ଖୋଜା ଚାଲିଛି କଂଗ୍ରେସ ମୁଖିଆ  : ନିଜ ସପକ୍ଷରେ ଯୋଗାଡ କରୁଛନ୍ତି ସମର୍ଥନ

ଖୋଜା ଚାଲିଛି କଂଗ୍ରେସ ମୁଖିଆ : ନିଜ ସପକ୍ଷରେ ଯୋଗାଡ କରୁଛନ୍ତି ସମର୍ଥନ

ଆଜି ଆସୁଛନ୍ତି ଏଆଇସିସି ନେତା ଚରଣଦାସ ମହନ୍ତ ଓ ମୀନାକ୍ଷୀ ନଟରାଜନ। ଏମାନେ ରାଜ୍ୟ ନେତାଙ୍କ ସହ ଆଲୋଚନା କରି ଏଆଇସିସିକୁ ରିପୋର୍ଟ ଦେବେ। ସକାଳୁ ରାତି ଯାଏଁ ଏହି ଦୁଇ ନେତା କଂଗ୍ରେସ ଭବନରେ ବୈଠକ କରିବେ I

ସେପେଟ ଭକ୍ତ ଦାସ କିଛି ବିଧାୟକ ଓ ବରିଷ୍ଠ ନେତାଙ୍କ ସହ ଏକ ତାରକା ହୋଟେଲରେ ବୈଠକ କରିଛନ୍ତି। ସେହିଭଳି ଦୁଇ ଦିନ ହେଲା ମହମ୍ମଦ ମୋକିମଙ୍କ ଅନେକ ସମର୍ଥକ ବନ୍ଧୁମିଳନ ନାଁରେ ଏକାଠି ହୋଇଛନ୍ତି  ଚର୍ଚ୍ଚା ହେଉଛି, ଏଆଇସିସି ନେତାଙ୍କ ଆଗରେ ଏହି ସମର୍ଥକମାନେ ପିସିସି ସଭାପତି ପାଇଁ ମୋକିମ ଯୋଗ୍ୟ ବୋଲି ଯୁକ୍ତି ବାଢିବେ ।

ଏହାରି ଭିତରେ ୪୦ରୁ ଅଧିକ ନେତା ଛତିଶଗଡ ଯାଇ ଚରଣଦାସ ମହନ୍ତଙ୍କୁ ଭେଟି ସଭାପତି ପାଇଁ ଲବି କରିଛନ୍ତି  । ତେବେ ବର୍ତମାନ ସମୟରେ ଏଭଳି ମେଳିକୁ ନାପସନ୍ଦ କରିଛନ୍ତି ତାରାବାହିନୀପତି  । ସେପଟେ କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକା ବି ପିସିସି ସଭାପତି ପାଇଁ ଆଶାବାଦୀ ଅଛନ୍ତି ।

ସଭାପତି ପାଇଁ ସେ ମନାକରିନାହାନ୍ତି କି ପଦ ଯାଚିଲେ ଗ୍ରହଣ କରିବେ ବୋଲି ଏକ ସନ୍ଦେଶ ସେ ରାଜ୍ୟ କଂଗ୍ରେସ ନେତାଙ୍କୁ ଦେଇଛନ୍ତି । ଏବେ କିଏ ପିସିସି ସଭାପତି ହେବ ତାକୁ ନେଇ ଚର୍ଚ୍ଚା ଜାରି ରହିଛି ।

Related post

ରାଜ୍ୟରେ ହିଟ ୱେଭ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି: ଆଞ୍ଚଳିକ ପାଣିପାଗ ବିଭାଗ

ରାଜ୍ୟରେ ହିଟ ୱେଭ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି: ଆଞ୍ଚଳିକ ପାଣିପାଗ…

୧୦ ତାରିଖରୁ ରାଜ୍ୟରେ ହିଟ ୱେଭ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କଲା ଆଞ୍ଚଳିକ ପାଣିପାଗ ବିଭାଗ ।  ଗତ କାଲି ମୟୂରଭଞ୍ଜ ଜିଲ୍ଲାର ତଙ୍ଗରବଳଦ ସ୍ଥାନରେ ୨…
ସତର୍କ କଲା ପାଣିପାଗ କେନ୍ଦ୍ର, ଆଜିଠୁ ବଢ଼ିବ ବର୍ଷା

ସତର୍କ କଲା ପାଣିପାଗ କେନ୍ଦ୍ର, ଆଜିଠୁ ବଢ଼ିବ ବର୍ଷା

ବଙ୍ଗୋପସାଗରରେ ଆଣ୍ଟି ସାଇକ୍ଲୋନିକ ସର୍କୁଲେସନ ସକ୍ରିୟ । ଏହା ସହ ଟ୍ରପ ଲାଇନ ପ୍ରଭାବରେ ରାଜ୍ୟ ମଧ୍ୟକୁ ସମୁଦ୍ର ପଟୁ ଜଳୀୟବାଷ୍ପ ପ୍ରବେଶ କରୁଛି । ପ୍ରଭାବରେ ରାଜ୍ୟର…
ବିଦେଶୀ ପକ୍ଷୀଙ୍କ ସଂଖ୍ୟା, ଭିତରକନିକାକୁ ଆସିଛନ୍ତି ୧ ଲକ୍ଷ ୫୧ ହଜାର ୬୧୪ଟି ପକ୍ଷୀ

ବିଦେଶୀ ପକ୍ଷୀଙ୍କ ସଂଖ୍ୟା, ଭିତରକନିକାକୁ ଆସିଛନ୍ତି ୧ ଲକ୍ଷ ୫୧ ହଜାର…

ଚଳିତବର୍ଷ ୧ ଲକ୍ଷ ୫୧ ହଜାର ୬୧୪ଟି ବିଦେଶୀ ପକ୍ଷୀ ଆସିଛନ୍ତି । ଚଳିତବର୍ଷ ୧୧୮ ପ୍ରଜାତି ପକ୍ଷୀ ଚିହ୍ନଟ ହୋଇଥିବାବେଳେ ଗତବର୍ଷ ତୁଳନାରେ ୩ କମ୍ ରହିଛନ୍ତି…

Leave a Reply

Your email address will not be published. Required fields are marked *