ଭାରତ-ଦକ୍ଷିଣ ଆଫ୍ରିକା ୪ର୍ଥ ଟି୨୦ : ଟାଇଟଲ ହାତେଇବା ଲକ୍ଷ୍ୟରେ ସୂର୍ଯ୍ୟକୁମାର

ଭାରତ-ଦକ୍ଷିଣ ଆଫ୍ରିକା ୪ର୍ଥ ଟି୨୦ : ଟାଇଟଲ ହାତେଇବା ଲକ୍ଷ୍ୟରେ ସୂର୍ଯ୍ୟକୁମାର

ଆଜି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଚତୁର୍ଥ ତଥା ଶେଷ ଟି-୨୦ । ଭାରତ ପାଖରେ ଆଜି ମ୍ୟାଚ ଜିତି ସିରିଜ ଜିତିବାର ସୁଯୋଗ ରହିଛି । ଭାରତୀୟ ସମୟ ରାତି ୮ଟା ୩୦ ଜୋହନ୍ସବର୍ଗରେ ହେବ ଲଢେଇ । ଟାଇଟଲ ହାତେଇବା ଲକ୍ଷ୍ୟରେ ସୂର୍ଯ୍ୟ ବ୍ରିଗେଡ୍ ।

ଚାରି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ବର୍ତ୍ତମାନ ୨-୧ରେ ଆଗୁଆ ରହିଛି ଭାରତ । ସେପଟେ ଦକ୍ଷିଣ ଆଫ୍ରିକା ମଧ୍ୟ ମ୍ୟାଚ ଜିତି ବରାବର କରିବାକୁ ଚାହିଁବ ।

ପ୍ରଥମ ଓ ତୃତୀୟ ଟି- ୨୦ ବ୍ୟାଟିଂ ସଫଳତାକୁ ଦୋହରାଇବା ପାଇଁ ସୂର୍ଯ୍ୟକୁମାର ଯାଦବଙ୍କ ଦଳ ଲକ୍ଷ୍ୟ ରଖିଛି।  ସଂଜୁ ସାମସନ୍ ପ୍ରଥମ ମ୍ୟାଚରେ ଶତକ ଅର୍ଜନ କରିଥିଲେ କିନ୍ତୁ ପରବର୍ତ୍ତୀ ଦୁଇଟି ମ୍ୟାଚରେ ତାଙ୍କର ପ୍ରଦର୍ଶନ ଚିନ୍ତାଜନକ ରହିଛି । ଦୁଇଟି ଯାକ ମ୍ୟାଚରେ ବିନା କୌଣସି ରନ୍ କରି ଆଉଟ୍ ହୋଇଥିଲେ ସାମସନ୍ ।

ସେପଟେ ତୃତୀୟ ମ୍ୟାଚ୍ ରେ ତିଲକ ବର୍ମା ଓ ଅଭିଷେକ ଶର୍ମାଙ୍କ ପ୍ରଦର୍ଶନ, ଭାରତକୁ ନୂଆ ବଳ ପ୍ରଦାନ କରିଛି । ସିରିଜ ବିଜୟ ପାଇଁ ଆଜି ଏସମସ୍ତଙ୍କ ଦୃଢ଼ ପ୍ରଦର୍ଶନର ଆବଶ୍ୟକତା ରହିଛି । ଏପଟେ ଶେଷ ଟି-୨୦ ଜିତି ସିରିଜ ଡ୍ର ପାଇଁ ପଡିଆକୁ ଓହ୍ଲାଇବ ଘରୋଇ ଟିମ ।

Related post

ଆଜି ଦୋଳ ପୂର୍ଣ୍ଣିମା, ବିଶ୍ବାସ ରହିଛି ଦୋଳରେ ଦୋଳଗୋବିନ୍ଦଙ୍କୁ ଦର୍ଶନ କଲେ ପୁନର୍ଜନ୍ମ ହୁଏ ନାହିଁ ।

ଆଜି ଦୋଳ ପୂର୍ଣ୍ଣିମା, ବିଶ୍ବାସ ରହିଛି ଦୋଳରେ ଦୋଳଗୋବିନ୍ଦଙ୍କୁ ଦର୍ଶନ କଲେ…

ଆଜି ଦୋଳ ପୂର୍ଣ୍ଣିମା । କାଲି ରଙ୍ଗର ପର୍ବ ହୋଲି । ରାଜ୍ୟର ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଛି ମେଳଣ Iଭାରତୀୟ ପରମ୍ପରାରେ ଦୋଳପୂର୍ଣ୍ଣିମାକୁ ଦୁଇ ଭାଗରେ ବିଭକ୍ତ…
ଆଜିଠୁ ଇ-ଡିଟେକ୍ସନ ହେବ ବୀମା । ଗାଡିରେ ବୀମା ନଥିଲେ ଟୋଲ ଗେଟରେ ଧରାପଡିବେ ଗାଡ଼ି ଚାଳକ ।

ଆଜିଠୁ ଇ-ଡିଟେକ୍ସନ ହେବ ବୀମା । ଗାଡିରେ ବୀମା ନଥିଲେ ଟୋଲ…

ବୀମା ନଥିଲେ ସମ୍ପୃକ୍ତ ଗାଡି ବିରୋଧରେ ଇ-ଡିଟେକ୍ସନ ପ୍ରକ୍ରିୟାରେ ଜାରି ହେବ ଇ-ଚାଲାଣ । ରାଜ୍ୟର ବିଭିନ୍ନ ଜାତୀୟ ରାଜପଥରେ ଥିବା ୨୨ଟି ଟୋଲ ଗେଟରେ ଏହା କାର୍ଯ୍ୟକାରୀ…
ଆଜି ପରାକ୍ରମୀ ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ

ଆଜି ପରାକ୍ରମୀ ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ

ସୁଭାଷ ଚନ୍ଦ୍ର ବୋଷ ଭାରତୀୟ ସ୍ବତନ୍ତ୍ରତା ସଂଗ୍ରାମର ମହାନ ନେତା । ନିଜର ସାହାସ ଦୃଢ ସଂକଳ୍ପ ଏବଂ ରଣନୀତୀ ପାଇଁ ସେ ବେଶ୍ ଜଣାଶୁଣା । ଭାରତର…

Leave a Reply

Your email address will not be published. Required fields are marked *