ଭାରତ ହେବ AI ହବ୍, ରିଲାଏନ୍ସ ଏବଂ Nvidia ଏକାଠି ହେବେ

ଭାରତ ହେବ AI ହବ୍, ରିଲାଏନ୍ସ ଏବଂ Nvidia ଏକାଠି ହେବେ

ନୂଆ ଟେକ୍ନୋଲୋଜି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି ବା AI ମାଧ୍ୟମରେ ଭାରତ ସାରା ବିଶ୍ବରେ ରେକର୍ଡ ସୃଷ୍ଟି କରିବାକୁ ଯାଉଛି  । ଭାରତକୁ ଏହି ଟେକ୍ନୋଲୋଜିରେ ଏକ୍ସପର୍ଟସ୍ ହେବା ପାଇଁ ରିଲାଏନସ୍ କମ୍ପାନୀ ଏବଂ ବିଶ୍ବର ଅଗ୍ରଣୀ ଟେକ୍ନୋଲୋଜି କମ୍ପାନୀ NVIDIA ଏନଭିଡିଆର ପ୍ରତିଷ୍ଠାତା ଜେଏନସନ୍ ହୁଆଙ୍ଗ୍ AIର ଏକ ସମ୍ମିଳନୀରେ ମିଳିତ ଭାବରେ ଅଧ୍ୟକ୍ଷତା କରିବେ  ।

ମୁମ୍ବାଇର ଜିଓ କନଭେକ୍ସନ ହଲରେ ଆୟୋଜିତ ହେବାକୁ ଥିବା ଏହି ସମ୍ମିଳନୀରେ ଟେକ୍ନୋଲୋଜି ଜଗତର ବଡ ବଡ କମ୍ପାନୀ ମାନେ ମଧ୍ୟ ଭାଗ ନେବେ  । ଏହି ସମ୍ମିଳନୀରେ ପରିବର୍ତ୍ତନ ଶିଳ୍ପରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି ବା AIର ଭୂମିକା ଉପରେ ବିସ୍ତୃତ ଭାବେ ଆଲୋଚନା କରାଯିବ  ।

ଏହା ସହିତ କିଭଳି ଭାରତ ପୁରା ବିଶ୍ବରେ ଏକ ରୋଲ୍ ମଡେଲ୍ ଭାବରେ ଉଭା ହୋଇଛି ସେ ବିଷୟରେ ମଧ୍ୟ ଆଲୋଚନା କରାଯିବ  । ସୂଚନା ଅନୁସାରେ , ଅଗଷ୍ଟରେ ରିଲାଏନ୍ସ ର ବାର୍ଷିକ ବୈଠକରେ ମୁକେଶ ଅମ୍ବାନୀ ଦେଶରେ  AI ଭିତ୍ତିଭୂମିର ବିକାଶ କରିବାକୁ ଅଧିକ ଗୁରୁତ୍ବ ଦିଆଯାଉ ବୋଲି କହିଥିଲେ  । ଏହା ସହିତ ଗୁଜୁରାଟର ଜାମନଗରରେ AI ଦ୍ବାରା ପ୍ରସ୍ତୁତ ଏକ ଡାଟା ସେଣ୍ଟର ନିର୍ମାଣ କରିବାକୁ ଘୋଷଣା କରିଥିଲେ  ।

Related post

Leave a Reply

Your email address will not be published. Required fields are marked *