ସୈଫଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲକୁ ନେଲେ ପୁଅ ଇବ୍ରାହିମ…ଆକ୍ରମଣ ସମୟରେ ଘରେ ନଥିଲା ଡ୍ରାଇଭର

ସୈଫଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲକୁ ନେଲେ ପୁଅ ଇବ୍ରାହିମ…ଆକ୍ରମଣ ସମୟରେ ଘରେ ନଥିଲା ଡ୍ରାଇଭର

ସୈଫ୍ଅଲ୍ଲୀ ଖାନଙ୍କୁ ହୋଇଛି ଛୁରାମାଡ ।  ଯାହା ଫଳରେ ସେ ଗୁରୁତର ଭାବରେ ଅସୁସ୍ଥ ହୋଇପଡିଥିଲେ ।  ଇବ୍ରାହମ ଅଲ୍ଲୀଖାନ ନିଜ ପିତା ସୈଫ ଅଲ୍ଲୀଖାନଙ୍କୁ ଅଟୋରେ ହସ୍ପିଟାଲକୁ ନେଇଯାଇଥିଲେ ।  ମୁମ୍ବାଇରେ ଥିବା ଲୀଲାବତୀ ହସ୍ପିଟାଲରେ ବିଳମ୍ବିତ ରାତ୍ରିରେ ସୈଫଙ୍କୁ ନିଆଯାଇଥିଲା ।  ଇବ୍ରାହିମ ସୈଫଙ୍କୁ ଅଟୋ ରିକ୍ସାରେ ଏଥିପାଇଁ ନେଇଥିଲେ କାରଣ ସେହି ସମୟରେ ତାଙ୍କ ଘରେ ଡ୍ରାଇଭର ନଥିଲେ । ସୈଫ ଅଲ୍ଲୀଖାନ ଲଗାତାର ଭାବରେ କିଛି ଦିନ ଚର୍ଚାରେ ରହି ଆସୁଛନ୍ତି । ଗତ ରାତି ୨ଟାରେ ଅଭିନେତାଙ୍କ ବାନ୍ଦ୍ରାରେ ଥିବା ଘରେ ଏହି ଅଘଟଣ ହୋଇଥିଲା ।

କେବଳ ଅଲ୍ଲୀଙ୍କ ଘରେ ଚୋର ପଶି ଯାଇଥିଲା । ଯାହା ଫଳରେ ଚୋର ଏବଂ ଅଭିନେତାଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଶେଷରେ ଆହତ ହୋଇଥିଲେ ସୈଫ । ଚୋରଟି ଚାକୁରେ ସୈଫଙ୍କୁ ଆଘାତ କରିଥିଲା । ଚୋରଟି ସୈଫଙ୍କୁ ଚାକୁରେ ୬ ଥର ଆକ୍ରମଣ କରିଥିଲା । ଯାହାଫଳରେ ଦୁଇଟି ଗଭୀର କ୍ଷତ ହୋଇଥିଲା । ସୈଫଙ୍କୁ ଆହାତ ଅବସ୍ଥାରେ ଦେଖି ପୁଅ ଇବ୍ରାହମ ଅଲ୍ଲୀ ତାଙ୍କୁ ହସ୍ପିଟାଲ ନେଇ ଯାଇଥିଲେ ।

ଏହି ଆକ୍ରମଣର ତଦନ୍ତ ପାଇଁ ମୁମ୍ବାଇ ପୋଲିସ ୭ଟି ଦଳ ଗଠନ କରିଛି ।  ପୋଲିସ ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି ଏବଂ ସୈଫଙ୍କ ଘରର ସହାୟିକାଙ୍କୁ ମଧ୍ୟ ପଚରାଉଚରା କରୁଛି । ଡାକ୍ତରମାନେ କରିଛନ୍ତି ସୈଫଙ୍କ ଶରୀରରେ ଅନେକ ଥର ଛୁରୀ ଆକ୍ରମଣ କରାଯାଇଛି । ଯେଉଁଥିରୁ ଦୁଇଟି କ୍ଷତ ବହୁତ ଗଭୀର ରହିଛି ।

ସୈଫଙ୍କ ଦଳ ଏକ ବିବୃତ୍ତି ଜାରି କରି କହିଥିଲେ, “ସୈଫ ଅଲ୍ଲୀ ଖାନଙ୍କ ଘରେ ଚୋର ଚୋରି ଉଦ୍ଦେଶ୍ୟରେ ଆସିଥିଲା । ତାଙ୍କର ହସ୍ପିଟାଲରେ ଅସ୍ତ୍ରୋପଚାର ଚାଲିଛି । ପୋଲିସ ବର୍ତ୍ତମାନ ସୈଫଙ୍କ ତିନି ଜଣ କର୍ମଚାରୀଙ୍କ ବୟାନ ରେକର୍ଡ କରୁଛି । ପୋଲିସ ସୈଫଙ୍କ ହାଉସ ମେଡକୁ ସନ୍ଦେହ କରୁଛି । ତେଣୁ ପ୍ରଥମେ ମେଡ୍‌ର ଚିକିତ୍ସା କରାଯିବ ଏବଂ ତା’ପରେ ତାଙ୍କ ବୟାନ ନିଆଯିବ ।

Related post

Leave a Reply

Your email address will not be published. Required fields are marked *