ବିଦ୍ରୋହୀଙ୍କ କବଜାରେ ସିରିଆ, ଦାମାସ୍କସ ଛାଡି ପଳାଇଲେ ରାଷ୍ଟ୍ରପତି

ବିଦ୍ରୋହୀଙ୍କ କବଜାରେ ସିରିଆ, ଦାମାସ୍କସ ଛାଡି ପଳାଇଲେ ରାଷ୍ଟ୍ରପତି

ସିରିଆ ରାଜଧାନୀ ଦାମାସ୍କସକୁ କବଜା କଲେ ବିଦ୍ରୋହୀ । ହମ୍ସ ସହରକୁ ଅକ୍ତିଆର ପରେ ଦାମାସ୍କସରେ ପଶିଛନ୍ତି ବିଦ୍ରୋହୀ । ଏଥିସହ ସିରିଆରେ ରାଷ୍ଟ୍ରପତି ବଶାର ଅଲ୍-ଅସାଦଙ୍କ ଶାସନର ପତନ ହୋଇଛି । ରାଷ୍ଟ୍ରପତି ବଶାର ଅସାଦ ଏକ ବିମାନରେ ଅଜ୍ଞାତ ସ୍ଥାନକୁ ଖସି ପଳାଇଥିବା ସୂଚନା ମିଳିଛି । ଅସାଦଙ୍କ ୨୪ ବର୍ଷର ଶାସନର ଅନ୍ତ ହୋଇଛି ।

୨୦୦୦ ମସିହାରୁ ୨୦୨୪ ପର୍ଯ୍ୟନ୍ତ ସିରିଆର ରାଷ୍ଟ୍ରପତି ଥିଲେ ଅସାଦ । ଇସଲାମିଷ୍ଟ ଗ୍ରୁପ୍ ହୟାତ ତାହାରିର ଅଲ-ଶାମ୍ -HTS ନେତୃତ୍ବରେ ଆଗକୁ ଆଗକୁ ମାଡ଼ି ଚାଲିଛନ୍ତି ବିଦ୍ରୋହୀ । ହମ୍ସ ସହର ଅକ୍ତିଆର ପରେ ଆଜି ଦାମାସ୍କସରେ ପଶିଥିଲେ। ଦାମାସ୍କସରେ ଟିଭି ଓ ରେଡିଓ ଷ୍ଟେସନକୁ ନିଜ ନିୟନ୍ତ୍ରଣକୁ ନେଇଛନ୍ତି ବିଦ୍ରୋହୀ ।

ଦାମାସ୍କସ ଏୟାରପୋର୍ଟରେ ଅରାଜକତାର ଦୃଶ୍ୟ । ସହରରେ ବିଦ୍ରୋହୀଙ୍କ ପ୍ରବେଶ ପରେ ଲୋକେ ପଳାଇ ଯିବାକୁ ବ୍ୟଗ୍ର । ବିମାନ ବନ୍ଦରକୁ ଛୁଟିଛନ୍ତି ବହୁ ସଂଖ୍ୟାରେ ଲୋକ । ଗୋଟିଏ ସପ୍ତାହ ପୂର୍ବରୁ ହଠାତ ଆକ୍ରମଣ ଆରମ୍ଭ କରିଥିଲେ ବିଦ୍ରୋହୀ ।  ପ୍ରଥମ ଆଲେପ୍ପୋ ସହର ଉପରେ ଆରମ୍ଭ କରିଥିଲେ ହମଲା ।

ବିଦ୍ରୋହୀମାନେ ଜେଲରେ କଏଦୀଙ୍କୁ ମୁକ୍ତ କରୁଛନ୍ତି । ଲୋକମାନେ ସରକାର ବିରୋଧରେ ପ୍ରଦର୍ଶନ ଜାରି କରିଛନ୍ତି । ଡୋମାରେ ସୈନିକ ୨ ଜଣ ପ୍ରଦର୍ଶନକାରୀଙ୍କୁ ହତ୍ୟା କରିଛି । ବିଦ୍ରୋହୀମାନେ କବଜା କରିବାରୁ ସୈନିକ ନିଜର ଅସ୍ତ୍ରଶସ୍ତ୍ର ଡିପୋ ଉଡାଇ ଦେଇଛନ୍ତି ।

Related post

କର୍ତ୍ତବ୍ୟ ପଥରେ ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି

କର୍ତ୍ତବ୍ୟ ପଥରେ ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି

ଆଜି ଦେଶ ପାଳୁଛି ୭୬ତମ ସାଧାରଣତନ୍ତ୍ର ଦିବସ ।  କର୍ତ୍ତବ୍ୟ ପଥରେ ପତାକା ଉତ୍ତୋଳନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବିଶ୍ୱ ଦେଖିବ ଭାରତର ଶକ୍ତି ଓ…
ଦେଶବାସୀଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ

ଦେଶବାସୀଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ

ନବ ବର୍ଷ ପାଇଁ ଦେଶବାସୀଙ୍କୁ ଶୁଭେଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୨୦୨୫ ସମସ୍ତଙ୍କ ମନରେ ସୁଖ, ସମୃଦ୍ଧି ଓ ଆନନ୍ଦ ଭରିଦେଉ । ଏହି ଅବସରରେ…

Leave a Reply

Your email address will not be published. Required fields are marked *