ଅକ୍ଟୋବର ୨୭ରେ ୫ଟି ଜୋନରେ ହେବ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା

ଅକ୍ଟୋବର ୨୭ରେ ୫ଟି ଜୋନରେ ହେବ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା

ପରୀକ୍ଷା ପାଇଁ ଓଡ଼ିଶା ପବ୍ଲିକ ସର୍ଭିସ କମିଶନ ତାରିଖ ମଧ୍ୟ ଘୋଷଣା କରିଛନ୍ତି । ପ୍ରିଲିମନାରୀ ପରୀକ୍ଷା ୨୦୨୩ ଅକ୍ଟୋବର ୨୭ ତାରିଖ ରବିବାର ହେବ ବୋଲି ଜାରି ଏକ ପ୍ରେସ ରିଲିଜରେ କୁହାଯାଇଛି । ରାଜ୍ୟର ୫ଟି ଜୋନ ଅର୍ଥାତ ବାଲେଶ୍ୱର, ବ୍ରହ୍ମପୁର, ଭୁବେନଶ୍ୱର, କଟକ ଏବଂ ସମ୍ବଲପୁରରେ ପରୀକ୍ଷା ହେବ।

୨୭ ତାରିଖରେ ୨ଟି ସିଟିଂରେ ପରୀକ୍ଷା କରାଯିବ। ସକାଳ ୧୦ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଜେନେରାଲ ଷ୍ଟଡିଜ୍ ପେପର୍ -୧ ରହିଛି। ଦିନ ୧ଟା ୩୦ରୁ ୩ଟା ୩୦ ପର୍ଯ୍ୟନ୍ତ ଜେନେରାଲ୍ ଷ୍ଟଡିଜ୍ ପେପର୍-୨ ରହିଛି । ଭିନ୍ନକ୍ଷମ ପ୍ରାର୍ଥୀମାନଙ୍କୁ ୪୦ ମିନିଟ ଅତିରିକ୍ତ ସମୟ ମିଳିବ । ଏ ସମ୍ପର୍କରେ ସବିଶେଷ ସୂଚନା OPSCର ୱେବସାଇଟ୍‌ରେ ଖୁବ ଶୀଘ୍ର ପ୍ରକାଶ ପାଇବ।

ପ୍ରାର୍ଥୀ ୱେବସାଇଟକୁ ଯାଇ ଆଡମିଶନ ସାର୍ଟିଫିକେଟ ଡାଉନଲୋଡ କରିବାକୁ ଓପିଏସସି ପକ୍ଷରୁ କୁହାଯାଇଛି। ପ୍ରାର୍ଥୀ https://www.opsc.gov.in/ କୁ ଯାଇ ସବିଶେଷ ତଥ୍ୟ ପାଇପାରିବେ।

Related post

Leave a Reply

Your email address will not be published. Required fields are marked *