
ସମ୍ବଲପୁର ପୁଲିସ୍ର ଏନ୍କାଉଣ୍ଟର: ଦୁର୍ଦ୍ଦାନ୍ତ ସଞ୍ଜୀବ ଗୋଡ ରେ ଲାଗିଲା ଗୁଳି
- ଅପରାଧ
- December 8, 2024
- No Comment
- 19
ଏସ୍ପି ଶ୍ରୀ ଭାମୂ କହିଛନ୍ତି, ଗତ ନଭେମ୍ବର ୨୨ରେ ଚାରମାଳ ଥାନା ଅଞ୍ଚଳରେ ବଡ଼ଧରଣର ଡକାୟତି ହୋଇଥିଲା । ଏହି ମାମଲାରେ ୪ ଜଣଙ୍କୁ ଗିରଫ କରାଯାଇଥିଲା । ଡକାୟତି ଘଟଣାର ମାଷ୍ଟରମାଇଣ୍ଡ୍ ସଞ୍ଜୀବ ଫେରାର ଥିଲା । ରେଙ୍ଗାଲି ଥାନାଞ୍ଚଳରେ ସଞ୍ଜୀବ ବୁଲୁଥିବା ସୂଚନା ପାଇ ପୁଲିସ୍ ଛକି ରହିଥିଲା । ଦୁଇ ଘଣ୍ଟାର ଅପେକ୍ଷା ପରେ ଏକ ବାଇକ୍ରେ ଆସୁଥିବା ସଞ୍ଜୀବ୍କୁ ପୁଲିସ୍ ଗୋଡ଼ାଇଥିଲା ।
ଚେତାବନୀ ଦେବା ସତ୍ତେ୍ୱ ସେ ଅଟକି ନ ଥିଲା । ଓଲଟି ଗାଡ଼ିରୁ ଓହ୍ଲାଇ ପୁଲିସ୍କୁ ୩ ରାଉଣ୍ଡ ଗୁଳିମାଡ଼ କରିଥିଲା । ଜବାବରେ ପୁଲିସ୍ ମଧ୍ୟ ପାଲଟା ଗୁଳିଚାଳନା କରିଥିଲା । ୨ ରାଉଣ୍ଡ ଗୁଳିରୁ ଗୋଟିଏ ସଞ୍ଜୀବର ଡାହାଣ ଗୋଡ଼ରେ ବାଜିଛି । ଗୁରୁତର ଅବସ୍ଥାରେ ତାକୁ ପ୍ରଥମେ ରେଙ୍ଗାଲି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ବୁର୍ଲା ଭିମ୍ସାରକୁ ସ୍ଥାନାନ୍ତର କରାଯାଇଛି ।
ଦୁର୍ଦ୍ଦାନ୍ତ ସଞ୍ଜୀବ ନାଁରେ ବିଭିନ୍ନ ଥାନାରେ ୨୩ ମାମଲା ରହିଛି । ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରେ ସଞ୍ଜୀବ ଅପରାଧ ସିଣ୍ଡିକେଟ୍ ଚଳାଇଥିଲା । ଝାରସୁଗୁଡ଼ାରେ ଅପରାଧର କାୟା ବିସ୍ତାର କରିଥିବା ସଞ୍ଜୀବ ଗୋଷ୍ଠୀ ଗତ ନଭେମ୍ବର ୨୨ ରାତିରେ ଚାରମାଳଠାରେ ନିର୍ମାଣାଧୀନ ଗ୍ରୀଡ୍ରୁ ବିପୁଳ ପରିମାଣର ବୈଦ୍ୟୁତିକ ଉପକରଣ ଚୋରି କରିଥିଲେ । ସମ୍ବଲପୁର ଏସ୍ପିଙ୍କ ନେତୃତ୍ୱରେ ଏହି ଗୋଷ୍ଠୀର ୪ ଜଣଙ୍କୁ ଗିରଫ କରାଯାଇଥିଲା । ସଞ୍ଜୀବ ପୁଲିସ୍ ପଞ୍ଝାରେ ପଡ଼ିବା ପରେ ଆଲୁମିନିୟମ୍ ତାର ଚୋରି ସିଣ୍ଡିକେଟ୍ର ଗୁମର ଖୋଲିବ ବୋଲି ପୁଲିସ୍ କହିଛି ।