ଆଇପିଏଲ ୨୦୨୫ ଅକ୍ସନ ସାଉଦି ଆରବର ଜେଦ୍ଧାରେ ହେବ ।ଏଥିରେ ଜଣେ ୧୩ ବର୍ଷ ର ବାଳକ ସାମିଲ I

ଆଇପିଏଲ ୨୦୨୫ ଅକ୍ସନ ସାଉଦି ଆରବର ଜେଦ୍ଧାରେ ହେବ ।ଏଥିରେ ଜଣେ ୧୩ ବର୍ଷ ର ବାଳକ ସାମିଲ I

ଆଇପିଏଲ ୨୦୨୫ ମେଗା ଅକ୍ସନ ନଭେମ୍ବର ୨୪ ଓ ୨୫ରେ ସାଉଦି ଆରବର ଜେଦ୍ଧାରେ ହେବ । ଏହି ନିଲାମୀରେ ୫୭୪ ଖେଳାଳିଙ୍କର ସର୍ଟଲିଷ୍ଟ କରାଯାଇଛି । ନିଲାମ ପାଇଁ ସର୍ଟ ଲିଷ୍ଟ ହୋଇଥିବା ୫୭୪ ଖେଳାଳିଙ୍କ ମଧ୍ୟରୁ ୩୬୬ ଭାରତୀୟ ଓ ୨୦୮ ବିଦେଶୀ ଖେଳାଳି । ଯେଉଁଥିରେ ଆସୋସିଏଟ ଦେଶର ୩ ଖେଳାଳି ସାମିଲ ଅଛନ୍ତି । ଆଇପିଏଲ ୨୦୨୫ ପାଇଁ ସମସ୍ତ ୧୦ ଦଳ ପାଖରେ ୨୦୪ ଖେଳାଳି ହିଁ ବିକ୍ରି ହୋଇପାରିବେ  I

୫୭୪ ଖେଳାଳିଙ୍କ ଲିଷ୍ଟରେ ୮୧ ଖେଳାଳି ଏମିତି ଅଛନ୍ତି ଯାହାର ବେସ ପ୍ରାଇସ ୨ କୋଟି ଟଙ୍କା । ଯେମିତି କି ୨୭ ଖେଳାଳିଙ୍କ ବେସ ପ୍ରାଇସ ୧.୫ କୋଟି ଟଙ୍କା ରଖାଯାଇଛି । ଏହା ବ୍ୟତୀତ ୧.୨୫ କୋଟି, ୧ କୋଟି, ୭୫ ଲକ୍ଷ, ୫୦ ଲକ୍ଷ, ୪୦ ଲକ୍ଷ, ୩୦ ଲକ୍ଷ ଭଳି ବେସ ପ୍ରାଇସ ଖେଳାଳି ବି ଲିଷ୍ଟରେ ସାମିଲ ଅଛନ୍ତି ।

ଏଥର ନିଲାମରେ ରିଷଭ ପନ୍ତ, କେଏଲ ରାହୁଲ, ମହମ୍ମଦ ସାମୀ, ଶ୍ରେୟାସ ଆୟର, ରବି ଚନ୍ଦ୍ରନ ଅଶ୍ୱିନୀ, ୟୁଜବେନ୍ଦ୍ର ଚହଲଙ୍କ ଭଳି ବଡ ଖେଳାଳି ସାମିଲ ଅଛନ୍ତି । ଏହି ସମସ୍ତ ଖେଳାଳି ନିଜକୁ ୨ କୋଟି ଟଙ୍କାର ବେସ ପ୍ରାଇସ ରଖିଛନ୍ତି । ସେହିପରି ବିଦେଶୀ ଖେଳାଳିଙ୍କ ଲିଷ୍ଟରେ ଗ୍ଲେନ ମ୍ୟାକ୍ସୱେଲ, ମିଚେଲ ଷ୍ଟାର୍କ, ଜୋସ ବଟଲର, ଡେଭିଡ ୱାର୍ଣ୍ଣର, ଜେମ୍ସ ଆଣ୍ଡରସନ୍, ଟ୍ରେଣ୍ଟ ବୋଲ୍ଟ ଓ ଫାପ ଡୁପ୍ଲେସିସଙ୍କ ଭଳି ଷ୍ଟାର ସାମିଲ ଅଛନ୍ତି ।

