ଛାଡ଼ଖାଇ ପାଇଁ ଆମିଷ ବଜାରରେ ଲାଗିଛି ଲୋକଙ୍କ ଭିଡ଼

ଛାଡ଼ଖାଇ ପାଇଁ ଆମିଷ ବଜାରରେ ଲାଗିଛି ଲୋକଙ୍କ ଭିଡ଼

ଆଜି ହେଉଛି ଛାଡ଼ ଖାଇ । ରାଜ୍ୟର ବିଭିନ୍ନ ଆମିଷ ବଜାରରେ ଲାଗିଛି ଲୋକଙ୍କ ଗହଳି । ଦୀର୍ଘଦିନ ପରେ ଘରକୁ ଆମିଷ ଟିକେ ନେବାକୁ ଲୋକେ ଦୋକାନ ଆଗରେ ଭିଡ଼ ଜମାଇଛନ୍ତି ।

ମାଛ, ମାଂସ ଦୋକାନ ଆଗରେ ଲୋକଙ୍କ ଗହଳି ପ୍ରବଳ ହୋଇଛି । ସକାଳୁ ସକାଳୁ ଲୋକେ ଦୋକାନ ଆଗରେ ଛିଡ଼ା ହୋଇଛନ୍ତି । ରାଜଧାନୀ ଭୁବନେଶ୍ବର ସମେତ ରାଜ୍ୟର ସବୁ ସ୍ଥାନରେ ସମାନ ଦୃଶ୍ୟ ଦେଖିବାକୁ ମିଳୁଛି । ଦୀର୍ଘ ଦିନର କାର୍ତ୍ତିକ ବ୍ରତ ପାଳନ ପରେ ଲୋକମାନେ ଛାଡଖାଇ ପାଳନ କରୁଛନ୍ତି । ଏଥର ଛାଡଖାଇରେ ଶନିବାର ତଥା ସଂକ୍ରାନ୍ତି ପଡିଥିଲା । ଫଳରେ ଲୋକେ ଆମିଷ ଖାଇ ନଥିଲେ । ଆଜି ରବିବାର ଥିବାରୁ ଛାଡଖାଇ ପାଳନ କରୁଛନ୍ତି ।

ସେପଟେ ଛାଡ଼ଖାଇକୁ ନେଇ ଦର ମଧ୍ୟ ବଢ଼ିଯାଇଛି । ସାଧାରଣ ଦିନଠାରୁ ଅଧିକ ମୂଲ୍ୟରେ ମାଛ ଓ ମାଂସ ବିକ୍ରି ହେଉଛି । ତଥାପି ଲୋକେ ଆମିଷ କିଣିବାକୁ ଭିଡ଼ ଜମାଇଛନ୍ତି ।

Related post

ଆଜି ଦୋଳ ପୂର୍ଣ୍ଣିମା, ବିଶ୍ବାସ ରହିଛି ଦୋଳରେ ଦୋଳଗୋବିନ୍ଦଙ୍କୁ ଦର୍ଶନ କଲେ ପୁନର୍ଜନ୍ମ ହୁଏ ନାହିଁ ।

ଆଜି ଦୋଳ ପୂର୍ଣ୍ଣିମା, ବିଶ୍ବାସ ରହିଛି ଦୋଳରେ ଦୋଳଗୋବିନ୍ଦଙ୍କୁ ଦର୍ଶନ କଲେ…

ଆଜି ଦୋଳ ପୂର୍ଣ୍ଣିମା । କାଲି ରଙ୍ଗର ପର୍ବ ହୋଲି । ରାଜ୍ୟର ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଛି ମେଳଣ Iଭାରତୀୟ ପରମ୍ପରାରେ ଦୋଳପୂର୍ଣ୍ଣିମାକୁ ଦୁଇ ଭାଗରେ ବିଭକ୍ତ…
ଆଜିଠୁ ଇ-ଡିଟେକ୍ସନ ହେବ ବୀମା । ଗାଡିରେ ବୀମା ନଥିଲେ ଟୋଲ ଗେଟରେ ଧରାପଡିବେ ଗାଡ଼ି ଚାଳକ ।

ଆଜିଠୁ ଇ-ଡିଟେକ୍ସନ ହେବ ବୀମା । ଗାଡିରେ ବୀମା ନଥିଲେ ଟୋଲ…

ବୀମା ନଥିଲେ ସମ୍ପୃକ୍ତ ଗାଡି ବିରୋଧରେ ଇ-ଡିଟେକ୍ସନ ପ୍ରକ୍ରିୟାରେ ଜାରି ହେବ ଇ-ଚାଲାଣ । ରାଜ୍ୟର ବିଭିନ୍ନ ଜାତୀୟ ରାଜପଥରେ ଥିବା ୨୨ଟି ଟୋଲ ଗେଟରେ ଏହା କାର୍ଯ୍ୟକାରୀ…
ଆଜି ପରାକ୍ରମୀ ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ

ଆଜି ପରାକ୍ରମୀ ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ

ସୁଭାଷ ଚନ୍ଦ୍ର ବୋଷ ଭାରତୀୟ ସ୍ବତନ୍ତ୍ରତା ସଂଗ୍ରାମର ମହାନ ନେତା । ନିଜର ସାହାସ ଦୃଢ ସଂକଳ୍ପ ଏବଂ ରଣନୀତୀ ପାଇଁ ସେ ବେଶ୍ ଜଣାଶୁଣା । ଭାରତର…

Leave a Reply

Your email address will not be published. Required fields are marked *