ଡାଇବେଟିସକୁ କମ କରିବାକୁ ଚାହୁଁଛନ୍ତି କି? ଆସନ୍ତୁ ଜାଣିବା I

ଡାଇବେଟିସକୁ କମ କରିବାକୁ ଚାହୁଁଛନ୍ତି କି? ଆସନ୍ତୁ ଜାଣିବା I

ଡାଇବେଟିସରେ ବଢୁଥିବା ବ୍ଲଡ ଶୁଗାରକୁ ଏହି ତେଜପତ୍ର କମ୍‌ କରିବାରେ ସାହାଯ୍ୟ କରିଥାଏ । ଏହାର କାରଣ ହେଉଛି ତେଜପତ୍ରରୁ ମିଳୁଥିବା ପୃଷ୍ଟିକର ଖାଦ୍ୟ ଏବଂ ଭିଟାମିନ୍‌ । ତେଜପତ୍ର ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭ ଦାୟକ ହୋଇଥାଏ । ତେଜପତ୍ରରେ ଆଣ୍ଟି-ଅକ୍ସିଡାଣ୍ଟ ଏବଂ ଅନେକ ଭିଟାମିନ୍‌ ଏବଂ ମିନେରାଲ୍ସ ଥାଏ । ତେଜପତ୍ରରେ ଆଇରନ, ପୋଟାସିୟମ, ସେଲେନିୟମ, କ୍ୟାଲସିୟମ ଏବଂ କପର ରହିଥାଏ । ଯାହା ଶୁଗାରକୁ କମ୍‌ କରିବାରେ ସାହାଯ୍ୟ କରିଥାଏ ।

ପନିପରିବାର ସ୍ୱାଦକୁ ବଢ଼ାଇବା ପାଇଁ ତେଜପତ୍ର ବ୍ୟବହାର କରାଯାଏ । ଏହା ବ୍ୟତୀତ ଆପଣ ତେଜପତ୍ରର ଚା’ମଧ୍ୟ ପିଇପାରିବେ । ଏହି ଚା’କୁ ପିଇବା ଫଳରେ ପେଟ ଯନ୍ତ୍ରଣା ମଧ୍ୟ କମ୍‌ ହୋଇଥାଏ । ଏହା ସହ ଆପଣ ଖାଲି ପେଟରେ ସକାଳୁ ତେଜପତ୍ରର ପାଣି ମଧ୍ୟ ପିଇପାରିବେ । ତେଜପତ୍ରକୁ ରାତିରେ ଶୋଇବା ପୂର୍ବରୁ ଗୋଟିଏ ଗ୍ଲାସ ପାଣିରେ ଭିଜାଇ ରଖନ୍ତୁ ଏବଂ ସକାଳୁ ଉଠିବା ମାତ୍ରେ ସେହି ପାଣିକୁ ହାଲୁକା ଉଷୁମ କରି ପିଅନ୍ତୁ । ଏହାକୁ ନିୟମିତ ଭାବରେ ପିଇଲେ ଆପଣଙ୍କ ଡାଇବେଟିସ୍‌ ରୋଗ ଦୂର ହେବ ।

ତେଜପତ୍ରର ଫାଇଦା:

୧. ତେଜପତ୍ର କୋଷ୍ଠକାଠିନ୍ୟ , ଅମ୍ଳତା ଏବଂ ପେଟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ଦେଇଥାଏ ।

୨. କିଡନିରେ ଷ୍ଟୋନ ହେବା ପରେ ମଧ୍ୟ ତେଜପତ୍ରର ପାଣି ପିଇବା ନିହାତି ଆବଶ୍ୟକ ।

୩. ଆପଣଙ୍କୁ ଯଦି ନିଦ କମ୍‌ ହେଉଛି ଏବଂ ଅନେକ ଚେଷ୍ଟା ପରେ ମଧ୍ୟ ଆପଣ ବିଫଳ ହେଉଛନ୍ତି ତେବେ ନିଶ୍ଚିତ ଭାବରେ ଏହି ତେଜପତ୍ରର ପାଣିକୁ ପିଅନ୍ତୁ, ଯାହା ନିଦକୁ ଭଲ କରିବ ।

୪. ଏହା ସହ ତେଜପତ୍ରକୁ ତେଲରେ ସାମିଲ କରି ଆଣ୍ଠୁଗଣ୍ଠୀ ଯଦି ଯନ୍ତ୍ରଣା ହେଉଥାଏ, ତାହାଲେ ଏହି ତେଲକୁ ଆପଣ ଲଗାଇପାରିବେ ।

Related post

Leave a Reply

Your email address will not be published. Required fields are marked *