ଐତିହାସିକ ବିଜୟ ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କୁ  ହାର୍ଦ୍ଦିକ ଅଭିନନ୍ଦନ ଓ  ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ଐତିହାସିକ ବିଜୟ ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ପ୍ରଧାନମନ୍ତ୍ରୀ ମୋଦି ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟ ସେୟାର କରିଛନ୍ତି । ଏଥିରେ ସେ ଲେଖିଛନ୍ତି, ‘ଐତିହାସିକ ନିର୍ବାଚନ ବିଜୟ ପାଇଁ ମୋର ବନ୍ଧୁ ଡୋନାଲ୍ଡ ଟ୍ରମ୍ପ ଆପଣଙ୍କୁ ହାର୍ଦ୍ଦିକ ଅଭିନନ୍ଦନ’ ।

ଟ୍ରମ୍ପଙ୍କ ସହ କେତେଗୁଡ଼ିଏ ଫଟୋ ସେୟାର କରି ମୋଦି ଲେଖିଛନ୍ତି, ‘ଆପଣ ନିଜର ପୂର୍ବ କାର୍ଯ୍ୟକାଳର ସଫଳତାଗୁଡ଼ିକୁ ଆଗକୁ ବଢ଼ାଇବାକୁ ଯାଉଛନ୍ତି । ମୁଁ ଭାରତ-ଆମେରିକାର ବ୍ୟାପକ ଗ୍ଲୋବାଲ ଏବଂ ରଣନୀତିକ ଭାଗିଦାରୀଙ୍କୁ ଆହୁରି ମଜଭୁତ କରିବା ତଥା ଆମ ସହଯୋଗକୁ ନବୀକରଣ କରିବା ପାଇଁ ଉତ୍ସାହୀ ଅଛି । ଆସନ୍ତୁ, ଆମ ଲୋକମାନଙ୍କ କଲ୍ୟାଣ ପାଇଁ ଏବଂ ବିଶ୍ୱଶାନ୍ତି, ସ୍ଥିରତା ତଥା ସମୃଦ୍ଧିକୁ ପ୍ରୋତ୍ସାହନ ଦେବା ପାଇଁ ମିଳିମିଶି କାର୍ଯ୍ୟ କରିବା’ ।

ବର୍ତ୍ତମାନ ଟ୍ରମ୍ପଙ୍କୁ ସୋସିଆଲ ମିଡିଆରେ ବିଜୟର ଶୁଭେଚ୍ଛା ମିଳିବାରେ ଲାଗିଛି । ଅଷ୍ଟ୍ରେଲିଆର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ ସୋସିଆଲ ମିଡିଆରେ ପୋଷ୍ଟ କରି ଡୋନାଲ୍ଡ ଟ୍ରମ୍ପଙ୍କୁ ବିଜୟର ଅଭିନନ୍ଦନ ଜଣାଇଛନ୍ତି । ସେ ଟ୍ରମ୍ପଙ୍କ ସହ ଏକ ଫଟୋ ସେୟାର କରି ଲେଖିଛନ୍ତି, ‘ଶୁଭେଚ୍ଛା ରାଷ୍ଟ୍ରପତି ଟ୍ରମ୍ପ’ ।

Related post

ଦେଶବାସୀଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ

ଦେଶବାସୀଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ

ନବ ବର୍ଷ ପାଇଁ ଦେଶବାସୀଙ୍କୁ ଶୁଭେଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୨୦୨୫ ସମସ୍ତଙ୍କ ମନରେ ସୁଖ, ସମୃଦ୍ଧି ଓ ଆନନ୍ଦ ଭରିଦେଉ । ଏହି ଅବସରରେ…
ଡୋମିନିକାର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ

ଡୋମିନିକାର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଡୋମିନିକା ଏହାର ସର୍ବୋଚ୍ଚ ଜାତୀୟ ସମ୍ମାନ ‘ଡୋମିନିକା ଆଓ୍ବାର୍ଡ ଅଫ୍‌ ଅନ୍‌ର’ରେ ସମ୍ମାନିତ କରିଛି। ରାଷ୍ଟ୍ରପତି ସିଲଭାନି ବର୍ଟନ ମୋଦିଙ୍କୁ ଏହି ସମ୍ମାନରେ ସମ୍ମାନିତ…

Leave a Reply

Your email address will not be published. Required fields are marked *