ଖୋଜା ଚାଲିଛି କଂଗ୍ରେସ ମୁଖିଆ : ନିଜ ସପକ୍ଷରେ ଯୋଗାଡ କରୁଛନ୍ତି ସମର୍ଥନ
- ରାଜ୍ୟ
- November 4, 2024
- No Comment
- 100
ଆଜି ଆସୁଛନ୍ତି ଏଆଇସିସି ନେତା ଚରଣଦାସ ମହନ୍ତ ଓ ମୀନାକ୍ଷୀ ନଟରାଜନ। ଏମାନେ ରାଜ୍ୟ ନେତାଙ୍କ ସହ ଆଲୋଚନା କରି ଏଆଇସିସିକୁ ରିପୋର୍ଟ ଦେବେ। ସକାଳୁ ରାତି ଯାଏଁ ଏହି ଦୁଇ ନେତା କଂଗ୍ରେସ ଭବନରେ ବୈଠକ କରିବେ I
ସେପେଟ ଭକ୍ତ ଦାସ କିଛି ବିଧାୟକ ଓ ବରିଷ୍ଠ ନେତାଙ୍କ ସହ ଏକ ତାରକା ହୋଟେଲରେ ବୈଠକ କରିଛନ୍ତି। ସେହିଭଳି ଦୁଇ ଦିନ ହେଲା ମହମ୍ମଦ ମୋକିମଙ୍କ ଅନେକ ସମର୍ଥକ ବନ୍ଧୁମିଳନ ନାଁରେ ଏକାଠି ହୋଇଛନ୍ତି ଚର୍ଚ୍ଚା ହେଉଛି, ଏଆଇସିସି ନେତାଙ୍କ ଆଗରେ ଏହି ସମର୍ଥକମାନେ ପିସିସି ସଭାପତି ପାଇଁ ମୋକିମ ଯୋଗ୍ୟ ବୋଲି ଯୁକ୍ତି ବାଢିବେ ।
ଏହାରି ଭିତରେ ୪୦ରୁ ଅଧିକ ନେତା ଛତିଶଗଡ ଯାଇ ଚରଣଦାସ ମହନ୍ତଙ୍କୁ ଭେଟି ସଭାପତି ପାଇଁ ଲବି କରିଛନ୍ତି । ତେବେ ବର୍ତମାନ ସମୟରେ ଏଭଳି ମେଳିକୁ ନାପସନ୍ଦ କରିଛନ୍ତି ତାରାବାହିନୀପତି । ସେପଟେ କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକା ବି ପିସିସି ସଭାପତି ପାଇଁ ଆଶାବାଦୀ ଅଛନ୍ତି ।
ସଭାପତି ପାଇଁ ସେ ମନାକରିନାହାନ୍ତି କି ପଦ ଯାଚିଲେ ଗ୍ରହଣ କରିବେ ବୋଲି ଏକ ସନ୍ଦେଶ ସେ ରାଜ୍ୟ କଂଗ୍ରେସ ନେତାଙ୍କୁ ଦେଇଛନ୍ତି । ଏବେ କିଏ ପିସିସି ସଭାପତି ହେବ ତାକୁ ନେଇ ଚର୍ଚ୍ଚା ଜାରି ରହିଛି ।