ଟ୍ରାଫିକ ପୋଲିସ ପକ୍ଷରୁ ଟ୍ବିନସିଟିରେ ଜୋରଦାର ଗାଡି ଚେକିଂ, ନିୟମ ଭାଙ୍ଗିଲେ ଜରିମାନା

ଟ୍ରାଫିକ ପୋଲିସ ପକ୍ଷରୁ ଟ୍ବିନସିଟିରେ ଜୋରଦାର ଗାଡି ଚେକିଂ, ନିୟମ ଭାଙ୍ଗିଲେ ଜରିମାନା

ଟ୍ରାଫିକ ପୋଲିସ ପକ୍ଷରୁ ଟ୍ବିନସିଟିରେ ଚାଲିଛି ଜୋରଦାର ଚେକିଂ । କାରରେ କଳାକାଚ , ବିନା ହେଲମେଣ୍ଟ , ବିନା ନମ୍ବର ପ୍ଲେଟ  , ସିଟ ବେଲ୍ଟ ପିନ୍ଧିନଥିବା ଚାଳକ ମାନଙ୍କୁ ଧରୁଛି ଟ୍ରାଫିକ  ପୋଲିସ । କାର କାଚରେ କଳାଜରି ଲାଗିଥିଲେ  ପାଞ୍ଚ ହଜାର ଫାଇନ କରାଯାଉଛି  । ସେହିଭଳି ହେଲମେଣ୍ଟ ପିନ୍ଧି ନଥିଲେ ୨ ହଜାର ।  ଟ୍ରାଫିକ ପାଖରେ ୟୁ ଟର୍ଣ୍ନ ନେଲେ ୫ ଶହ, ସିଟ ବେଲ୍ଟ ବାନ୍ଧିନଥିଲେ ୨ ହଜାର ଆଉ ହେଲମେଟ କ୍ଲିପ ନଦେଲେ ୧ ହଜାର ଟଙ୍କା ଜରିମାନା ଆଦାୟ କରାଯାଉଛି।

ମଙ୍ଗଳବାର ରାଜଧାନୀରେ ଚାଲିଥିଲା ବ୍ଲକିଂ ଆଉ ଚେକିଂ । ଟ୍ରାଫିକ-୧ ର ୪ଟି ଛକରେ ଓ ଟ୍ରାଫିକ-୨ ଅଧିନରେ ୩ଟି ପାର୍କିଂ ସ୍ପଟରେ ପୋଲିସ ଜଗି ରହିଥିଲେ ।  ଯେଉଁ କାର କାଚରେ କଳାଜରି ଲାଗିଥିବା ଦେଖିଲେ ତାକୁ ଅଟକ ରଖି କଳାଜରି ଅନ ଦି ସ୍ପଟ ବାହାର କରୁଥିଲେ ଟ୍ରାଫିକ ପୋଲିସ । କେବଳ ଭୁବନେଶ୍ବର ନୁହେଁ କଟକରେ ମଧ୍ୟ ଚେକିଂକୁ ଜୋରଦାର କରାଯାଇଛି ।

୨ ଦିନର ଚେକିଂରେ ୧୫୦ ରୁ ଅଧିକ ବାଇକ , ୩୪ କାର , ୮ ଟି ୟୁନିଫାଏଡ ସାଇଲେନସର ଓ ଟ୍ରାଫିକରେ ୟୁ ଟର୍ଣ୍ନ ନେଇ ଟ୍ରାଫିକ ରୁଲ ଭାଙ୍ଗୁଥିବା ୫୪ ଜଣଙ୍କୁ ଫାଇନ କରାଯାଇଛି । ଯେଉଁମାନେ ଫାଇନ ଦେଉ ନାହାନ୍ତି ସେମାନଙ୍କ ଗାଡିକୁ ଜବତ କରି ଟ୍ରାଫିକ ଥାନାକୁ ନିଆଯାଉଛି।

Related post

ହଠାତ ଟ୍ୱିନ ସିଟିରେ ସକାଳୁ ସକାଳୁ ବର୍ଷା

ହଠାତ ଟ୍ୱିନ ସିଟିରେ ସକାଳୁ ସକାଳୁ ବର୍ଷା

କାଲି ଅନେକ ଲୋକ ଦୀପାବଳି ପାଳିଥିବାବେଳେ ଆଜି ମଧ୍ୟ ଅନେକ ଲୋକ ଦୀପାବଳି ପାଳିବାକୁ ପ୍ରସ୍ତୁତି କରିଛନ୍ତି  ।ଭୁବନେଶ୍ବର ଓ କଟକରେ ପ୍ରବଳ ବର୍ଷା ।  କଟକ ସହରରେ…

Leave a Reply

Your email address will not be published. Required fields are marked *