ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୩ଟି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯିବ ।

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୩ଟି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯିବ ।

ଟି୨୦ ସିରିଜରେ ଇଂଲଣ୍ଡରେ ହରାଇବା ପରେ ଏବେ ଟିମ୍ ଇଣ୍ଡିଆ ଦିନିକିଆ ସିରିଜ ଖେଳିବ । ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୩ଟି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯିବ । ଏହି ସିରିଜର ପ୍ରଥମ ମ୍ୟାଚ ଆସନ୍ତାକାଲି ନାଗପୁରରେ ଖେଳାଯିବ । ଏଥିପାଇଁ ଟିମ୍ ନାଗପୁରରେ ପହଞ୍ଚି ଅଭ୍ୟାସ ମଧ୍ୟ କରୁଛି । ତେବେ ମ୍ୟାଚ ପାଇଁ ଟିମ୍ ଉପରେ ସମସ୍ତଙ୍କ ନଜର ରହିଛି ।

ଅଧିନାୟକ ରୋହିତ ଶର୍ମା ଏବଂ ଶୁବମନ ଗିଲ ଓପନିଂ କରିବେ । ତ୍‌ତୀୟ ନମ୍ବରରେ ବିରାଟ କୋହଲି ବ୍ୟାଟିଂ କରିବାକୁ ଥିବା ବେଳେ ୪ ନଂରେ ଶ୍ରେୟସ ଆୟର ବ୍ୟାଟିଂ କରିପାରନ୍ତି । ଏହାପରେ କେଏଲ ରାହୁଲ, ହାହର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା ବ୍ୟାଟିଂ ଅର୍ଡରରେ ରହିଛନ୍ତି ।

ତେବେ ବୋଲିଂରେ  ଅଲରାଉଣ୍ଡର ୱାଶିଂଟନ ସୁନ୍ଦର ଏବଂ ସ୍ପିନର କୁଲଦୀପ ଯାଦବଙ୍କୁ ଡ୍ରପ୍ କରାଯାଇପାରେ । ଟିମ୍ ଦ୍ରୁତ ବୋଲର ଭାବେ ଅର୍ଶଦୀପ ସିଂ ଏବଂ ମହମ୍ମଦ ଶାମିଙ୍କୁ ସୁଯୋଗ ଦେଇପାରେ । ଏହାଛଡା ଏମାନଙ୍କ ସହିତ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ରହିବେ । ସେହିପରି ସ୍ପିନ ବିଭାଗରେ ରବିନ୍ଦ୍ରଜାଡେଜା ଏବଂ ଅକ୍ଷର ପଟେଲ ସହିତ ବରୁଣ ଚକ୍ରବର୍ତ୍ତୀଙ୍କୁ ସୁଯୋଗ ମିଳିପାରେ ।

ବରୁଣଙ୍କୁ ଇଂଲଣ୍ଡ ବିପକ୍ଷରେ ହେବାକୁ ଥିବା ଦିନିକିଆ ସିରିଜ ପାଇଁ ଟିମରେ ସୁଯୋଗ ମିଳିଛି । ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜରେ ବରୁଣ ଚକ୍ରବର୍ତ୍ତୀ ସବୁଠାରୁ ଅଧିକ ୱିକେଟ ନେଇଥିବା ବୋଲର । ସେ ୫ଟି ମ୍ୟାଚରେ ୯.୮୬ ପ୍ରତିଶତରେ ୧୪ ଓ୍ବିକେଟ ନେଇଥିଲେ ।  ବରୁଣଙ୍କ ଦିନିକିଆ ପ୍ରଦର୍ଶନ ଦେଖି ଚାମ୍ପିଅନ୍ସ ଟ୍ରଫିରେ ସ୍ଥାନ ମିଳିପାରେ ବୋଲି ଚର୍ଚ୍ଚା ଚାଲିଛି ।

ସମ୍ଭାବ୍ୟ ଟିମ୍ ଇଣ୍ଡିଆ : ରୋହିତ ଶର୍ମା(ଅଧିନାୟକ), ଶୁବମନ ଗିଲ୍, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ(ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ବରୁଣ ଚକ୍ରବର୍ତ୍ତୀ, ଅର୍ଶଦୀପ ସିଂ ଏବଂ ମହମ୍ମଦ ଶାମି ।

Related post

Champions Trophy: ଆଫଗାନିସ୍ତାନକୁ ୧୦୭ ରନରେ ପରାସ୍ତ କଲା ଦକ୍ଷିଣ ଆଫ୍ରିକା

Champions Trophy: ଆଫଗାନିସ୍ତାନକୁ ୧୦୭ ରନରେ ପରାସ୍ତ କଲା ଦକ୍ଷିଣ ଆଫ୍ରିକା

ରିଆନ ରିକେଲଟନଙ୍କ ଶତକ ଏବଂ କାଗିସୋ ରାବାଡାଙ୍କ ଘାତକ ବୋଲିଂ ଯୋଗୁଁ ଦକ୍ଷିଣ ଆଫ୍ରିକା ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ବିଜୟ ସହ ତା’ର ଅଭିଯାନ ଆରମ୍ଭ କରିଛି ।…
ବାରବାଟୀ ପାଇଁ ଆଜିଠୁ ମିଳିବ କାଉଣ୍ଟର ଟିକେଟ କ୍ରିକେଟ ପ୍ରେମୀ ଲମ୍ବା ଧାଡି ରେ

ବାରବାଟୀ ପାଇଁ ଆଜିଠୁ ମିଳିବ କାଉଣ୍ଟର ଟିକେଟ କ୍ରିକେଟ ପ୍ରେମୀ ଲମ୍ବା…

କାଲି ରାତିରୁ ଲାଇନ ଲଗାଇଛନ୍ତି କ୍ରିକେଟ ପ୍ରେମୀ । ଆଜି ଓ କାଲି ଦୁଇଦିନ ଧରି କାଉଣ୍ଟରରେ ଟିକେଟ ବିକ୍ରି ହେବ । ଆଜି ସକାଳ ୯ଟାରୁ ସନ୍ଧ୍ୟା…
ପ୍ରତିଶୋଧ ନେଲା ଅଷ୍ଟ୍ରେଲିଆ, ୧୦ ୱିକେଟରେ ଜିତିନେଲା ଆଡିଲେଡ ଟେଷ୍ଟ

ପ୍ରତିଶୋଧ ନେଲା ଅଷ୍ଟ୍ରେଲିଆ, ୧୦ ୱିକେଟରେ ଜିତିନେଲା ଆଡିଲେଡ ଟେଷ୍ଟ

ତୃତୀୟ ଦିନରେ ଅଷ୍ଟ୍ରେଲିଆ ପିଙ୍କ ବଲ୍ ଟେଷ୍ଟକୁ ୧୦ ୱିକେଟରେ ଜିତିନେଇଛି । ଭାରତ ତୃତୀୟ ଦିନରେ ବ୍ୟାଟିଂ କରି ମାତ୍ର ୧୮ ରନ ବିଜୟ ପାଇଁ ଦେଇଥିଲା…

Leave a Reply

Your email address will not be published. Required fields are marked *