ଆଜି କୁମାର ପୂର୍ଣ୍ଣିମା: କୁମାରୀ ମାନେ ସନ୍ଧ୍ୟାରେ କରିବେ ଚାନ୍ଦ ପୂଜା

ଆଜି କୁମାର ପୂର୍ଣ୍ଣିମା: କୁମାରୀ ମାନେ ସନ୍ଧ୍ୟାରେ କରିବେ ଚାନ୍ଦ ପୂଜା

ଆଜି  ଜାକଜମକରେ ପାଳିତ ହେଉଛି କୁମାର ପୂର୍ଣ୍ଣିମା । ବଡି ଭୋରରୁ ଝିଅମାନେ ଗାଧୋଇପାଧୋଇ ନୂଆ ଡ୍ରେସ ପିନ୍ଧି ସୂର୍ଯ୍ୟଙ୍କୁ ପୂଜା କରିଥିଲେ। ସକାଳୁ ସକାଳୁ ଚଉରା ପାଖରେ ମା’ ବୃନ୍ଦାବତୀଙ୍କୁ ସ୍ମରଣ କରି କୁମାରୀମାନେ ପୂଜାର୍ଚ୍ଚନା କରିଛନ୍ତି ।

ଆଜିର ଦିନରେ ବୃନ୍ଦାବତୀଙ୍କ ନିକଟରେ ଘର ପରିବାରର ମଙ୍ଗଳ ମନାସି ପୁଜାଚର୍ଚ୍ଚନା କରାଯାଏ। ନିଜ ଆରାଧ୍ୟ ଦେବତାଙ୍କ ଉଦ୍ଦେଶ୍ୟରେ ଖଇ ଥାଳି ଟେକି ଦେଇ ଝିଅମାନେ ପ୍ରିୟଜନଙ୍କ ସୁଖ ଓ ସମୃଦ୍ଧି କାମନା କରନ୍ତି ।

ସନ୍ଧ୍ୟାରେ କୁମାରୀମାନେ ଚଉରା ମୂଳେ ଏକତ୍ର ହୋଇ ଚାନ୍ଦ ପୂଜା କରନ୍ତି । ଚାନ୍ଦ ଉଇଁଲେ ଆରମ୍ଭ ହୋଇଯାଏ ଏହି ପୂଜା । ଏହି ଦିନ ତୁଳସୀ ଗଛରେ ନାଲି ଶଙ୍ଖା ଓ ସାଲୁ କନା ସ‌ହ ନୂଆ ବସ୍ତ୍ରଟିଏ ମଧ୍ୟ ଦିଆଯାଇଥାଏ । ଚଉରା ଆଗରେ ପିଢ଼ାରେ ଗୁଆ ରଖି ତା’ ଉପରେ ଦୁବ ଘାସ, ଫୁଲ, ବରକୋଳି ପତ୍ର ଦେଇ ସଜାଯାଇଥାଏ ।

ଭୋଗ ପରେ ନିଜ ନିଜ ପ୍ରିୟ ସାଙ୍ଗକୁ ସେହି ଚାନ୍ଦ ଖୁଆଇ “ଚାନ୍ଦ” ବସନ୍ତି । ଆଉ ଟିକେ ରାତି ହେଲେ ଖଇ ଆଣି ଚାନ୍ଦକୁ ସମର୍ପଣ କରନ୍ତି। କୁଆଁରୀଙ୍କ ହୁଳହୁଳି ଶବ୍ଦରେ କମ୍ପିଉଠେ ପୂରା ପରିବେଶ ।

Related post

ଆଜି ଓଟିଇଟି ପରୀକ୍ଷା, ପ୍ରଥମ ପେପର ପରୀକ୍ଷା ସକାଳ ୯ଟାରୁ ଆରମ୍ଭ

ଆଜି ସାରା ରାଜ୍ୟରେ ଓଟିଇଟି ପରୀକ୍ଷା । ଏଥିପାଇଁ ଓଟିଇଟି ପ୍ରଶ୍ନପତ୍ର ଓ ଓଏମଆର ସିଟ କଡ଼ା ସୁରକ୍ଷା ବଳୟରେ ସମସ୍ତ ନୋଡାଲ ସେଣ୍ଟରରେ ରହିଛି । ମାଧ୍ୟମିକ…

ଆଜି ଲକ୍ଷ୍ନୌରେ ଚତୁର୍ଥ ଟି-୨୦, ସିରିଜ୍ କବଜା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ଆଜି ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ । ଲକ୍ଷ୍ନୌର ଏକନ୍ନା ଷ୍ଟାଡିୟମରେ ମୁହାଁମୁହିଁ ହେବେ ଦୁଇ ଦଳ । ୫ ମ୍ୟାଚ ବିଶିଷ୍ଟ ସିରିଜ୍ ରେ ୨-୧ରେ ଆଗୁଆ…
୨୦୩୬ ସୁଦ୍ଧା ଓଡ଼ିଶାର ଅର୍ଥନୀତି ୫ଶହ ବିଲିଅନ ଡଲାର ଲକ୍ଷ୍ୟ ରହିଛି : ମୁଖ୍ୟମନ୍ତ୍ରୀ

୨୦୩୬ ସୁଦ୍ଧା ଓଡ଼ିଶାର ଅର୍ଥନୀତି ୫ଶହ ବିଲିଅନ ଡଲାର ଲକ୍ଷ୍ୟ ରହିଛି…

ଭୁବନେଶ୍ବର ଜନତା ମଇଦାନରେ ରାଜ୍ୟରେ ବିଜେପି ସରକାରର ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ରାଜ୍ୟର ବିକଶିତ ଲକ୍ଷ୍ୟ ନେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୨୦୩୬ ପାଇଁ…

Leave a Reply

Your email address will not be published. Required fields are marked *