’ଭେନେଜୁଏଲା କିଙ୍ଗ’ଙ୍କ ,ଡ୍ରାଇଭରରୁ ବନିଥିଲେ ରାଷ୍ଟ୍ରପତି

’ଭେନେଜୁଏଲା କିଙ୍ଗ’ଙ୍କ ,ଡ୍ରାଇଭରରୁ ବନିଥିଲେ ରାଷ୍ଟ୍ରପତି

ଶନିବାର ସକାଳ ସମୟ ଭେନେଜୁଏଲାର ଭାରାକସ୍ ବାୟୁମଣ୍ଡଳରେ ବାରୁଦର ବାସ୍ନା ଲୋକଙ୍କୁ ଚମକାଇଦେଇଥିଲା । ଚାରିଆଡ଼େ ଧୂଆଁ ଧୂଆଁ । ଦେଶବାସୀ ଜାଣିନେଲେ କିଛି ବଡ଼ ଘଟିଛି । ଖବର ବ୍ୟାପିଗଲା, ଆମେରିକାର ସେନା ରାଷ୍ଟ୍ରପତି ନିକୋଲସ୍ ମାଦୁରୋଙ୍କୁ ବନ୍ଦୀ କରିନେଇଛି । ତା ସହ ତାଙ୍କ ପତ୍ନୀଙ୍କୁ ବି ବନ୍ଦୀ କରି ନେଇଛି ।

ନିକୋଲସ୍ ମାଦୁରୋଙ୍କ ଜୀବନ କୌଣସି ଚଳଚ୍ଚିତ୍ର କାହାଣୀଠାରୁ କମ୍ ନୁହେଁ । ୧୯୬୨ ନଭେମ୍ବର ୨୩ ତାରିଖରେ କାରାକସ୍‌ର ଏଲକ ସାଧାରଣ ପରିବାରରେ ଜନ୍ମିତ ନିକୋଲସ୍ । କଲେଜ ଯାଇନାହାନ୍ତି । ସ୍କୁଲ ପଢ଼ା ଶେଷ କରିବା ପରେ ଘରକୁ ସହଯୋଗ କରିବାକୁ ପେଟପାଟଣା ପାଇଁ ବସ୍ ଚଳାଇବା ଆରମ୍ଭ କଲେ

ଭାରତୀୟ ସଂସ୍କୃତି ପ୍ରତି ନିକେଲସ୍ ଙ୍କର ରହିଛି ଅହେତୁକ ଶ୍ରଦ୍ଧା । ସେ ଓ ତାଙ୍କ ପତ୍ନୀ ସିଲିୟା ଫ୍ଲୋରେସ୍ ଭାରତୀୟ ଆଧ୍ୟାତ୍ମିକ ଗୁରୁ ସତ୍ୟ ସାଇ ବାବାଙ୍କୁ ଅନୁଗତ୍ୟ  । ୨୦୦୫ରେ ଦୁହେଁ ଆନ୍ଧ୍ରପ୍ରଦେଶ ପୁଟପର୍ତ୍ତି ସ୍ଥିତ ପ୍ରଶାନ୍ତି ନିଳୟମ ଆସିଥିଲେ । ତଳେ ବସି ସତ୍ୟସାଈଙ୍କ ପ୍ରବଚନ ଶୁଣିଥିଲେ ।

କେବଳ ସତ୍ୟ ସାଈବାବା ନୁହନ୍ତି ବରଂ  ଶ୍ରୀ ଶ୍ରୀ ରବିଶଙ୍କରଙ୍କ ସାନ୍ନିର୍ଧ୍ୟ ବି ଲାଭ କରିଥିଲେ ନିକୋଲସ୍ । ନିଜକୁ ପୂରା ଶାକାହାରୀ କରିଥିଲେ ନିକୋସ୍। ବିଦେଶ ମାଟିରେ ଶ୍ରୀ ସତ୍ୟସାଈବାବାଙ୍କ ସଂଗଠନକୁ ପୂରା ସ୍ବାଧୀନତା. ଦେଇଥିଲେ । ୨୦୧୧ରେ ବାବାଙ୍କ ଇହଧାମ ତ୍ୟାଗ ଦିନକୁ ପୂରା ଭେନେଜୁଏଲାରେ ରାଷ୍ଟ୍ରୀୟ ଶୋକ ଦିବସ ଭାବେ ଘୋଷଣା କରିଥିଲେ ।

