୨୪ ଓ ୨୫ରେ ସାଉଦି ଆରବରେ ହେବ ଆଇପିଏଲ ୨୦୨୫ ନିଲାମୀ

୨୪ ଓ ୨୫ରେ ସାଉଦି ଆରବରେ ହେବ ଆଇପିଏଲ ୨୦୨୫ ନିଲାମୀ

ନଭେମ୍ବର ୨୪ ଓ ୨୫ରେ ସାଉଦୀ ଆରବର ଜେଦ୍ଦାରେ ଖେଳାଳିଙ୍କର ନିଲାମୀ କରାଯିବ । ନିଲାମୀ ପାଇଁ ମୋଟ ୧୫୭୪ ଜଣ ଖେଳାଳି ପଞ୍ଜିକରଣ କରିଛନ୍ତି । ଏମାନଙ୍କ ମଧ୍ୟରେ ୧୧୬୫ ଜଣ ଭାରତୀୟ ଓ ୪୦୯ ଜଣ ବିଦେଶୀ ଖେଳାଳି ରହିଛନ୍ତି । ଏମାନଙ୍କ ମଧ୍ୟରେ ୩୨୦ କ୍ୟାପଡ ଏବଂ ୧୨୨୪ ଅନକ୍ୟାପଡ ଖେଳାଳି ରହିଛନ୍ତି ।

ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ବେନ ଷ୍ଟୋକ୍ସଙ୍କ ନାଁ ନିଲାମୀ ତାଲିକାରେ ନାହିଁ । ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ସାରିଥିବା ଇଂଲଣ୍ଡର ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ପ୍ରଥମଥର ପାଇଁ ଆଇପିଏଲ ନିଲାମୀରେ ନିଜକୁ ସାମିଲ କରିଛନ୍ତି । ତାଙ୍କ ବେସ୍ ପ୍ରାଇସ ୧.୨୫ କୋଟି ଟଙ୍କା ରହିଛି ।

ନିଜ ନିଜ ପ୍ରାଞ୍ଚାଇଜ ତରଫରୁ ରିଲିଜ ହୋଇଥିବା ୩ ପୂର୍ବତନ ଅଧିନାୟକ ଋଷଭ ପନ୍ତ, କେଏଲ ରାହୁଲ ଓ ଶ୍ରେୟସ ଆୟର ମଧ୍ୟ ଅକ୍ସନରେ ସାମିଲ ହେବେ । ସେମାନଙ୍କ ବେସ୍ ପ୍ରାଇସ ୨ କୋଟି ଟଙ୍କା ଲେଖାଏ ରହିଛି । ସେହିପରି ରାଜସ୍ଥାନ ରିଲିଜ କରିଥିବା ଦୁଇ ସ୍ପିନର ରବି ଅଶ୍ୱିନ ଓ ୟୁଜି ଚହଲ ମଧ୍ୟ ୨ କୋଟି ଟଙ୍କାର ବେସ୍ ପ୍ରାଇସ ବ୍ରାକେଟରେ ରହିଛନ୍ତି ।

୨ କୋଟି ବେସ୍ ପ୍ରାଇସ ମଧ୍ୟରେ ଥିବା ଅନ୍ୟ ଭାରତୀୟ ଖେଳାଳିମାନେ ହେଲେ ଖଲୀଲ ଅହମଦ, ଦୀପକ ଚହର, ଭେଙ୍କଟେଶ ଆୟର, ଆବେଶ ଖାନ, ଈଶାନ କିଶନ, ମୁକେଶ କୁମାର, ଭୁବନେଶ୍ୱର କୁମାର, ପ୍ରସିଦ୍ଧ କ୍ରିଷ୍ଣା, ଟି ନଟରାଜନ, ଦେବଦତ୍ତ ପାଡିକ୍କଲ, କୃନାଲ ପାଣ୍ଡ୍ୟା, ହର୍ଷଲ ପଟେଲ, ଅର୍ଶଦୀପ ସିଂହ, ୱାଶିଂଟନ ସୁନ୍ଦର, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ସିରାଜ, ମହମ୍ମଦ ଶାମି ଓ ଉମେଶ ଯାଦବ।

