ବିରାଟ କୋହଲି, ଟେଷ୍ଟରେ ୯୦୦୦ ରନ୍ କଲେ ପୂରା

ବିରାଟ କୋହଲି, ଟେଷ୍ଟରେ ୯୦୦୦ ରନ୍ କଲେ ପୂରା

ଟେଷ୍ଟ କ୍ରିକେଟରେ ୯ ହଜାର ରନ୍ ପୁରା କରିଛନ୍ତି ବିରାଟ । ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ସେ ଏହି କିର୍ତ୍ତୀମାନ ହାସଲ କରିଛନ୍ତି । ମ୍ୟାଚର ତୃତୀୟ ଦିନରେ ୯ ହଜାର ରନ୍ ପୁରା କରିବା ସହ ବିରାଟ ୭୦ ରନ୍ ରେ ଆଉଟ୍ ହୋଇଛନ୍ତି ।

ଏହାସହ ଏହି ରେକର୍ଡ ହାସଲ କରିବାରେ ଚତୁର୍ଥ ଭାରତୀୟ କ୍ରିକେଟର ହୋଇଛନ୍ତି ବିରାଟ । ତାଙ୍କ ପୂର୍ବରୁ ସଚିନ ତେନ୍ଦୁଲକର, ରାହୁଲ ଦ୍ରାବିଡ ଏବଂ ସୁନୀଲ ଗାଭାସ୍କର ଏହି ରେକର୍ଡର ଅଧିକାରୀ ହୋଇଥିଲେ । ନିଜର ୧୧୬ତମ ମ୍ୟାଚରେ ମୋଟ ୧୯୭ଟି ପାଳି ଖେଳି ୯ ହଜାର ରନ୍ କ୍ଲବରେ ସାମିଲ ହୋଇଛନ୍ତି ବିରାଟ ।

ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ତୃତୀୟ ଦିନ ଷ୍ଟମ୍ପସ୍ ଅପସାରଣ ସୁଦ୍ଧା ଭାରତ ୧୨୫ ରନ୍ ପଛରେ ରହିଛି । ଏହା ପୂର୍ବରୁ ଭାରତର ପ୍ରଥମ ଇନିଂସ ସ୍କୋର ୪୬ ରନ୍ ଜବାବରେ ନ୍ୟୁଜିଲାଣ୍ଡ ୪୦୨ ରନ୍ କରି ୩୫୬ ରନ୍ ର ପ୍ରଥମ ଇନିଂସ ଅଗ୍ରଣୀ ହାସଲ କରିଥିଲା । ଖେଳ ଶେଷ ହେବାବେଳକୁ ଭାରତ ୩ ୱିକେଟ ବିନିମୟରେ ୨୩୧ ରନ୍ କରିଛି ।

ଭାରତ ପକ୍ଷରୁ ଯଶସ୍ବି ଜୈଶୱାଲ ୩୫, ରୋହିତ ଶର୍ମା ୫୨, ବିରାଟ କୋହଲି ୭୦ ରନ୍ କରି ଆଉଟ୍ ହୋଇଥିବା ବେଳେ ସର୍ଫରାଜ ଖାନ୍ ୭୦ ରନ୍ କରି ଖେଳୁଛନ୍ତି । ତୃତୀୟ ଦିନର ଶେଷ ବଲ୍ ରେ ଆଉଟ୍ ହୋଇଥିଲେ କୋହଲି । ଟେଷ୍ଟର ଆହୁରି ଦୁଇ ଦିନ ଖେଳ ବାକି ଥିବାବେଳେ ଭାରତ ଏପର୍ଯ୍ୟନ୍ତ ସଂକଟରୁ ମୁକୁଳି ପାରିନାହିଁ।

Related post

ପ୍ରଥମ ଟେଷ୍ଟ ମ୍ୟାଚ୍ ଟସ୍ ଜିତିଲା ଇଂଲଣ୍ଡ, ବ୍ୟାଟିଂ କରିବ ଭାରତ, ଟିମକୁ ଫେରିଲେ କରୁଣ ନାୟର

ପ୍ରଥମ ଟେଷ୍ଟ ମ୍ୟାଚ୍ ଟସ୍ ଜିତିଲା ଇଂଲଣ୍ଡ, ବ୍ୟାଟିଂ କରିବ ଭାରତ,…

ଟିମ୍ ଇଣ୍ଡିଆ ପ୍ରଥମ ଟେଷ୍ଟରେ ୪ ଜଣ ବୋଲରକୁ ନେଇ ଖେଳୁଛି । ଶାର୍ଦ୍ଦୁଳ ଠାକୁରଙ୍କୁ ଟିମରେ ଶେଷ ବେଳକୁ ସୁଯୋଗ ମିଳିଛି । ଏହାଛଡା ଜସପ୍ରୀତ ବୁମରା,…
IPL ମ୍ୟାଚରେ ପଲଟିଲା ବାଜି, ରେକର୍ଡ ଅଧିକାରୀ ହେଲେ ବିରାଟ କୋହଲି

IPL ମ୍ୟାଚରେ ପଲଟିଲା ବାଜି, ରେକର୍ଡ ଅଧିକାରୀ ହେଲେ ବିରାଟ କୋହଲି

ବିରାଟ କୋହଲି ବେଶ୍ ଲୋକପ୍ରିୟତା ହାସିଲ କରିଛନ୍ତି । ସଚ୍ଚିନ, ଧୋନୀଙ୍କ ପରେ ଭଲ କ୍ରିକେଟର ଭାବେ ବିରାଟ କୋହଲି ଆସୁଛନ୍ତି ଲିଷ୍ଟରେ । ତାଙ୍କ ଖେଳ ଦେଖିବା…
ପୁଣେ ଟେଷ୍ଟ : ଟିମରେ ଭାରତର ବଡ ପରିବର୍ତ୍ତନ, ଫେରିଲେ ଗିଲ୍, ୱାଂଶିଟନ ଏବଂ ଆକାଶଦୀପ

ପୁଣେ ଟେଷ୍ଟ : ଟିମରେ ଭାରତର ବଡ ପରିବର୍ତ୍ତନ, ଫେରିଲେ ଗିଲ୍,…

ଆଜିର ମ୍ୟାଚରେ ପ୍ଲେଇଂ ଏକାଦଶରେ ବଡ ପରିବର୍ତ୍ତନ କରାଯାଇଛି । ବେଙ୍ଗାଲୁରୁ ଟେଷ୍ଟ ଅପେକ୍ଷା ପୁଣେ ଟେଷ୍ଟରେ ୩ ଜଣ ଖେଳାଳିଙ୍କୁ ବାଦ୍ ଦିଆଯାଇଛି । କେଏଲ ରାହୁଲ,…

Leave a Reply

Your email address will not be published. Required fields are marked *