ଦୀପାବଳି ରେ ବାଣ ଫୁଟାଇବା ମନା

ଦୀପାବଳି ରେ ବାଣ ଫୁଟାଇବା ମନା

ଦିଲ୍ଲୀ ଏନସିଆରରେ ବାଣ ଉପରେ ଲାଗିଲା ପ୍ରତିବନ୍ଧକ । ଏନସିଆର ଇଲାକାରେ ବାଣ ପ୍ରସ୍ତୁତି, ବିକ୍ରି ଓ ଫୁଟାଇବା ଉପରେ ଲାଗିଲା ବ୍ୟାନ । ଏହି କଟକଣା ଆସନ୍ତା ୨୦୨୫ ଜାନୁଆରୀ ୧ ଯାଏଁ ବଳବତ୍ତର ରହିବ । ଦିଲ୍ଲୀ ଏନସିଆରରେ ବାଣ ପ୍ରସ୍ତୁତି, ବିକ୍ରି ନ ହେଲେ କାଳେ ଲୋକେ ଅନଲାଇନରେ ବାଣ ମଗେଇବେ, ସେଥିପାଇଁ ଅନଲାଇନ ବିକ୍ରି ଉପରେ ମଧ୍ୟ କଟକଣା ଲଗାଇଛନ୍ତି ସରକାର ।

ବାଣ ଯୋଗାଣକୁ ରୋକିବା ପାଇଁ ପୋଲିସ ଦୁଇଟି ଗୋଦାମ ଉପରେ ଚଢାଉ କରି ୧,୩୨୩ କେଜି ବାଣ ପ୍ରସ୍ତୁତି ସାମଗ୍ରୀ ଜବତ କରିଛି । ଏହି ଦିଗରେ ପୋଲିସର ସର୍ଚ୍ଚ ଅପରେସନ ଜାରି ରହିଛି । ତେବେ ଦିଲ୍ଲୀର ପରିବେଶ ମନ୍ତ୍ରୀ କହିଛନ୍ତି କି, ଯଦି କେହି ପ୍ରଦୂଷଣ କରିବ, ତେବେ ଆପଣ ଅଭିଯୋଗ କରିପାରିବେ । ଦିଲ୍ଲୀର ଗ୍ରୀପ ଆପରେ ଅଭିଯୋଗ କରି ଫଟୋ ଅପଲୋଡ କରନ୍ତୁ । ଏହାପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Related post

Leave a Reply

Your email address will not be published. Required fields are marked *