ସଦସ୍ୟତା ପାଇଁ ଆହ୍ବାନ ଦେଲେ ନବୀନ : ବିଜେଡି ସହ ଛାତ୍ରଛାତ୍ରୀଙ୍କୁ ଯୋଡ଼ିବା ପାଇଁ  ରଣନୀତି

ସଦସ୍ୟତା ପାଇଁ ଆହ୍ବାନ ଦେଲେ ନବୀନ : ବିଜେଡି ସହ ଛାତ୍ରଛାତ୍ରୀଙ୍କୁ ଯୋଡ଼ିବା ପାଇଁ ରଣନୀତି

ବିଜୁ ଜନତା ଦଳକୁ ଆଜି ଉଦବୋଧନ ଦେବେ ବିଜେଡି ସଭାପତି ନବୀନ ପଟ୍ଟନାୟକ। ଭୁବନେଶ୍ବର ଶଙ୍ଖ ଭବନରେ ଛାତ୍ର ବିଜେଡିର ସଭ୍ୟ ସଂଗ୍ରହ କର୍ମଶାଳା ଅନୁଷ୍ଠିତ ହେବ । ଗାଁ ଗାଁରେ ବିଜେଡି ସହ ଛାତ୍ରଛାତ୍ରୀଙ୍କୁ ଯୋଡ଼ିବା ଉପରେ ରଣନୀତି ପ୍ରସ୍ତୁତ ହେବ । ନବୀନ ପଟ୍ଟନାୟକଙ୍କ ବିକାଶ କାର୍ଯ୍ୟକ୍ରମ ନେଇ ଜନଜାଗରଣ କରାଯିବ । ଏଥିରେ ଦଳୀୟ ସଭାପତି ନବୀନ ପଟ୍ଟନାୟକଙ୍କ ସହ ଅନେକ ବରିଷ୍ଠ ନେତା ଯୋଗ ଦେବେ ।

ଏହା ପରେ ବିଜୁ ଛାତ୍ର ଜନତା ଦଳ ସଦସ୍ୟତା ଅଭିଯାନ ବିଭିନ୍ନ କଲେଜ କ୍ୟାମ୍ପସରେ କରିବାକୁ ଯୋଜନା ରଖିଛି । ଆଜି ପ୍ରସ୍ତୁତ ହୋଇଥିବା ରୋଡମ୍ୟାପ୍ ଉପରେ ଲାଗିବ ମୋହର । ଗତମାସ ୯ ତାରିଖରୁ ଦଳର ସଦସ୍ୟତା ଅଭିଯାନ ଆରମ୍ଭ ହୋଇଛି ।  କୋଟିଏରୁ ଅଧିକ ସଦସ୍ୟଙ୍କୁ ଦଳ ସହ ଯୋଡ଼ିବା ପାଇଁ ଟାର୍ଗେଟ ରଖିଛି ବିଜେଡି ।  ସଦସ୍ୟତା ଅଭିଯାନରେ ଦଳର ଫୋକସ ରହିଛନ୍ତି ମହିଳା ଓ ଯୁବବର୍ଗ ।

Related post

ଆଜି ଓଟିଇଟି ପରୀକ୍ଷା, ପ୍ରଥମ ପେପର ପରୀକ୍ଷା ସକାଳ ୯ଟାରୁ ଆରମ୍ଭ

ଆଜି ସାରା ରାଜ୍ୟରେ ଓଟିଇଟି ପରୀକ୍ଷା । ଏଥିପାଇଁ ଓଟିଇଟି ପ୍ରଶ୍ନପତ୍ର ଓ ଓଏମଆର ସିଟ କଡ଼ା ସୁରକ୍ଷା ବଳୟରେ ସମସ୍ତ ନୋଡାଲ ସେଣ୍ଟରରେ ରହିଛି । ମାଧ୍ୟମିକ…

ଆଜି ଲକ୍ଷ୍ନୌରେ ଚତୁର୍ଥ ଟି-୨୦, ସିରିଜ୍ କବଜା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ଆଜି ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ । ଲକ୍ଷ୍ନୌର ଏକନ୍ନା ଷ୍ଟାଡିୟମରେ ମୁହାଁମୁହିଁ ହେବେ ଦୁଇ ଦଳ । ୫ ମ୍ୟାଚ ବିଶିଷ୍ଟ ସିରିଜ୍ ରେ ୨-୧ରେ ଆଗୁଆ…
୨୦୩୬ ସୁଦ୍ଧା ଓଡ଼ିଶାର ଅର୍ଥନୀତି ୫ଶହ ବିଲିଅନ ଡଲାର ଲକ୍ଷ୍ୟ ରହିଛି : ମୁଖ୍ୟମନ୍ତ୍ରୀ

୨୦୩୬ ସୁଦ୍ଧା ଓଡ଼ିଶାର ଅର୍ଥନୀତି ୫ଶହ ବିଲିଅନ ଡଲାର ଲକ୍ଷ୍ୟ ରହିଛି…

ଭୁବନେଶ୍ବର ଜନତା ମଇଦାନରେ ରାଜ୍ୟରେ ବିଜେପି ସରକାରର ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ରାଜ୍ୟର ବିକଶିତ ଲକ୍ଷ୍ୟ ନେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୨୦୩୬ ପାଇଁ…

Leave a Reply

Your email address will not be published. Required fields are marked *