
ପ୍ରତାପ ଷଡ଼ଙ୍ଗୀ ଆହତ, ରାହୁଲ ଠେଲି ଦେଇଥିବା ଅଭିଯୋଗ
- ଦେଶ ବିଦେଶରାଜନୀତି
- December 19, 2024
- No Comment
- 17
ପ୍ରତାପ ଷଡ଼ଙ୍ଗୀ ଆହତ ପାର୍ଲାମେଣ୍ଟ ପରିସରରେ ଆହତ ହୋଇଛନ୍ତି । ଆମ୍ବେଦକର ପ୍ରସଙ୍ଗରେ ବିଜେପି ଓ କଂଗ୍ରେସ ସାଂସଦଙ୍କ ପରସ୍ପର ବିରୋଧରେ ପ୍ରତିବାଦ ବେଳେ ଆହତ ହୋଇଛନ୍ତି ପ୍ରତାପ ଷଡ଼ଙ୍ଗୀ । ରାହୁଲ ଗାନ୍ଧୀଙ୍କ ଧକ୍କାରେ ଜଣେ ସାଂସଦ ତାଙ୍କ ଉପରେ ପଡ଼ିଯିବାରୁ ସେ ଆହତ ହୋଇଥିବା କହିଛନ୍ତି ।
ପ୍ରତାପ ଙ୍କ କହିବା ଅନୁସାରେ ସଂସଦ ପାଖ ସିଢି ପାଖରେ ଠିଆ ହୋଇଥିଲି । ସେତେବେଳେ ରାହୁଲ ଆସି ଜଣେ ସାଂସଦଙ୍କୁ ଧକ୍କା ଦେଇଥିଲେ ଫଳରେ ସାଂସଦ ମୋ ଉପରେ ପଡି ଯାଇଥିଲେ । ରାହୁଲ ଗାନ୍ଧୀ କହିଛନ୍ତି, ସଂସଦ ଭିତରକୁ ଯିବା ବେଳେ ବିଜେପି ସାଂସଦମାନେ ମତେ ଅଟକାଇଥିଲେ । ଧସ୍ତାଧସ୍ତି ସମୟରେ ଏପରି ହୋଇ ଥାଇପାରେ ବୋଲି ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ରାହୁଲ ।