ଥରିଲା ମୟୂରଭଞ୍ଜ ୭ ମିନିଟ୍‌ରେ ହେଲା ୪୪୧୫ ଥର ବଜ୍ରପାତ

ଥରିଲା ମୟୂରଭଞ୍ଜ ୭ ମିନିଟ୍‌ରେ ହେଲା ୪୪୧୫ ଥର ବଜ୍ରପାତ

ଗତକାଲି ସନ୍ଧ୍ୟା ୬ଟାରୁ ରାତି ୮ଟା ଯାଏ ୧୨୦ ମିନିଟ୍ ଧରି ମୟୂରଭଞ୍ଜ ଆକାଶ ମେଘାଚ୍ଛନ୍ନ ହୋଇ ରହିଥିଲା । ଏହି ସମୟ ମଧ୍ୟରେ ମୁଷଳ ଧାରାରେ ବର୍ଷା ହେବା ସହିତ ଘଡ଼ଘଡ଼ି ଓ ବିଜୁଳି ମାରିଥିଲା । ” ପାଣିପାଗ ବିଜ୍ଞାନୀମାନେ ଏହି ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି ।

ଏ ସଂପର୍କରେ ଜିଲ୍ଲା ଜରୁରିକାଳୀନ ଅଧିକାରୀ ଶ୍ରଦ୍ଧା ସୁମନ କହିଛନ୍ତି ମୟୂରଭଞ୍ଜରେ ତାପମାତ୍ରା ଦିନକୁ ଦିନ ବୃଦ୍ଧି ଘଟୁଛି । ଆଜି ତାପମାତ୍ରା ୩୦ରୁ ୩୬ ଡିଗ୍ରି ମଧ୍ୟରେ ରହିଥିବାରୁ ବାୟୁ ମଣ୍ଡଳରେ ଆର୍ଦ୍ରତା ବୃଦ୍ଧି ପାଇଛି ।

ଏହାର ଏକ ବଡ଼ ପ୍ରଭାବ ବଜ୍ରପାତ ଭାବେ ଅନୁଭୂତ ହେଉଛି । ସବୁ ବ୍ଲକ୍‌ସ୍ତରୀୟ ଅଧିକାରୀ ଓ ତହସିଲଦାରଙ୍କୁ ଏ ନେଇ ସତର୍କ ରହିବାକୁ କୁହାଯାଇଛି ।୭ ମିନିଟ୍‌ରେ ଆଜି ୪୪୧୫ ଥର ବଜ୍ରପାତ ହୋଇଥିବା ଦାମିନି ଆପ୍ ରେକର୍ଡ କରିଥିଲା ।

Related post

ରାଜ୍ୟରେ ହିଟ ୱେଭ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି: ଆଞ୍ଚଳିକ ପାଣିପାଗ ବିଭାଗ

ରାଜ୍ୟରେ ହିଟ ୱେଭ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି: ଆଞ୍ଚଳିକ ପାଣିପାଗ…

୧୦ ତାରିଖରୁ ରାଜ୍ୟରେ ହିଟ ୱେଭ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କଲା ଆଞ୍ଚଳିକ ପାଣିପାଗ ବିଭାଗ ।  ଗତ କାଲି ମୟୂରଭଞ୍ଜ ଜିଲ୍ଲାର ତଙ୍ଗରବଳଦ ସ୍ଥାନରେ ୨…
ସତର୍କ କଲା ପାଣିପାଗ କେନ୍ଦ୍ର, ଆଜିଠୁ ବଢ଼ିବ ବର୍ଷା

ସତର୍କ କଲା ପାଣିପାଗ କେନ୍ଦ୍ର, ଆଜିଠୁ ବଢ଼ିବ ବର୍ଷା

ବଙ୍ଗୋପସାଗରରେ ଆଣ୍ଟି ସାଇକ୍ଲୋନିକ ସର୍କୁଲେସନ ସକ୍ରିୟ । ଏହା ସହ ଟ୍ରପ ଲାଇନ ପ୍ରଭାବରେ ରାଜ୍ୟ ମଧ୍ୟକୁ ସମୁଦ୍ର ପଟୁ ଜଳୀୟବାଷ୍ପ ପ୍ରବେଶ କରୁଛି । ପ୍ରଭାବରେ ରାଜ୍ୟର…
ବିଦେଶୀ ପକ୍ଷୀଙ୍କ ସଂଖ୍ୟା, ଭିତରକନିକାକୁ ଆସିଛନ୍ତି ୧ ଲକ୍ଷ ୫୧ ହଜାର ୬୧୪ଟି ପକ୍ଷୀ

ବିଦେଶୀ ପକ୍ଷୀଙ୍କ ସଂଖ୍ୟା, ଭିତରକନିକାକୁ ଆସିଛନ୍ତି ୧ ଲକ୍ଷ ୫୧ ହଜାର…

ଚଳିତବର୍ଷ ୧ ଲକ୍ଷ ୫୧ ହଜାର ୬୧୪ଟି ବିଦେଶୀ ପକ୍ଷୀ ଆସିଛନ୍ତି । ଚଳିତବର୍ଷ ୧୧୮ ପ୍ରଜାତି ପକ୍ଷୀ ଚିହ୍ନଟ ହୋଇଥିବାବେଳେ ଗତବର୍ଷ ତୁଳନାରେ ୩ କମ୍ ରହିଛନ୍ତି…

Leave a Reply

Your email address will not be published. Required fields are marked *