କଟକର ବିଡ଼ାନାସୀରେ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ

କଟକର ବିଡ଼ାନାସୀରେ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ

୭୬ ତମ ସାଧାରଣତନ୍ତ୍ର ଦିବସ ଅବସରରେ କଟକର ବିଡ଼ାନାସୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ଉତ୍ସବରେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ।  ଏହି ପବିତ୍ର ଦିନରେ ବିକଶିତ ଭାରତ, ବିକଶିତ ଓଡ଼ିଶା ନିର୍ମାଣ ପାଇଁ ସମସ୍ତେ ଶପଥ ନେବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ  । ଆଜି ଗୌରବମୟ ଦିବସ ପାଳନ କରାଯାଉଛି, ତେଣୁ ଉକ୍ତ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଉଛୁ ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଦେଶର ଅଖଣ୍ଡତା ବଜାୟ ସହ ସୁଶାସନ ଯୋଗାଇବା ପରମ ଲକ୍ଷ୍ୟ । ଦେଶର ଗଣତନ୍ତ୍ର ବଜାୟ ରଖିବାରେ କୋଟି କୋଟି ଜନତାଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ । ନିରବଚ୍ଛିନ୍ନ ଭାବେ ଗଣତନ୍ତ୍ରକୁ ବଜାୟ ସହ ଦେଶର ଅଗ୍ରଗତି ହେଉଛି । ଖୁବ୍‌ଶୀଘ୍ର ଆମ ଦେଶ ତୃତୀୟ ଶ୍ରେଷ୍ଠ ଅର୍ଥନୀତି ହେବାକୁ ଯାଉଛି । ୧୪୦ କୋଟି ଭାରତୀୟଙ୍କ ଜୀବନଯାପନ ଶୈଳୀରେ ପରିବର୍ତ୍ତନ ଆସିଛି । ଲୋକଙ୍କ ଶିକ୍ଷା, ସ୍ବାସ୍ଥ୍ୟ ଭଳି ମୌଳିକ ଅଧିକାର ଯୋଗାଇବାକୁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ଏହା ମଧ୍ୟ କହିଛନ୍ତି ଯେ  ଓଡ଼ିଆ ଅସ୍ମିତା ସହ ରାଜ୍ୟ ଆଗକୁ ବଢି ଚାଲିଛି। ମହିଳା ମାନେ ଆମ ସମାଜ ର ବଡ଼ ଅଙ୍ଗ ପାଲଟିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ 80 ଲକ୍ଷରୁ ଅଧିକ ମହିଳା ମାନେ ସୁଭଦ୍ରା ଟଙ୍କା ପାଇ ସାରିଲେଣି  । ସେହିପରି ଆୟୁଷ୍ମାନ କାର୍ଡରେ ଯୋଡି ହେବେ ସାଢେ ୩ କୋଟି ଓଡ଼ିଆ । ରାଜ୍ୟରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଉଛି । ଆଦିବାସୀ ମାନଙ୍କ ସ୍ୱାର୍ଥ ସ୍ୱାଭିମାନ ପାଇଁ ଆମ ସରକାର ସଂକଳ୍ପ ବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସେହିପରି ଓଡିଶାରେ ପୁଞ୍ଜି ନିବେଶ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି ହୋଇଛି। ଶିଳ୍ପର ବିକାଶ କରିବା କ୍ଷେତ୍ରରେ ରାଜ୍ୟ ସବୁ ବେଳେ ଆଗରେ ଅଛି ।  ରାଜ୍ୟ ଅଦିନିଆ ବର୍ଷା ପାଇଁ କ୍ଷତି ହୋଇ ଥିବା ଚାଷୀଙ୍କୁ କ୍ଷତି ପୂରଣ ପାଇଁ ବ୍ୟବସ୍ଥା ହୋଇଛି। ଗାଁ ମାନଙ୍କ ବିକାଶ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ବୋଲି ଆଜି ଅଭିଭାଷଣରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।

ଅନ୍ୟପଟେ ୭୬ତମ ସାଧାରଣତନ୍ତ୍ର ଦିବସ ଅବସରରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ । ଦେଶର ସୁରକ୍ଷା ପାଇଁ ପ୍ରାଣବଳି ଦେଇଥିବା ମହାନ ସଂଗ୍ରାମୀ ଏବଂ ଯବାନଙ୍କ ପ୍ରତି ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି । ଏହି ପବିତ୍ର ଦିନରେ ବିକଶିତ ଭାରତ, ବିକଶିତ ଓଡ଼ିଶା ନିର୍ମାଣ ପାଇଁ ସମସ୍ତେ ଶପଥ ନେବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Related post

ଜମୁଛି ଐତିହାସିକ କଟକ ବାଲିଯାତ୍ରା

ଜମୁଛି ଐତିହାସିକ କଟକ ବାଲିଯାତ୍ରା

ଜମୁଛି କଟକର ଐତିହାସିକ ବାଲିଯାତ୍ରା । ବିଭିନ୍ନ ପ୍ରକାର ଦୋଳି ସାଙ୍ଗକୁ ସୁସ୍ୱାଦୁ ଖାଦ୍ୟର ମଜା ନେଉଛନ୍ତି ଦର୍ଶକ । ନୂଆ କରି ହୋଇଥିବା ଅନନ୍ତ ଦୁନିଆ ସାଙ୍ଗକୁ…
କିଛି ଦିନ ପରେ ଐତିହାସିକ ବାଲିଯାତ୍ରା :ଚାରିଆଡେ ଚାଲିଛି ଜୋରସୋରରେ ପ୍ରସ୍ତୁତି।

କିଛି ଦିନ ପରେ ଐତିହାସିକ ବାଲିଯାତ୍ରା :ଚାରିଆଡେ ଚାଲିଛି ଜୋରସୋରରେ ପ୍ରସ୍ତୁତି।

ଯାତ୍ରା ପାଇଁ ଚାରିଆଡେ ଚାଲିଛି ଜୋରସୋରରେ ପ୍ରସ୍ତୁତି। ମଝିରେ ଚାରିଦିନ ଥିବାରୁ ପ୍ରଶାସନ ପକ୍ଷରୁ ବାଲିଯାତ୍ରାର ପ୍ରଚାର-ପ୍ରସାର ପାଇଁ ସହରର ବିଭିନ୍ନ ପ୍ରବେଶ ପଥରେ ବଡ ବଡ ତୋରଣ…
କଟକରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ : ଅଭିଯୋଗରେ ୬ ଗିରଫ

କଟକରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ : ଅଭିଯୋଗରେ ୬ ଗିରଫ

ଛାତ୍ରୀଙ୍କ ପୁରୁଷବନ୍ଧୁ ଓ ସାଙ୍ଗ ମାନେ ମିଶି ଗଣଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି। କେବଳ ସେତିକି ନୁହେଁ ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ କରିବା ସହ ତାଙ୍କୁ ବ୍ଲାକମେଲ…

Leave a Reply

Your email address will not be published. Required fields are marked *