
ସମ୍ବଲପୁର : ହୀରାକୁଦ ବନ୍ୟପ୍ରାଣୀ ଡିଭିଜନର ACF ରେବତୀ ରମଣ ଯୋଶୀ ଗିରଫ I
- ଅପରାଧରାଜ୍ୟ
- December 7, 2024
- No Comment
- 22
ଗିରଫ ହେଲେ କୋଟିପତି ଏସିଏଫ୍ । ହୀରାକୁଦ ବନ୍ୟପ୍ରାଣୀ ଡିଭିଜନର ACF ରେବତୀ ରମଣ ଯୋଶୀଙ୍କ ଅଚଳାଚଳ ସଂପତ୍ତି ଦେଖି ଭିଜିଲାନ୍ସ ଆଖି ଟେରା ।ଏସିଏଫ ରେବତୀ ରମଣ ଯୋଶୀଙ୍କର ସମ୍ବଲପୁର ସହରରେ ୩ଟି ଫ୍ଲାଟ ଓ ଭୁବନେଶ୍ବର ଘାଟିକିଆରେ ଏକ ଫ୍ଲାଟ ରହିଛି । ତାଙ୍କର ମୋଟ ୭ଟି ପ୍ଲଟ ଥିବା ଭିଜିଲାନ୍ସ ଚଢ଼ାଉରୁ ଜଣାଯାଇଛି ।
ସମ୍ବଲପୁର ଓ ବରଗଡରେ ଏସିଏଫ ରେବତୀ ରମଣ ଯୋଶୀଙ୍କର ୯ଟି ଠିକଣାରେ ଏକକାଳୀନ ରେଡ କରାଯାଇଥିଲା । ଘରୁ ଜବତ ହୋଇଛି ନଗଦ ୧୪ ଲକ୍ଷ ୭୧ ହଜାର ଟଙ୍କା , ୧୫୦ ଗ୍ରାମ ସୁନା ଓ ୩ଶହ ଗ୍ରାମ ରୁପା ଅଳଙ୍କାର । ତାଙ୍କର ବୀମା ଓ ଇନସ୍ୟୁରାନସରେ ୩୧ ଲକ୍ଷ ୩୧ ହଜାର ଟଙ୍କା ଜମା ରହିଛି ।
ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୯ଟି ସ୍ଥାନରେ ଏକସଙ୍ଗେ ୯ଟି ଭିଜିଲାନ୍ସ ଟିମ ଚଢ଼ାଉ କରିଥିଲେ । ଏଥିରେ ୩ ଡିଏସପି, ୧୦ ଇନ୍ସପେକ୍ଟର ଓ ଅନ୍ୟ ସହାୟକ କର୍ମଚାରୀ ସାମିଲ ଥିଲେ । ଚଢ଼ାଉ ବେଳେ ଏସିଏଫ ରେବତୀ ଯୋଶୀଙ୍କ ଅମାପ ସଂପତ୍ତି ଦେଖି ଭିଜିଲାନସ ଅଧିକାରୀ ତାଜୁବ ହୋଇଛନ୍ତି । ତେବେ ଏତେ ସଂପତ୍ତି ସେ କିପରି କମାଇଲେ ତାର ସଠିକ ଉତ୍ତର ଦେଇପାରିନାହାନ୍ତି ।