
ନୀତିଶ କୁମାର ରେଡ୍ଡୀଙ୍କ ଟେଷ୍ଟରେ ପ୍ରଥମ ଡେବ୍ୟୁ ଶତକ I
- ଖେଳ ଖବର
- December 29, 2024
- No Comment
- 18
ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ ମେଲବୋର୍ଣ୍ଣରେ ଖେଳାଯାଉଛି । ଏହି ମ୍ୟାଚରେ ୩ୟ ଦିନରେ ଭାରତୀୟ ଟିମର ଅଲରରାଉଣ୍ଡର ନୀତିଶ ରେଡ୍ଡୀ କମାଲ କରିଛନ୍ତି । ନୀତିଶ ଟେଷ୍ଟରେ ଡେବ୍ୟୁ ଶତକ ମାରିଛନ୍ତି । ୧୭୧ ବଲରେ ନୀତିଶ ରେଡ୍ଡୀ ଶତକ ପୂରଣ କରିଛନ୍ତି । ନୀତିଶ ୧୦ ଚଉକା ସହିତ ୧ ଛକା ମାରିଛନ୍ତି ।
ମେଲବୋର୍ଣ୍ଣ ଟେଷ୍ଟରେ ଟିମ ଇଣ୍ଡିଆ ପାଇଁ ସଙ୍କଟ ମୋଚକ ସାଜିଲେ ନୀତିଶ ରେଡ୍ଡି ଓ ୱାସିଂଟନ ସୁନ୍ଦର । ଦମଦାର ଶତକ ହାସଲ କରିଛନ୍ତି ନୀତେଶ ରେଡ୍ଡି ଓ ଅର୍ଦ୍ଧଶତକ କରିଛନ୍ତି ୱାସିଂଟନ ସୁନ୍ଦର। କଙ୍ଗାରୁ ଟିମକୁ ଦୃଢ ଜବାବ ଦେଇଛି ଟିମ ଇଣ୍ଡିଆ । ୩୫୮ ରନ ପାର କରିଛି ରୋହିତ ବାହିନୀ ।
ଅଷ୍ଟ୍ରେଲିଆ ବୋଲରଙ୍କୁ ନିଦ୍ଦୁମ ପ୍ରହାର କରିଛନ୍ତି ନୀତିଶ ରେଡ୍ଡି ଓ ୱାସିଂଟନଙ୍କ ଯୋଡି । ଉଭୟ ୧୨୭ ରନର ପାଳି ଖେଳିଛନ୍ତି । ଅର୍ଦ୍ଧଶତକ ହାସଲ ପରେ ନୀତିଶଙ୍କୁ ପୁଷ୍ପା ଅନ୍ଦାଜରେ ଦେଖିବାକୁ ମିଳିଥିଲା । ଜୟସ୍ବାଲ ୮୨, କୋହଲି ୩୬ ଓ ରାହୁଲ ୨୪ ରନ କରିଛନ୍ତି। କଙ୍ଗାରୁ ଦଳ ପକ୍ଷରୁ ସ୍କଟ୍ ବୋଲାଣ୍ଡ ଓ ପ୍ୟାଟ କମିନ୍ସଙ୍କୁ ମିଳିଛି ୩ ଲେଖାଏ ୱିକେଟ । ପ୍ରଥମ ଇନିଂସରେ ୪୭୪ ରନ୍ କରିଛି ଅଷ୍ଟ୍ରେଲିଆ ।
ନୀତିଶ କୁମାର ରେଡ୍ଡୀଙ୍କ କ୍ରିକେଟ୍ ଯାତ୍ରା ସହଜ ନୁହେଁ । ନୀତୀଶ ଏକ ସାଧାରଣ ପରିବାରରୁ ଆସିଛନ୍ତି । ପୁଅର କ୍ରିକେଟ କ୍ୟାରିଅର ପାଇଁ ବାପା ଚାକିରି ଛାଡିଦେଇଥିଲେ । ସେ ନୀତିଶଙ୍କ ମାର୍ଗଦର୍ଶନ କରିବା ସହିତ ପାଳନପୋଷଣ ମଧ୍ୟ କରିଥିଲେ । ବାପାଙ୍କ କଠିନ ପରିଶ୍ରମର ଫଳାଫଳ ହେଉଛି ନୀତିଶ ଆଜି ଆନ୍ତର୍ଜାତୀୟ କ୍ରିକେଟର । ଏକ ସାକ୍ଷାତକାରରେ ନୀତୀଶ ମଧ୍ୟ କହିଥିଲେ ଯେ ତାଙ୍କ ପିତା ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏ ତାଙ୍କୁ ଭଲ କ୍ରିକେଟର ହୋଇପାରିବେ ।
୨୦୦୩, ମଇ ୨୬ରେ ଜନ୍ମ ହୋଇଥିବା ନୀତିଶ କୁମାର ରେଡ୍ଡୀ ଆରମ୍ଭରୁ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଜଣେ ବଡ଼ ପ୍ରଶଂସକ ରହିଛନ୍ତି ।