ଆକାଶ ଛୁଆଁ ପରିବା; ଦର ଶୁଣି ଛାନିଆ ଗ୍ରାହକ
- ବାଣିଜ୍ୟରାଜ୍ୟ
- October 19, 2024
- No Comment
- 8
କିଲୋ ୮୦ ଉପରେ ପ୍ରାୟ ସବୁ ପରିବା। ବିନ୍ସ ଓ କାଙ୍କଡ କେଜି୧୦୦ ଟଙ୍କାରେ ବିକ୍ରି ହେଉଛି । କଲରା, ବାଇଗଣ ଓ ଝୁଡ଼ଙ୍ଗ ୮୦ଟଙ୍କା । ବିଲାତି, ପୋଟଳ ଓ ଖମ୍ବଆଳୁ କିଲୋ ୭୦ ଟଙ୍କା ହୋଇଛି । ସେହିପରି କାକୁଡି କିଲୋ ୬୦ଟଙ୍କାରେ ବିକ୍ରି ହେଉଛି ।
ପାଞ୍ଚ ଶହ ଟଙ୍କା ପକେଟରେ ଧରି ଗଲେ ମଧ୍ୟ ଭର୍ତ୍ତି ହେଉ ନାହିଁ ପରିବା ବ୍ୟାଗ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ସବୁଜ ପରିବା ଉତ୍ପାଦନ ଏବେ କମ ରହିଥିବା ବେଳେ ଏହା ପରିବା ଦର ଉପରେ ପ୍ରଭାବ ପକାଇଛ ।
ମହାରାଷ୍ଟ୍ର,କର୍ଣ୍ଣାଟକ,ପଶ୍ଚିମବଙ୍ଗ ତଥା ଅନ୍ୟାନ୍ୟ ରାଜ୍ୟରୁ ଆମ ରାଜ୍ୟକୁ ଆସି ଥାଏ ଅନେକ ସବୁଜ ପରିବା । ସେଠାରେ ଅତ୍ୟଧିକ ବର୍ଷା ପାଇଁ ଫସଲ ନଷ୍ଟ ହୋଇଥିବାରୁ ଏହାର ପ୍ରଭାବ ଆମ ରାଜ୍ୟ ଉପରେ ପଡ଼ିଥିବା କହିଛନ୍ତି ବିଭିନ୍ନ ପରିବା ବ୍ୟବସାୟୀ ।
ଏଭଳି ଅବସ୍ଥା ଆଉ ପ୍ରାୟ ଦୁଇ ସପ୍ତାହ ଲାଗି ରହିବ । ବିଭିନ୍ତ ରାଜ୍ୟରୁ ଭୁବନେଶ୍ବରକୁ ପ୍ରତ୍ୟେକ ଦିନ ପ୍ରାୟ୫୦ ଟ୍ରକ ପରିବା ଆସୁଛି । ହେଲେ ପୂର୍ବଭଳି ବ୍ୟବସାୟ ଅପେକ୍ଷାକୃତ କମ ରହିଥବା କହିଛନ୍ତି ଖୁଚୁରା ପରିବା ବ୍ୟବସାୟୀ ।