ଏହା ପୂର୍ବରୁ ସମସ୍ତ ୧୦ଟି ଫ୍ରାଞ୍ଚାଇଜ୍ ନିଜର ରିଟେନ ଖେଳାଳିଙ୍କର ଲିଷ୍ଟ ଜାରି କରିଥିଲେ । ୧୦ଟି ଫ୍ରାଞ୍ଚାଇଜ ପାଖରେ ୨୦୪ଟି ସ୍ଲଟ ପାଇଁ ଖର୍ଚ୍ଚ କରିବାକୁ ୬୪୧.୫ କୋଟି ଟଙ୍କା ହେବ । ଏହି ସ୍ଲଟ ମଧ୍ୟରୁ ୭୦ଟି ବିଦେଶୀ ଖେଳାଳିଙ୍କ ପାଇଁ ନିର୍ଦ୍ଧାରିତ ହୋଇଛି । ବର୍ତ୍ତମାନ ସୁଦ୍ଧା ସମସ୍ତ ଫ୍ରାଞ୍ଚାଇଜ ପକ୍ଷରୁ ୪୬ ଜଣ ଖେଳାଳିଙ୍କୁ ରିଟେନ କରାଯାଇଥିବା ବେଳେ ତା’ର ମୋଟ ଖର୍ଚ୍ଚ ୫୫୮.୫ କୋଟି ରହିଛି ।

Related post

ICC ନାଁରେ ଗମ୍ଭୀର ଅଭିଯୋଗ ଆଣିଲା ବାଂଲାଦେଶ: ଟି-୨୦ ବିଶ୍ୱକପ୍‌ରୁ ୧୦୦ରୁ ଅଧିକ ସାମ୍ବାଦିକ ବିଦା

ICC ନାଁରେ ଗମ୍ଭୀର ଅଭିଯୋଗ ଆଣିଲା ବାଂଲାଦେଶ: ଟି-୨୦ ବିଶ୍ୱକପ୍‌ରୁ ୧୦୦ରୁ…

ବାଂଲାଦେଶ କ୍ରିକେଟ ବୋର୍ଡ (BCB) ମିଡିଆ କମିଟିର ଅଧ୍ୟକ୍ଷ ଅମଜାଦ ହୁସେନ ଏହା ନିଶ୍ଚିତ କରିଛନ୍ତି। ସେ କହିଛନ୍ତି, ପ୍ରାୟ ୧୩୦ ରୁ ୧୫୦ ବାଂଲାଦେଶୀ ସାମ୍ବାଦିକ ୨୦୨୬…
ଆଇପିଏଲ ୨୦୨୫ ଅକ୍ସନ ସାଉଦି ଆରବର ଜେଦ୍ଧାରେ ହେବ ।ଏଥିରେ ଜଣେ ୧୩ ବର୍ଷ ର ବାଳକ ସାମିଲ I

ଆଇପିଏଲ ୨୦୨୫ ଅକ୍ସନ ସାଉଦି ଆରବର ଜେଦ୍ଧାରେ ହେବ ।ଏଥିରେ ଜଣେ…

ଆଇପିଏଲ ୨୦୨୫ ମେଗା ଅକ୍ସନ ନଭେମ୍ବର ୨୪ ଓ ୨୫ରେ ସାଉଦି ଆରବର ଜେଦ୍ଧାରେ ହେବ । ଏହି ନିଲାମୀରେ ୫୭୪ ଖେଳାଳିଙ୍କର ସର୍ଟଲିଷ୍ଟ କରାଯାଇଛି । ନିଲାମ…
ଭାରତ-ଦକ୍ଷିଣ ଆଫ୍ରିକା ୪ର୍ଥ ଟି୨୦ : ଟାଇଟଲ ହାତେଇବା ଲକ୍ଷ୍ୟରେ ସୂର୍ଯ୍ୟକୁମାର

ଭାରତ-ଦକ୍ଷିଣ ଆଫ୍ରିକା ୪ର୍ଥ ଟି୨୦ : ଟାଇଟଲ ହାତେଇବା ଲକ୍ଷ୍ୟରେ ସୂର୍ଯ୍ୟକୁମାର

ଆଜି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଚତୁର୍ଥ ତଥା ଶେଷ ଟି-୨୦ । ଭାରତ ପାଖରେ ଆଜି ମ୍ୟାଚ ଜିତି ସିରିଜ ଜିତିବାର ସୁଯୋଗ ରହିଛି । ଭାରତୀୟ…

Leave a Reply

Your email address will not be published. Required fields are marked *