ସମ୍ବଲପୁର ମାନେଶ୍ବର ହାଟପଦାର ଘଟଣା : ମାଆ, ଭଉଣୀଙ୍କୁ ଜିଅନ୍ତା ପୋଡ଼ି ମାରିଦେଲା ପୁଅ ।

ସମ୍ବଲପୁର ମାନେଶ୍ବର ହାଟପଦାର ଘଟଣା : ମାଆ, ଭଉଣୀଙ୍କୁ ଜିଅନ୍ତା ପୋଡ଼ି ମାରିଦେଲା ପୁଅ ।

ସମ୍ବଲପୁର ମାନେଶ୍ବର ହାଟପଦାରେ ବାପ ପୁଅର ଜଘନ୍ୟ ହତ୍ୟାକାଣ୍ଡ। ମାଆ ସ୍ନେହଲତାଙ୍କୁ ଶ୍ବାସରୁଦ୍ଧ କରି ଓ ଭଉଣୀ ସୈରେନ୍ଦ୍ରି ଦୀକ୍ଷିତଙ୍କୁ ଉପରେ ପେଟ୍ରୋଲ ଢାଳି ହତ୍ୟା କରାଯାଇଥିବା ପୋଲିସ ସ୍ପଷ୍ଟ କରିଛି । ପ୍ରମାଣ ନଷ୍ଟ ପାଇଁ ୨ ଜଣଙ୍କୁ ଘର ଭିତରେ ଜାଳିଥିଲେ ବାପ ଓ ପୁଅ । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ବୃଦ୍ଧାଙ୍କ ପୁଅ ଜଗନ୍ନାଥ ଦିକ୍ଷିତ ଓ ତାଙ୍କ ପୁଅକୁ ଗିରଫ କରିଛି ପୋଲିସ । ଆଜି ଅଭିଯୁକ୍ତମାନଙ୍କର କ୍ରାଇନ୍ ସିନ୍ ରିକ୍ରିଏସନ୍ କରିବ ପୋଲିସ ।

ସୂଚନା ଅନୁସାରେ ଗତକାଲି ଶୋଇଥିବା ବେଳେ ନିଆଁରେ ପୋଡ଼ି ହୋଇ ବୃଦ୍ଧା ମାଆ ସ୍ନେହଲତା ଦିକ୍ଷୀତ ଓ ଝିଅ ସୈରେନ୍ଦ୍ରୀଙ୍କ ମୃତ୍ୟୁ ହୋଇଥିଲା । ମୃତ ବୃଦ୍ଧାଙ୍କ ସାନ ଝିଅ ଇନ୍ଦ୍ରାଣୀ ପୁରୋହିତ ମାଆ ଓ ଭଉଣୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ । ଅଭିଯୋଗ ପରେ ସଦର ପୋଲିସ ମାମଲାର ତଦନ୍ତ କରି ବାପା-ପୁଅକୁ ଗିରଫ କରିଛି। ପ୍ରଥମେ ପୋଲିସ ବାପ ପୁଅକୁ ଥାନାରେ ରାତି ସାରା ପଚରାଉଚରା କରିଥିଲା।

ଉଭୟଙ୍କ ଉତ୍ତର ମେଳ ଖାଉନଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଥିଲା। ମୃତ ସୈରେନ୍ଦ୍ରିଙ୍କ ହାତ ମୁଠାରେ ଜଗନ୍ନାଥଙ୍କ ପୁଅର ଚୁଟି ରହିଥିଲା । ଜଗନ୍ନାଥଙ୍କ ଦେହରେ ଆମ୍ପୁଡା ଦାଗ ମଧ୍ୟ ରହିଛି । ପୋଲିସ ସମସ୍ତ ଦିଗକୁ ନେଇ ତଦନ୍ତ କରିବା ସହ ଉଭୟଙ୍କୁ ଗିରଫ କରିଛି । ଗିରଫ ବାପା ଓ ପୁଅକୁ ଆଜି କୋର୍ଟ ଚାଲାଣ କରାଯିବ ।

Related post

ସତର୍କ କଲା ପାଣିପାଗ କେନ୍ଦ୍ର, ଆଜିଠୁ ବଢ଼ିବ ବର୍ଷା

ସତର୍କ କଲା ପାଣିପାଗ କେନ୍ଦ୍ର, ଆଜିଠୁ ବଢ଼ିବ ବର୍ଷା

ବଙ୍ଗୋପସାଗରରେ ଆଣ୍ଟି ସାଇକ୍ଲୋନିକ ସର୍କୁଲେସନ ସକ୍ରିୟ । ଏହା ସହ ଟ୍ରପ ଲାଇନ ପ୍ରଭାବରେ ରାଜ୍ୟ ମଧ୍ୟକୁ ସମୁଦ୍ର ପଟୁ ଜଳୀୟବାଷ୍ପ ପ୍ରବେଶ କରୁଛି । ପ୍ରଭାବରେ ରାଜ୍ୟର…
ବିଦେଶୀ ପକ୍ଷୀଙ୍କ ସଂଖ୍ୟା, ଭିତରକନିକାକୁ ଆସିଛନ୍ତି ୧ ଲକ୍ଷ ୫୧ ହଜାର ୬୧୪ଟି ପକ୍ଷୀ

ବିଦେଶୀ ପକ୍ଷୀଙ୍କ ସଂଖ୍ୟା, ଭିତରକନିକାକୁ ଆସିଛନ୍ତି ୧ ଲକ୍ଷ ୫୧ ହଜାର…

ଚଳିତବର୍ଷ ୧ ଲକ୍ଷ ୫୧ ହଜାର ୬୧୪ଟି ବିଦେଶୀ ପକ୍ଷୀ ଆସିଛନ୍ତି । ଚଳିତବର୍ଷ ୧୧୮ ପ୍ରଜାତି ପକ୍ଷୀ ଚିହ୍ନଟ ହୋଇଥିବାବେଳେ ଗତବର୍ଷ ତୁଳନାରେ ୩ କମ୍ ରହିଛନ୍ତି…
ବଢ଼ିଲା ଶିକ୍ଷକଙ୍କ ଦରମା

ବଢ଼ିଲା ଶିକ୍ଷକଙ୍କ ଦରମା

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ,ଏହି ଶିକ୍ଷକମାନଙ୍କ ମାସିକ ପାରିଶ୍ରମିକ  ୧୧ ହଜାର ଶହେ ଟଙ୍କାରୁ ବୃଦ୍ଧି ପାଇ ୧୬ ହଜାର ଟଙ୍କା କରାଯାଇଛି । ଏହାସହିତ ଏହି ବର୍ଗର…

Leave a Reply

Your email address will not be published. Required fields are marked *