ଶନିବାର ନିକୋଲସ ଓ ତାଙ୍କ ପତ୍ନୀଙ୍କୁ ଆମେରିକା ସେନା ଗିରଫ କରି ନ୍ୟୁୟର୍କ ନେଇଯିବା ପରେ ପୂରା ବିଶ୍ବରେ ହଇଚଇ ସୃଷ୍ଟି ହୋଇଛି । ବିଶତବ ରାଜନୀତିରେ ଝଡ଼ ଦେଖାଦେଇଛି । ଦୁନିଆର ବଡ଼ ଶକ୍ତିମାନେ ଦୁଇଭାଗରେ ଛିଡ଼ା ହେଲେଣି । ଋଷ ଓ ଚୀନ ସରକାର ନିକୋଲସଙ୍କୁ ତୁରନ୍ତ ମୁକ୍ତ କରିବାକୁ ଦାବୀ କରିଥିବାବେଳେ ଅନ୍ୟ କିଛି ରାଷ୍ଟ୍ର ଏହାକୁ ଏକପ୍ରକାର ସମର୍ଥନ କରିଛନ୍ତି। କୁହାଯାଉଛି ଠଡ୍ରଗ୍ସ ଖାଲି ଗୋଟେ ବାହାନା। ଭେନେଜୁଏଲାର ତେଲ ଉପରେ ଆଖି ରଖି ଟ୍ରମ୍ପ ସରକାର ଏଭଳି ଘଟଣା ଘଟାଇଛନ୍ତି

Related post

ମାଦୁରୋଙ୍କୁ ଗିରଫ ପରେ ଟ୍ରମ୍ପ ନିଜ ଭାଷଣରେ ୧୦ଟି ମୁଖ୍ୟ ପଏଣ୍ଟ କହିଛନ୍ତି ।

ମାଦୁରୋଙ୍କୁ ଗିରଫ ପରେ ଟ୍ରମ୍ପ ନିଜ ଭାଷଣରେ ୧୦ଟି ମୁଖ୍ୟ ପଏଣ୍ଟ…

ଅପରେସନ Absolute Resolveରେ ଥରିଲା ଭେନେଜୁଏଲା! । ଯୁଦ୍ଧ ଜାହାଜରେ ମାଦୁରୋ ବନ୍ଦୀ ଥିବାର ଫଟୋ ଜାରି କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ମାଦୁରୋଙ୍କୁ ଗିରଫ…
୨ଜଣ ଲୁଟେରା ଗ୍ୟାଙ୍ଗର ଲିଡର ସମେତ ୩ ଜଣଙ୍କୁ ଗିରଫ କଲା ପୋଲିସ

୨ଜଣ ଲୁଟେରା ଗ୍ୟାଙ୍ଗର ଲିଡର ସମେତ ୩ ଜଣଙ୍କୁ ଗିରଫ କଲା…

ଅନୁଗୁଳ ପୋଲିସକୁ ମିଳିଛି ସଫଳତା । ୨ଜଣ ଲୁଟେରା ଗ୍ୟାଙ୍ଗର ଲିଡର ସମେତ ୩ ଜଣଙ୍କୁ ଗିରଫ କରିଛି ଅନୁଗୁଳ ପୋଲିସ । ପୋଲିସ ସୁନା ଗହଣା, ଟଙ୍କା…
ସୁବର୍ଣ୍ଣପୁର ସିଏସ୍‌ଓ ସୁରେଶ କୁମାର ପାଣିଗ୍ରାହୀ ଗିରଫ

ସୁବର୍ଣ୍ଣପୁର ସିଏସ୍‌ଓ ସୁରେଶ କୁମାର ପାଣିଗ୍ରାହୀ ଗିରଫ

ସୁରେଶ ପାଣିଗ୍ରାହୀଙ୍କୁ ଗିରଫ କଲା ଭିଜିଲାନ୍ସ । ଆ ୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ଆଜି ସୁରେଶ ପାଣିଗ୍ରାହୀଙ୍କୁ କରାଯିବ କୋର୍ଟ…

Leave a Reply

Your email address will not be published. Required fields are marked *