ଆଇପିଏଲ ୨୦୨୫ର ମେଗା ଅକ୍ସନ ପାଇଁ ଜାରି ଫାଇନାଲ ଲିଷ୍ଟରେ ବିହାରର ବୈଭବ ସୂର୍ଯ୍ୟବଂଶୀଙ୍କୁ ଜାଗା ମିଳିଛି । ବୈଭବ ଅକ୍ସନ ଲିଷ୍ଟରେ ସାମିଲ ସବୁଠାରୁ ଯୁବ ଖେଳାଳି । ତାଙ୍କ ବେସ ପ୍ରାଇସ ୩୦ ଲକ୍ଷ ଟଙ୍କା । ସୂଚନା ଅନୁସାରେ ବୈଭବଙ୍କ ଜନ୍ମ ୨୭ ମାର୍ଚ୍ଚ ୨୦୧୧ରେ ହୋଇଥିଲା ଯାହାଙ୍କ ବୟସ ବର୍ତ୍ତମାନ ୧୩ ବର୍ଷ ୨୩୪ ଦିନ । ବୈଭବ ବିହର ପାଇଁ ଘରୋଇ କ୍ରିକେଟ ଖେଳନ୍ତି ।

Related post

ଆସିବ ବଜେଟ୍ । ଚାଷୀଙ୍କୁ ମିଳିପାରେ ବଡ଼ ଗିଫ୍ଟ ଦେଇପାରେ ମୋଦୀ ସରକାର ।

ଆସିବ ବଜେଟ୍ । ଚାଷୀଙ୍କୁ ମିଳିପାରେ ବଡ଼ ଗିଫ୍ଟ ଦେଇପାରେ ମୋଦୀ…

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଲଗାତାର ୮ମ ଥର ପାଇଁ ସଂସଦରେ ବଜେଟ୍ ଉପସ୍ଥାପନ କରିବାକୁ ଯାଉଛନ୍ତି । ତେବେ ଏଥର ବଜେଟରେ ଆୟକର ଦାତାଙ୍କୁ ଆଶ୍ୱସ୍ତି ମିଳିବ…
ଅଭିଜ୍ଞ ଖେଳାଳିଙ୍କୁ କିଣିବାକୁ ମନ ବଳାଇଲେନି ଫ୍ରାଞ୍ଚାଇଜ୍

ଅଭିଜ୍ଞ ଖେଳାଳିଙ୍କୁ କିଣିବାକୁ ମନ ବଳାଇଲେନି ଫ୍ରାଞ୍ଚାଇଜ୍

ଖେଳାଳିଙ୍କ ଉପରେ ହେଉଛି ଟଙ୍କା ବର୍ଷା । କିନ୍ତୁ ଏମିତି କିଛି ଅଭିଜ୍ଞ ଖେଳାଳି ରହିଛନ୍ତି ଯେଉଁମାନଙ୍କୁ କିଣିବାକୁ କୌଣସି ଫ୍ରାଞ୍ଚାଇଜ୍ ମନ ବଳାଇନାହାନ୍ତି । ବହୁ ଅଭିଜ୍ଞ…
IPL : ଜାଣନ୍ତୁ କେଉଁ ଖେଳାଳିଙ୍କୁ କେତେ ଟଙ୍କାରେ କିଣିଲା କିଏ ?

IPL : ଜାଣନ୍ତୁ କେଉଁ ଖେଳାଳିଙ୍କୁ କେତେ ଟଙ୍କାରେ କିଣିଲା କିଏ…

ଆଇପିଏଲ ୨୦୨୫ ପାଇଁ ଚାଲିଛି ମେଗା ଅକ୍ସନ । ଖେଳାଳିଙ୍କ ଉପରେ ହେଉଛି ଟଙ୍କା ବର୍ଷା । ତେବେ ଶେଷ ଖବର ସୁଦ୍ଧା ଋଷଭ ପନ୍ଥ ସବୁଠାରୁ ଦାମୀ…

Leave a Reply

Your email address will not be published. Required fields are marked *