
ଭାରତକୁ କେଉଁଠାରୁ ଆସିଛି ଫୁଲକୋବି, ଜାଣନ୍ତୁ ଏହାର ସମ୍ପୂର୍ଣ୍ଣ ତଥ୍ୟ
- ସ୍ପେସିଆଲ ରିପୋର୍ଟ
- January 23, 2025
- No Comment
- 13
ଫୁଲକୋବି ପ୍ରାୟତଃ ଅଧିକାଂଶ ଲୋକଙ୍କର ବହୁତ ପସନ୍ଦ ହୋଇଥାଏ । ଏହା ଦେଖିବାକୁ ଯେତିକି ସୁନ୍ଦର ହୋଇଥାଏ ଟେଷ୍ଟରେ ମଧ୍ୟ ସେତିକି ଭଲ ହୋଇଥାଏ । ଛୋଟ ଛୁଆଙ୍କଠାରୁ ଆରମ୍ଭ କରି ବଡ଼ ଲୋକମାନେ ମଧ୍ୟ ଏହାକୁ ବହୁତ ଭଲ ପାଇଥାନ୍ତି ଏବଂ ଖାଇବି ଥାଆନ୍ତି । ଏହାକୁ ବିଭିନ୍ନ ପ୍ରକାରର ରେସିପି ପ୍ରସ୍ତୁତ କରି ମଧ୍ୟ ଖାଇପାରିବେ ।
ଏହାକୁ ଖାଇବାରେ କୌଣସି ଅସୁବିଧା ହୋଇ ନଥାଏ । ଯେମିତିକି ତରକାରୀ ଠାରୁ ଆରମ୍ଭ କରି ଚିଲି ମଧ୍ୟ ଲୋକଙ୍କର ବହୁତ ପସନ୍ଦ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହି ଫୁଲକୋବିର କିଛି ଖାସ୍ ବିଷୟରେ । ଏଠାରେ ଆଜି ଜାଣିବା ଯେ ଭାରତକୁ କେଉଁଠାରୁ ଆସୁଛି ଫୁଲକୋବି ।
ଫୁଲକୋବିର ମୂଳସ୍ଥାନ ହେଉଛି ସାଇପ୍ରସ ଏବଂ ଇଟାଲୀର ଭୁମଧ୍ୟସାଗରୀୟ କ୍ଷେତ୍ର ବୋଲି କୁହାଯାଏ । ୧୮୨୨ ରେ ଉତ୍ତରପ୍ରଦେଶର ପ୍ରଭାରୀ ଡା. ଜେମସନ୍ ଇଂଲଣ୍ଡରୁ କୋବିର ମଞ୍ଜି ଆଣିଥିଲେ । ଏହାକୁ ଭାରତର ବିଭିନ୍ନ ରାଜ୍ୟରେ ପରୀକ୍ଷଣ କରାଯାଇଥିଲା । ସେବେଠାରୁ ପ୍ରାୟ ୧୫୦ ବର୍ଷ ଧରି ଭାରତରେ ଫୁଲକୋବି ଚାଷ କରାଯାଉଛି ।
ଭାରତରେ ଫୁଲକୋବି ଉତ୍ପାଦନରେ ପଶ୍ଚିମବଙ୍ଗ ଶୀର୍ଷରେ ରହିଛି । ଏଡାରୁ ସାରା ଦେଶକୁ ୨୧.୦୬% ଫୁଲକୋବି ଉତ୍ପାଦନ ହୋଇଥାଏ । ଏହାପରେ ମଧ୍ୟପ୍ରଦେଶ ଦ୍ବିତୀୟ ସ୍ଥାନରେ ରହିଛି, ଯେଉଁଠାରେ ପୁରା ଦେଶର ୧୪.୬୭% କୋବି ଉତ୍ପାଦନ ହୋଇଥାଏ । ସେହିଭଳି ତୃତୀୟ ସ୍ଥାନରେ ରହିଛି, ଯେଉଁଠାରେ ସାରା ଦେଶକୁ ୧୧.୪୭% କୋବି ଉତ୍ପାଦନ ହୋଇଥାଏ ।
ଏହା ସହ ଆପଣଙ୍କୁ କୋବିରୁ ପ୍ରୋଟିନ, କ୍ୟାଲସିୟମ, ଫସଫରସ୍, ଭିଟାମିନ୍ ଏ, ସି, ଭଳି ପୋଷକ ତତ୍ତ୍ବ ମଧ୍ୟ ମିଳିଥାଏ ।