ମେଲାଣି ନେଲେ ମାଆ ଦୂର୍ଗତିନାଶିନୀ

ମେଲାଣି ନେଲେ ମାଆ ଦୂର୍ଗତିନାଶିନୀ

ଏବେ ସମଗ୍ର ରାଜ୍ୟରେ ଚାଲିଛି ଜଗତଜନନୀ ମା’ ଦୁର୍ଗତିନାଶିନୀଙ୍କର ମେଲାଣି ପର୍ବ । ପୂଜା ମଣ୍ଡପର କର୍ମକର୍ତ୍ତା ମାନେ ମା’ଙ୍କ ମେଲାଣି ଉତ୍ସବକୁ ବେଶ ଧୁମଧାମରେ ନାଚ, ଗୀତ ଓ ଭକ୍ତି ଭାବର ସହ ପାଳନ କରୁଛନ୍ତି । ତେବେ ମା’ଙ୍କର ମୃଣ୍ମୟୀ ମୂର୍ତ୍ତିକୁ ଶୋଭାଯାତ୍ରାରେ ନେଇ ବିଭିନ୍ନ ନଦୀ ନାଳରେ ବିସର୍ଜନ କରାଯାଉଛି । କିନ୍ତୁ କେନ୍ଦ୍ରାପଡା ଜିଲ୍ଲାର  ରାଜନଗର ଅଞ୍ଚଳରେ ଏହାର ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଏଠାରେ ରାଜାରାଜୁଡା ଶାସନ ସମୟରୁ ଏହା ପ୍ରଚଳିତ ହୋଇଆସୁଛି । ପ୍ରଚଳିତ ପରମ୍ପରାକୁ ସମ୍ମାନ ଜଣାଇ ବିଜୟା ଦଶମୀ ପର ଦିନ ଭିନ୍ନ ଓ ନିଆରା ଢଙ୍ଗରେ ଦୁର୍ଗତିନାଶିନୀଙ୍କର ହଂସୁଆ ନଦୀରେ ଚେପକେଳୀ ଖେଳି ବିସର୍ଜନ କରାଯାଇଥାଏ ମା’ଙ୍କର ମୃଣ୍ମୟୀ ମୂର୍ତ୍ତି ।ପ୍ରତ୍ୟେକ ବର୍ଷ ୨୮ ଟି ପୂଜା ମଣ୍ଡପରେ ମୃଣ୍ମୟୀ ମୂର୍ତ୍ତି ପୂଜା ପାଇଥାନ୍ତି । ୨୮ଟି ମେଢ଼ରୁ ଆଜି ୪ଟି ମେଢ଼କୁ ହାଂସୁଆ ନଦୀରେ ପୂଜା ମଣ୍ଡପର କର୍ମକର୍ତ୍ତା ମାନେ ଚାପ ଡଙ୍ଗାରେ ବିଜେ କରାଇ ନୌକା ବିହାର କରାଇ ବିସର୍ଜନ କରାଇଥିଲେ ।

 

 

 

 

Related post

Leave a Reply

Your email address will not be published. Required fields are marked *