ଦ୍ବିତୀୟ ଟେଷ୍ଟ : ଭାରତ ଆଗରେ ୩୫୯ ରନର ଟାର୍ଗେଟ୍ ରଖିଲା ନ୍ୟୁଜିଲାଣ୍ଡ

ଦ୍ବିତୀୟ ଟେଷ୍ଟ : ଭାରତ ଆଗରେ ୩୫୯ ରନର ଟାର୍ଗେଟ୍ ରଖିଲା ନ୍ୟୁଜିଲାଣ୍ଡ

ଦ୍ବିତୀୟ ପାଳିରେ ନ୍ୟୁଜିଲାଣ୍ଡ ଦଳ ୨୫୫ ରନ କରି ଅଲଆଉଟ୍ ହୋଇଛି । ପ୍ରଥମ ମ୍ୟାଚ୍ ହାରିବା ପରେ ଏବେ ଦ୍ବିତୀୟ ପରାଜୟରୁ ବର୍ତ୍ତିବା ଘରୋଇ ଭାରତୀୟ ଦଳ ପାଇଁ ଖୁବ୍ କଷ୍ଟସାଧ୍ୟ ହେବ । କାରଣ ମ୍ୟାଚର ଆହୁରି ଦୁଇ ଦିନ ବାକି ଅଛି ।

ଦ୍ବିତୀୟ ଇନିଂସରେ ନ୍ୟୁଜିଲାଣ୍ଡ ପକ୍ଷରୁ ଓପ୍ନର ଟମ୍ ଲଥାମଙ୍କ ୮୬ ରନ୍ ବ୍ୟତୀତ ୱିକେଟ୍ କିପର ଟମ୍ ବ୍ଲଣ୍ଡେଲ ୪୧ ଏବଂ ଗ୍ଲେନ୍ ଫିଲିପ୍ସ ଅପରାଜିତ ୪୮ ରନ୍ କରିଛନ୍ତି । ଭାରତ ପକ୍ଷରୁ ପୁଣିଥରେ ସୁନ୍ଦର ବୋଲିଂ କରି ୱାଶିଂଟନ୍ ସୁନ୍ଦର ସର୍ବାଧିକ ୪ଟି ଏବଂ ସ୍ପିନର ରବୀନ୍ଦ୍ର ଜାଡେଜା ୩ ଓ ରବିଚନ୍ଦ୍ର ଅଶ୍ବିନ୍ ୨ଟି ୱିକେଟ୍ ନେଇଛନ୍ତି ।

ନିଜର ପଞ୍ଚମ ଟେଷ୍ଟ ଖେଳୁଥିବା ୱାଶିଂଟନ୍ ଏହି ମ୍ୟାଚରେ ମୋଟ୍ ୧୧୫ ରନ୍ ଦେଇ ୧୧ଟି ୱିକେଟ୍ ଦଖଲ କରିଛନ୍ତି । ପ୍ରଥମ ଇନିଂସରେ ସେ ୫୯ ରନ୍ ଦେଇ ୭ଟି ୱିକେଟ୍ ନେଇଥିଲେ । ଏହା ତାଙ୍କର ସର୍ବଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ ।

ପୂର୍ବରୁ ପ୍ରଥମ ପାଳିରେ ନ୍ୟୁଜିଲାଣ୍ଡ ୨୫୯ ରନ୍ କରିଥିବା ବେଳେ ଭାରତ ମାତ୍ର ୧୫୬ ରନ୍ କରିବାକୁ ସମର୍ଥ ହୋଇଥିଲା । ଏବେ ରୋହିତ ବାହିନୀକୁ ସମ୍ମାନ ରକ୍ଷା କରିବା ପାଇଁ ଅତି ସତର୍କତାର ସହ ଖେଳିବାକୁ ହେବ । ନଚେତ ପୁଣି ଏକ ପରାଜୟ ଅପେକ୍ଷା କରି ରହିଛି ।

Related post

Champions Trophy: ଆଫଗାନିସ୍ତାନକୁ ୧୦୭ ରନରେ ପରାସ୍ତ କଲା ଦକ୍ଷିଣ ଆଫ୍ରିକା

Champions Trophy: ଆଫଗାନିସ୍ତାନକୁ ୧୦୭ ରନରେ ପରାସ୍ତ କଲା ଦକ୍ଷିଣ ଆଫ୍ରିକା

ରିଆନ ରିକେଲଟନଙ୍କ ଶତକ ଏବଂ କାଗିସୋ ରାବାଡାଙ୍କ ଘାତକ ବୋଲିଂ ଯୋଗୁଁ ଦକ୍ଷିଣ ଆଫ୍ରିକା ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ବିଜୟ ସହ ତା’ର ଅଭିଯାନ ଆରମ୍ଭ କରିଛି ।…
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୩ଟି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯିବ ।

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୩ଟି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ…

ଟି୨୦ ସିରିଜରେ ଇଂଲଣ୍ଡରେ ହରାଇବା ପରେ ଏବେ ଟିମ୍ ଇଣ୍ଡିଆ ଦିନିକିଆ ସିରିଜ ଖେଳିବ । ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୩ଟି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ…
ବାରବାଟୀ ପାଇଁ ଆଜିଠୁ ମିଳିବ କାଉଣ୍ଟର ଟିକେଟ କ୍ରିକେଟ ପ୍ରେମୀ ଲମ୍ବା ଧାଡି ରେ

ବାରବାଟୀ ପାଇଁ ଆଜିଠୁ ମିଳିବ କାଉଣ୍ଟର ଟିକେଟ କ୍ରିକେଟ ପ୍ରେମୀ ଲମ୍ବା…

କାଲି ରାତିରୁ ଲାଇନ ଲଗାଇଛନ୍ତି କ୍ରିକେଟ ପ୍ରେମୀ । ଆଜି ଓ କାଲି ଦୁଇଦିନ ଧରି କାଉଣ୍ଟରରେ ଟିକେଟ ବିକ୍ରି ହେବ । ଆଜି ସକାଳ ୯ଟାରୁ ସନ୍ଧ୍ୟା…

Leave a Reply

Your email address will not be published. Required fields are marked *