ ଚାହିଁବ ।

ପ୍ରଥମ ଓ ତୃତୀୟ ଟି- ୨୦ ବ୍ୟାଟିଂ ସଫଳତାକୁ ଦୋହରାଇବା ପାଇଁ ସୂର୍ଯ୍ୟକୁମାର ଯାଦବଙ୍କ ଦଳ ଲକ୍ଷ୍ୟ ରଖିଛି।  ସଂଜୁ ସାମସନ୍ ପ୍ରଥମ ମ୍ୟାଚରେ ଶତକ ଅର୍ଜନ କରିଥିଲେ କିନ୍ତୁ ପରବର୍ତ୍ତୀ ଦୁଇଟି ମ୍ୟାଚରେ ତାଙ୍କର ପ୍ରଦର୍ଶନ ଚିନ୍ତାଜନକ ରହିଛି । ଦୁଇଟି ଯାକ ମ୍ୟାଚରେ ବିନା କୌଣସି ରନ୍ କରି ଆଉଟ୍ ହୋଇଥିଲେ ସାମସନ୍ ।

ସେପଟେ ତୃତୀୟ ମ୍ୟାଚ୍ ରେ ତିଲକ ବର୍ମା ଓ ଅଭିଷେକ ଶର୍ମାଙ୍କ ପ୍ରଦର୍ଶନ, ଭାରତକୁ ନୂଆ ବଳ ପ୍ରଦାନ କରିଛି । ସିରିଜ ବିଜୟ ପାଇଁ ଆଜି ଏସମସ୍ତଙ୍କ ଦୃଢ଼ ପ୍ରଦର୍ଶନର ଆବଶ୍ୟକତା ରହିଛି । ଏପଟେ ଶେଷ ଟି-୨୦ ଜିତି ସିରିଜ ଡ୍ର ପାଇଁ ପଡିଆକୁ ଓହ୍ଲାଇବ ଘରୋଇ ଟିମ ।

Related post

ICC ନାଁରେ ଗମ୍ଭୀର ଅଭିଯୋଗ ଆଣିଲା ବାଂଲାଦେଶ: ଟି-୨୦ ବିଶ୍ୱକପ୍‌ରୁ ୧୦୦ରୁ ଅଧିକ ସାମ୍ବାଦିକ ବିଦା

ICC ନାଁରେ ଗମ୍ଭୀର ଅଭିଯୋଗ ଆଣିଲା ବାଂଲାଦେଶ: ଟି-୨୦ ବିଶ୍ୱକପ୍‌ରୁ ୧୦୦ରୁ…

ବାଂଲାଦେଶ କ୍ରିକେଟ ବୋର୍ଡ (BCB) ମିଡିଆ କମିଟିର ଅଧ୍ୟକ୍ଷ ଅମଜାଦ ହୁସେନ ଏହା ନିଶ୍ଚିତ କରିଛନ୍ତି। ସେ କହିଛନ୍ତି, ପ୍ରାୟ ୧୩୦ ରୁ ୧୫୦ ବାଂଲାଦେଶୀ ସାମ୍ବାଦିକ ୨୦୨୬…

ଆଜି ଓଟିଇଟି ପରୀକ୍ଷା, ପ୍ରଥମ ପେପର ପରୀକ୍ଷା ସକାଳ ୯ଟାରୁ ଆରମ୍ଭ

ଆଜି ସାରା ରାଜ୍ୟରେ ଓଟିଇଟି ପରୀକ୍ଷା । ଏଥିପାଇଁ ଓଟିଇଟି ପ୍ରଶ୍ନପତ୍ର ଓ ଓଏମଆର ସିଟ କଡ଼ା ସୁରକ୍ଷା ବଳୟରେ ସମସ୍ତ ନୋଡାଲ ସେଣ୍ଟରରେ ରହିଛି । ମାଧ୍ୟମିକ…

ଆଜି ଲକ୍ଷ୍ନୌରେ ଚତୁର୍ଥ ଟି-୨୦, ସିରିଜ୍ କବଜା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ଆଜି ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ । ଲକ୍ଷ୍ନୌର ଏକନ୍ନା ଷ୍ଟାଡିୟମରେ ମୁହାଁମୁହିଁ ହେବେ ଦୁଇ ଦଳ । ୫ ମ୍ୟାଚ ବିଶିଷ୍ଟ ସିରିଜ୍ ରେ ୨-୧ରେ ଆଗୁଆ…

Leave a Reply

Your email address will not be published. Required fields are marked *