ଆଜି କାର୍ତ୍ତିକ ମାସର ତୃତୀୟ ସୋମବାର, ଚଳଚଞ୍ଚଳ ଧବଳେଶ୍ୱରଙ୍କ ପୀଠ
- ରାଜ୍ୟ
- November 4, 2024
- No Comment
- 5
ଆଜି ହେଉଛି ମହା ପବିତ୍ର କାର୍ତ୍ତିକ ମାସର ତୃତୀୟ ସୋମବାର । ଚଳଚଞ୍ଚଳ ହୋଇପଡିଛି ଆଠଗଡର ପ୍ରସିଦ୍ଧ ବାବା ଧବଳେଶ୍ୱରଙ୍କ ପୀଠ । ଶିବଶଙ୍କର ଙ୍କର ଅତି ପ୍ରିୟବାର ସୋମବାରରେ ମହାପ୍ରଭୁ ଧବଳେଶ୍ୱରଙ୍କୁ ର୍ଦଶନ କଲେ କୋଟିଜନ୍ମର ପୂଣ୍ୟ ମିଳିଥାଏ ବୋଲି ଧାର୍ମିକ ବିଶ୍ୱାସ ରହିଛି ।
ପୂଜକ ସମିତି ପକ୍ଷରୁ ଭୋର୍ ୪ ଟାରୁ ଦ୍ୱାର ଫିଟାଯାଇ ୧୦୮ଗରା ସୁବାସିତ ଜଳରେ ବାବାଙ୍କୁ ସ୍ନାନ କରାଯାଇ ସମସ୍ତ ନୀତି ସମାପନ ପରେ ସାଧାରଣ ର୍ଦଶନ ପାଇଁ ଦ୍ଵାର ଫିଟା ଯାଉଥିଲା । ଶୃଙ୍ଖଳିତ ର୍ଦଶନ ନିମନ୍ତେ ପ୍ରଶାସନ ପକ୍ଷରୁ ଧାଡି ର୍ଦଶନର ବ୍ୟବସ୍ଥା କରାଯାଇଛି ।