ରଗେଡ୍ ଫୋନ୍ କଣ ଜାଣନ୍ତୁ

ରଗେଡ୍ ଫୋନ୍ କଣ ଜାଣନ୍ତୁ

ଦର୍ଶକ ବନ୍ଧୁ ଆମେ ସମସ୍ତେ ଯେମିତି ଜାଣିଛନ୍ତି ବର୍ତ୍ତମାନ ସମୟ ହେଲା ବିଜ୍ଞାନ ଯୁଗ, ଡିଜିଟାଲ ଯୁଗ, ଠିକ୍ ସେହିପରି ମୋବାଇଲ୍ ଯୁଗ ବୋଲି ମଧ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ, କାରଣ ବର୍ତ୍ତମାନ ସମୟ ରେ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟୋ ଜ୍ୟେଷ୍ଠ ବ୍ୟକ୍ତି ଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ହାତରେ ମୋବାଇଲ୍, ଆଜିକାଲିର ଆଧୁନିକ ଯୁଗରେ କିଛି ସମୟ ପାଇଁ ନଖାଇଲେ ମଣିଷ ଚଳି ପାରିବ କିନ୍ତୁ ଗୋଟେ ସେକେଣ୍ଡ ମୋବାଇଲ୍ ହାତରେ ନଥିଲେ ଜମା ଚଳି ପାରିବ ନାହିଁ,.. କଣ ମୁଁ ଠିକ୍ କହିଲି ନା?
ଏମିତି ଅନେକ ପ୍ରକାରର ଅନେକ କମ୍ପାନୀ ର ମୋବାଇଲ୍ ଆମେ ସମସ୍ତେ ବ୍ୟବହାର କରୁଛନ୍ତି…

ଦର୍ଶକ ବନ୍ଧୁ ଆପଣମାନେ ଲକ୍ଷ୍ୟ କରିଥିବେ ବେଳେବେଳେ ଆମେ ଅନ୍ୟମନସ୍କ ଭାବରେ ହେଉ କି ଅସାବଧାନତା ବଶତଃ ହେଉ ହାତରୁ ମୋବାଇଲ୍ ତଳେ ପଡ଼ିଯାଏ ଏଵଂ ପଡ଼ିଲା ପରେ ମୋବାଇଲ୍ ଟି ଭାଙ୍ଗି ଯାଏ,ଆମେ ଟିକେ ବି କାଳ ବିଳମ୍ବ ନକରି ମୋବାଇଲ୍ ଦୋକାନକୁ ପହଞ୍ଚିଯାଉ ମୋବାଇଲ୍ ସଜାଡ଼ିବା ପାଇଁ….
କିନ୍ତୁ ଆମେ ଆଜି ଆପଣଙ୍କୁ ଯେଉଁ ମୋବାଇଲ୍ ବିଷୟ ରେ କହିବାକୁ ଯାଉଛୁ ତାହା କିଛି ଭିନ୍ନ,ସ୍ଵତନ୍ତ୍ର, ଏଵଂ ନିଆରା, ହଁ ଆଜ୍ଞା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ଯ ଏକଥା ସତ, ଆପଣ ମାନେ ନିଶ୍ଚିତ ସେ ମୋବାଇଲ୍ ବିଷୟ ରେ ଜାଣିବାକୁ ଇଛା ପ୍ରକାଶ କଲେଣି ନା, ତେବେ ଆମେ ଆଉ ଜମା ଡେରି ନକରି ଆସନ୍ତୁ ଜାଣିବା କଣ ସେ ମୋବାଇଲ୍ ର ସ୍ପେଶିଫିକେଶନ୍ ଯାହାକୁ କହନ୍ତି ରଗେଡ୍ ସ୍ମାର୍ଟ ଫୋନ୍…
ଲୋକମାନଙ୍କୁ ଅନ୍ୟ ମୋବାଇଲ୍ ଠାରୁ ଏହି ରଗେଡ୍ ସ୍ମାର୍ଟ ଫୋନ୍ ରେ କଣ ମିଳିବ ଫାଇଦା ଜାଣନ୍ତୁ ..
ଭାରତ ଗେଜେଟ୍ସ ପରିଚାଳନା(Management )ରେ ସାରା ଦେଶରେ ଲଞ୍ଚ ହୋଇଥିବା ରଗେଡ୍ ସ୍ମାର୍ଟ ଫୋନ୍ ବ୍ରାଣ୍ଡ ସ୍ ଯଥା ଡୁଜି, ୟୁକିଟେଲ ଭଳି ମୋବାଇଲ୍ ଯଦି ବି କଉଠି ହାତରୁ ପଡ଼ିଗଲା ତେବେ ସେ ମୋବାଇଲ୍ ଜମା ବି ଭାଙ୍ଗିବାର ନାହିଁ, କି ଆପଣକୁ ମୋବାଇଲ୍ ରିପାରିଂ ଦୋକାନକୁ ଯିବାକୁ ପଡିବ ନାହିଁ, କାରଣ ଏହା ବିଲକୁଲ ଡ୍ରପ୍ ପ୍ରୁଫ, ଡଷ୍ଟ ପ୍ରୁଫ, ଖାଲି ସେତିକି ନୁହେଁ ,ଏହା ପାଣିରେ ପଡିଲେ ମଧ୍ଯ ସୁରକ୍ଷିତ ଭାବେ ପୂର୍ବପରି ମୋବାଇଲ୍ ଅପରେଟ୍ ହୋଇପାରୁଛି, କାରଣ ଏହା ୱାଟର ପ୍ରୁଫ…ଆଉ ଏହାର ପରୀକ୍ଷା ମୂଳକ ପ୍ରମାଣ ଭାଇରାଲ୍ ହେଇସାରିଛି।।

Related post

Leave a Reply

Your email address will not be published. Required fields are marked *