ଆଜି ଆମେରିକା ରାଷ୍ଟ୍ରପତି ନିର୍ବାଚନ  : ଟ୍ରମ୍ପ ଓ କମଳା ମଧ୍ୟରେ ଲଢ଼େଇ

ଆଜି ଆମେରିକା ରାଷ୍ଟ୍ରପତି ନିର୍ବାଚନ : ଟ୍ରମ୍ପ ଓ କମଳା ମଧ୍ୟରେ ଲଢ଼େଇ

ଦୁଇ ରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ ଓ ଡୋନାଲଡ୍ ଟ୍ରମ୍ପଙ୍କ ମଧ୍ୟରେ କଡା ମୁକାବିଲା ହେଉଛି। ଭାରତୀୟ ସମୟ ଅପରାହ୍ନ ୪ଟା ୩୦ରୁ ଆସନ୍ତାକାଲି ସକାଳ ୬ଟା ୩୦ ପର୍ଯ୍ୟନ୍ତ ଭୋଟ ପଡିବ । ବିଭିନ୍ନ ସଂସ୍ଥା ପକ୍ଷରୁ ହୋଇଥିବା ସର୍ଭେ ରିପୋର୍ଟ ଅନୁସାରେ କିଛି ରାଜ୍ୟରେ କମଲାଙ୍କ ପଲ୍ଲା ଭାରୀ ରହିଥିବା ବେଳେ ଆଉ କିଛି ରାଜ୍ୟରେ ଟ୍ରମ୍ପ ଆଗୁଆ ରହିବାର ସମ୍ଭାବନା ଅଛି। ଏଯାଏ ଆମେରିକାର ସାଢେ ୭କୋଟି ଲୋକ ମତଦାନ କରିସାରିଛନ୍ତି। ମତଦାନ ଶେଷ ହେବା ପରେ ହେବ ଭୋଟ ଗଣତି।

ଜାନୁଆରୀ ୬ରେ ଫଳାଫଳ ଘୋଷଣା ପରେ ଜାନୁଆରୀ ୨୦ ତାରିଖରେ ନୂଆ ରାଷ୍ଟ୍ରପତି ଶପଥ ନେବେ । ଆମେରିକାରେ ମୋଟ ଇଲେକ୍ଟୋରାଲଙ୍କ ସଂଖ୍ୟା ୫୩୮ ହୋଇଥିବା ବେଳେ ୨୭୦ ରୁ ଅଧିକ ଭୋଟ ପାଇଥିବା ପ୍ରାର୍ଥୀ ରାଷ୍ଟ୍ରପତି ନିର୍ବାଚିତ ହୋଇଥାନ୍ତି। ବିଭିନ୍ନ ରାଜ୍ୟର ଜନସଂଖ୍ୟା ଅନୁସାରେ ସେହି ରାଜ୍ୟର ନିର୍ବାଚିତ ପ୍ରତିନିଧି ବା ଇଲେକ୍ଟୋରାଲଙ୍କ ସଂଖ୍ୟା ଚୟନ କରାଯାଇଥାଏ।

ଆମେରିକା ରାଜନୀତିରେ କୌଣସି ମହିଳା ରାଷ୍ଟ୍ରପତି ନିର୍ବାିଚତ ହୋଇନାହାନ୍ତି। ଯଦି କମଲା ହାରିସ ରାଷ୍ଟ୍ରପତି ଭାବେ ନିର୍ବାଚିଚ ହୁଅନ୍ତି, ତେବେ ସେ ଆମେରିକାର ପ୍ରଥମ ମହିଳା ରାଷ୍ଟ୍ରପତି ହେବେ।

Related post

ଆଜି ଦୋଳ ପୂର୍ଣ୍ଣିମା, ବିଶ୍ବାସ ରହିଛି ଦୋଳରେ ଦୋଳଗୋବିନ୍ଦଙ୍କୁ ଦର୍ଶନ କଲେ ପୁନର୍ଜନ୍ମ ହୁଏ ନାହିଁ ।

ଆଜି ଦୋଳ ପୂର୍ଣ୍ଣିମା, ବିଶ୍ବାସ ରହିଛି ଦୋଳରେ ଦୋଳଗୋବିନ୍ଦଙ୍କୁ ଦର୍ଶନ କଲେ…

ଆଜି ଦୋଳ ପୂର୍ଣ୍ଣିମା । କାଲି ରଙ୍ଗର ପର୍ବ ହୋଲି । ରାଜ୍ୟର ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଛି ମେଳଣ Iଭାରତୀୟ ପରମ୍ପରାରେ ଦୋଳପୂର୍ଣ୍ଣିମାକୁ ଦୁଇ ଭାଗରେ ବିଭକ୍ତ…
ଆଜିଠୁ ଇ-ଡିଟେକ୍ସନ ହେବ ବୀମା । ଗାଡିରେ ବୀମା ନଥିଲେ ଟୋଲ ଗେଟରେ ଧରାପଡିବେ ଗାଡ଼ି ଚାଳକ ।

ଆଜିଠୁ ଇ-ଡିଟେକ୍ସନ ହେବ ବୀମା । ଗାଡିରେ ବୀମା ନଥିଲେ ଟୋଲ…

ବୀମା ନଥିଲେ ସମ୍ପୃକ୍ତ ଗାଡି ବିରୋଧରେ ଇ-ଡିଟେକ୍ସନ ପ୍ରକ୍ରିୟାରେ ଜାରି ହେବ ଇ-ଚାଲାଣ । ରାଜ୍ୟର ବିଭିନ୍ନ ଜାତୀୟ ରାଜପଥରେ ଥିବା ୨୨ଟି ଟୋଲ ଗେଟରେ ଏହା କାର୍ଯ୍ୟକାରୀ…
ଆଜି ପରାକ୍ରମୀ ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ

ଆଜି ପରାକ୍ରମୀ ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ

ସୁଭାଷ ଚନ୍ଦ୍ର ବୋଷ ଭାରତୀୟ ସ୍ବତନ୍ତ୍ରତା ସଂଗ୍ରାମର ମହାନ ନେତା । ନିଜର ସାହାସ ଦୃଢ ସଂକଳ୍ପ ଏବଂ ରଣନୀତୀ ପାଇଁ ସେ ବେଶ୍ ଜଣାଶୁଣା । ଭାରତର…

Leave a Reply

Your email address will not be published. Required fields are marked *