ପୁରୀ ବେଳାଭୂମିରେ ଆୟୋଜିତ ହେବ ମହୋଦଧି ଦିବସ

ପୁରୀ ବେଳାଭୂମିରେ ଆୟୋଜିତ ହେବ ମହୋଦଧି ଦିବସ

ପୁରୀ: ଆସନ୍ତା ୧୨ ତାରିଖ ଯାଏଁ ଅନୁଷ୍ଠିତ ହେବାକୁ ଯାଉଛି ମହୋଦଧି ଦିବସ। ପୁରୀକୁ ଆସୁଥିବା ପର୍ଯ୍ୟଟକ ଏକ ରୋମାଞ୍ଚକର ନୂଆ ଅନୁଭୂତି ପାଇବେ। ଏହି ଅବସରରେ ତିନିଦିନ ଧରି ପୁରୀ ବିଚ୍‌ରେ ଆନ୍ତର୍ଜାତୀୟ ସାମୁଦ୍ରିକ ଜଳକ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହେବ। ୧୦ଟି ଦେଶରୁ ୩୫ ଜଣ ଅନ୍ତର୍ଜାତୀୟ ପ୍ରତିନିଧିଙ୍କ ସହିତ ଦେଶ ବିଦେଶରୁ ବହୁ ଆନ୍ତର୍ଜାତୀୟ ଖେଳାଳି ମଧ୍ୟ ଏଥିରେ ସାମିଲ ହୋଇଛନ୍ତି।

ଏହି ଅବସରରେ ପୁରୀ ସମୁଦ୍ରରେ ରୋମାଞ୍ଚକର ସାମୁଦ୍ରିକ ଜଳକ୍ରୀଡା ଦେଖିବାକୁ ମିଳିବ। ମୁଖ୍ୟତଃ ପୁରୀରେ ବିଚ୍ ସ୍ପୋର୍ଟସ‌୍ ଟୁରିଜିମ୍‌କୁ ଲୋକପ୍ରିୟ କରାଇବା ପାଇଁ ଦି ବେଲ୍ ପକ୍ଷରୁ ଏହି ଆନ୍ତର୍ଜାତିକ କ୍ରୀଡ଼ା ପ୍ରତିଯୋଗୀତା ଆୟୋଜନ କରାଯାଉଛି।‌

କେବଳ ସେତିକି ନୁହେଁ ବିଚ୍ ଓ୍ବାଟର ସ୍ପୋର୍ଟସ୍ ପ୍ରତିଯୋଗିତା ସହିତ ଫୁଡ୍ କୋର୍ଟ, ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଅନ୍ୟାନ୍ୟ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯାଇଛି। ଏହି ଅବସରରେ ମୁଖ୍ୟ ଆକର୍ଷଣ ଇଣ୍ଡୋ-ଶ୍ରୀଲଙ୍କା ଲାଇଫ୍ ସେଭିଂ ସ୍ପୋର୍ଟସ ଚାମ୍ପିଅନସିପ୍ ରହିଛି।

 

Related post

ଆଜି ଓଟିଇଟି ପରୀକ୍ଷା, ପ୍ରଥମ ପେପର ପରୀକ୍ଷା ସକାଳ ୯ଟାରୁ ଆରମ୍ଭ

ଆଜି ସାରା ରାଜ୍ୟରେ ଓଟିଇଟି ପରୀକ୍ଷା । ଏଥିପାଇଁ ଓଟିଇଟି ପ୍ରଶ୍ନପତ୍ର ଓ ଓଏମଆର ସିଟ କଡ଼ା ସୁରକ୍ଷା ବଳୟରେ ସମସ୍ତ ନୋଡାଲ ସେଣ୍ଟରରେ ରହିଛି । ମାଧ୍ୟମିକ…

ଆଜି ଲକ୍ଷ୍ନୌରେ ଚତୁର୍ଥ ଟି-୨୦, ସିରିଜ୍ କବଜା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ଆଜି ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ । ଲକ୍ଷ୍ନୌର ଏକନ୍ନା ଷ୍ଟାଡିୟମରେ ମୁହାଁମୁହିଁ ହେବେ ଦୁଇ ଦଳ । ୫ ମ୍ୟାଚ ବିଶିଷ୍ଟ ସିରିଜ୍ ରେ ୨-୧ରେ ଆଗୁଆ…
୨୦୩୬ ସୁଦ୍ଧା ଓଡ଼ିଶାର ଅର୍ଥନୀତି ୫ଶହ ବିଲିଅନ ଡଲାର ଲକ୍ଷ୍ୟ ରହିଛି : ମୁଖ୍ୟମନ୍ତ୍ରୀ

୨୦୩୬ ସୁଦ୍ଧା ଓଡ଼ିଶାର ଅର୍ଥନୀତି ୫ଶହ ବିଲିଅନ ଡଲାର ଲକ୍ଷ୍ୟ ରହିଛି…

ଭୁବନେଶ୍ବର ଜନତା ମଇଦାନରେ ରାଜ୍ୟରେ ବିଜେପି ସରକାରର ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ରାଜ୍ୟର ବିକଶିତ ଲକ୍ଷ୍ୟ ନେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୨୦୩୬ ପାଇଁ…

Leave a Reply

Your email address will not be published. Required fields are marked *