ଦକ୍ଷିଣ କୋରିଆ : ଲ୍ୟାଣ୍ଡିଂ ବେଳେ ବିମାନରେ ଲାଗିଲା ନିଆଁ ୧୭୯ ଜଣଙ୍କ ମୃତ୍ୟୁ !

ଦକ୍ଷିଣ କୋରିଆ : ଲ୍ୟାଣ୍ଡିଂ ବେଳେ ବିମାନରେ ଲାଗିଲା ନିଆଁ ୧୭୯ ଜଣଙ୍କ ମୃତ୍ୟୁ !

ଦକ୍ଷିଣ କୋରିଆର ମୁଆନ ସହରରେ ପ୍ଲେନ କ୍ରାସ୍ ହୋଇଛି। ଲ୍ୟାଣ୍ଡିଂ ବେଳେ ଦୁର୍ଘଟଣାଗ୍ରସ୍ତ ହେଲା ବିମାନ । ଏପର୍ଯ୍ୟନ୍ତଙ୍କ ୧୭୯ ଜଣଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା । ୧୭୫ ଜଣ ଯାତ୍ରୀ ଓ ୬ ଜଣ କ୍ରୁ ମେମ୍ବରଙ୍କୁ ନେଇ ଯାଉଥିଲା ବିମାନ । ମୁଆନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ ବେଳେ ରନଓ୍ୱେରୁ ଖସି ଯିବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି ।

ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଏହି ବିମାନରେ ୧୭୫ ଜଣ ଯାତ୍ରୀ ଓ ୬ ଜଣ କ୍ରୁ ସଦସ୍ୟଙ୍କୁ ମିଶାଇ ମୋଟ ୧୮୧ ଜଣ ଥିଲେ । ବିମାନଟି ବ୍ୟାଙ୍କକରୁ ଫେରୁଥିଲା । ତେବେ ମୁଆନ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଲ୍ୟାଣ୍ଡିଂ ବେଳେ ରନଓ୍ୱେରୁ ଏହାର ଖସି ଯାଇ ବିମାନ ବନ୍ଦରର କାନ୍ଥ ସହ ଧକ୍କା ହୋଇଥିଲା । ଏହାପରେ ଏଥିରେ ଭୟଙ୍କର ବିସ୍ଫୋରଣ ଘଟିଥିଲା । ଏଥିରେ ଘଟଣାସ୍ଥଳରେ ହିଁ ୧୭୯ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି ।  ଆଗକୁ ମୃତ୍ୟୁସଂଖ୍ୟା ବଢ଼ିବା ନେଇ ଆଶଙ୍କା ରହିଛି ।

ଜାତୀୟ ଅଗ୍ନିଶମ ଏଜେନ୍ସି କହିଛି ଯେ ଦୁର୍ଘଟଣା ପରେ ଲାଗିଥିବା ନିଆଁକୁ ପ୍ରାୟ ଆୟତ୍ତ କରାଯାଇଛି । କିନ୍ତୁ ଉଦ୍ଧାର କାର୍ଯ୍ୟ ଏପର୍ଯ୍ୟନ୍ତ ଜାରି ରହିଛି । ଯାତ୍ରୀମାନଙ୍କୁ ବିମାନର ଭଗ୍ନାବଶେଷରୁ ବାହାରକୁ ଅଣାଯାଉଛି ।

 

Related post

ଆମେରିକା ଯିବନି ଅହମ୍ମଦାବାଦର ଦୁର୍ଘଟଣାଗ୍ରସ୍ତ ବ୍ଲାକ୍ ବକ୍ସ, ସରକାର କଲେ ଖଣ୍ଡନ

ଆମେରିକା ଯିବନି ଅହମ୍ମଦାବାଦର ଦୁର୍ଘଟଣାଗ୍ରସ୍ତ ବ୍ଲାକ୍ ବକ୍ସ, ସରକାର କଲେ ଖଣ୍ଡନ

ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ପରେ ଘଟଣା ଭିନ୍ନ ମୋଡ ନେବାରେ ଲାଗିଛି । ଡାଟା ରିକଭର ହୋଇପାରୁନଥିବାରୁ ବ୍ଲାକ୍ ବାକ୍ସ ଆମେରିକା ପଠାଯାଇଥିବା ଖବର ସାମ୍ନାକୁ ଆସିଥିଲା…
ହଜିଯିବ ଦକ୍ଷିଣ କୋରିଆ! ଦ୍ରୁତ ଗତିରେ କମୁଛି ପ୍ରଜନନ ହାର

ହଜିଯିବ ଦକ୍ଷିଣ କୋରିଆ! ଦ୍ରୁତ ଗତିରେ କମୁଛି ପ୍ରଜନନ ହାର

୨୦୨୩ରେ ଦକ୍ଷିଣ କୋରିଆରେ ମହିଳାଙ୍କ ପିଛା ଜନ୍ମ ହାର ୦.୭୨ ରେକର୍ଡ ନିମ୍ନ ସ୍ତରରେ ପହଞ୍ଚିଥିଲା । ଚଳିତ ବର୍ଷ ଶେଷ ସୁଦ୍ଧା ତାହା ଆହୁରି କମି ୦.୬…

Leave a Reply

Your email address will not be published. Required fields are marked *