ଦକ୍ଷିଣ କୋରିଆ : ଲ୍ୟାଣ୍ଡିଂ ବେଳେ ବିମାନରେ ଲାଗିଲା ନିଆଁ ୧୭୯ ଜଣଙ୍କ ମୃତ୍ୟୁ !

ଦକ୍ଷିଣ କୋରିଆ : ଲ୍ୟାଣ୍ଡିଂ ବେଳେ ବିମାନରେ ଲାଗିଲା ନିଆଁ ୧୭୯ ଜଣଙ୍କ ମୃତ୍ୟୁ !

ଦକ୍ଷିଣ କୋରିଆର ମୁଆନ ସହରରେ ପ୍ଲେନ କ୍ରାସ୍ ହୋଇଛି। ଲ୍ୟାଣ୍ଡିଂ ବେଳେ ଦୁର୍ଘଟଣାଗ୍ରସ୍ତ ହେଲା ବିମାନ । ଏପର୍ଯ୍ୟନ୍ତଙ୍କ ୧୭୯ ଜଣଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା । ୧୭୫ ଜଣ ଯାତ୍ରୀ ଓ ୬ ଜଣ କ୍ରୁ ମେମ୍ବରଙ୍କୁ ନେଇ ଯାଉଥିଲା ବିମାନ । ମୁଆନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ ବେଳେ ରନଓ୍ୱେରୁ ଖସି ଯିବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି ।

ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଏହି ବିମାନରେ ୧୭୫ ଜଣ ଯାତ୍ରୀ ଓ ୬ ଜଣ କ୍ରୁ ସଦସ୍ୟଙ୍କୁ ମିଶାଇ ମୋଟ ୧୮୧ ଜଣ ଥିଲେ । ବିମାନଟି ବ୍ୟାଙ୍କକରୁ ଫେରୁଥିଲା । ତେବେ ମୁଆନ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଲ୍ୟାଣ୍ଡିଂ ବେଳେ ରନଓ୍ୱେରୁ ଏହାର ଖସି ଯାଇ ବିମାନ ବନ୍ଦରର କାନ୍ଥ ସହ ଧକ୍କା ହୋଇଥିଲା । ଏହାପରେ ଏଥିରେ ଭୟଙ୍କର ବିସ୍ଫୋରଣ ଘଟିଥିଲା । ଏଥିରେ ଘଟଣାସ୍ଥଳରେ ହିଁ ୧୭୯ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି ।  ଆଗକୁ ମୃତ୍ୟୁସଂଖ୍ୟା ବଢ଼ିବା ନେଇ ଆଶଙ୍କା ରହିଛି ।

ଜାତୀୟ ଅଗ୍ନିଶମ ଏଜେନ୍ସି କହିଛି ଯେ ଦୁର୍ଘଟଣା ପରେ ଲାଗିଥିବା ନିଆଁକୁ ପ୍ରାୟ ଆୟତ୍ତ କରାଯାଇଛି । କିନ୍ତୁ ଉଦ୍ଧାର କାର୍ଯ୍ୟ ଏପର୍ଯ୍ୟନ୍ତ ଜାରି ରହିଛି । ଯାତ୍ରୀମାନଙ୍କୁ ବିମାନର ଭଗ୍ନାବଶେଷରୁ ବାହାରକୁ ଅଣାଯାଉଛି ।

 

Related post

ହଜିଯିବ ଦକ୍ଷିଣ କୋରିଆ! ଦ୍ରୁତ ଗତିରେ କମୁଛି ପ୍ରଜନନ ହାର

ହଜିଯିବ ଦକ୍ଷିଣ କୋରିଆ! ଦ୍ରୁତ ଗତିରେ କମୁଛି ପ୍ରଜନନ ହାର

୨୦୨୩ରେ ଦକ୍ଷିଣ କୋରିଆରେ ମହିଳାଙ୍କ ପିଛା ଜନ୍ମ ହାର ୦.୭୨ ରେକର୍ଡ ନିମ୍ନ ସ୍ତରରେ ପହଞ୍ଚିଥିଲା । ଚଳିତ ବର୍ଷ ଶେଷ ସୁଦ୍ଧା ତାହା ଆହୁରି କମି ୦.୬…

Leave a Reply

Your email address will not be published. Required fields are marked *