
ଐତିହାସିକ ବିଜୟ ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି
- ଦେଶ ବିଦେଶରାଜନୀତି
- November 7, 2024
- No Comment
- 20
ପ୍ରଧାନମନ୍ତ୍ରୀ ମୋଦି ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟ ସେୟାର କରିଛନ୍ତି । ଏଥିରେ ସେ ଲେଖିଛନ୍ତି, ‘ଐତିହାସିକ ନିର୍ବାଚନ ବିଜୟ ପାଇଁ ମୋର ବନ୍ଧୁ ଡୋନାଲ୍ଡ ଟ୍ରମ୍ପ ଆପଣଙ୍କୁ ହାର୍ଦ୍ଦିକ ଅଭିନନ୍ଦନ’ ।
ଟ୍ରମ୍ପଙ୍କ ସହ କେତେଗୁଡ଼ିଏ ଫଟୋ ସେୟାର କରି ମୋଦି ଲେଖିଛନ୍ତି, ‘ଆପଣ ନିଜର ପୂର୍ବ କାର୍ଯ୍ୟକାଳର ସଫଳତାଗୁଡ଼ିକୁ ଆଗକୁ ବଢ଼ାଇବାକୁ ଯାଉଛନ୍ତି । ମୁଁ ଭାରତ-ଆମେରିକାର ବ୍ୟାପକ ଗ୍ଲୋବାଲ ଏବଂ ରଣନୀତିକ ଭାଗିଦାରୀଙ୍କୁ ଆହୁରି ମଜଭୁତ କରିବା ତଥା ଆମ ସହଯୋଗକୁ ନବୀକରଣ କରିବା ପାଇଁ ଉତ୍ସାହୀ ଅଛି । ଆସନ୍ତୁ, ଆମ ଲୋକମାନଙ୍କ କଲ୍ୟାଣ ପାଇଁ ଏବଂ ବିଶ୍ୱଶାନ୍ତି, ସ୍ଥିରତା ତଥା ସମୃଦ୍ଧିକୁ ପ୍ରୋତ୍ସାହନ ଦେବା ପାଇଁ ମିଳିମିଶି କାର୍ଯ୍ୟ କରିବା’ ।
ବର୍ତ୍ତମାନ ଟ୍ରମ୍ପଙ୍କୁ ସୋସିଆଲ ମିଡିଆରେ ବିଜୟର ଶୁଭେଚ୍ଛା ମିଳିବାରେ ଲାଗିଛି । ଅଷ୍ଟ୍ରେଲିଆର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ ସୋସିଆଲ ମିଡିଆରେ ପୋଷ୍ଟ କରି ଡୋନାଲ୍ଡ ଟ୍ରମ୍ପଙ୍କୁ ବିଜୟର ଅଭିନନ୍ଦନ ଜଣାଇଛନ୍ତି । ସେ ଟ୍ରମ୍ପଙ୍କ ସହ ଏକ ଫଟୋ ସେୟାର କରି ଲେଖିଛନ୍ତି, ‘ଶୁଭେଚ୍ଛା ରାଷ୍ଟ୍ରପତି ଟ୍ରମ୍ପ’ ।