ପ୍ରଜାପତି ରୂପରେ ଦର୍ଶନ ଦେଲେ ଜଗତରନାଥ ଜଗନ୍ନାଥ

ପ୍ରଜାପତି ରୂପରେ ଦର୍ଶନ ଦେଲେ ଜଗତରନାଥ ଜଗନ୍ନାଥ

କଟକ ଜିଲ୍ଲା ସାଲେପୁର ନିକଟସ୍ଥ ବାହାର ପଡା ଅଷ୍ଟପ୍ରହରୀ ପିଣ୍ଡିରେ ଗତକାଲି ଏକ ବିରଳ ପ୍ରଜାପତି ଦେଖିବାକୁ ମିଳିଛି । ଦେହରେରେ ମହାପ୍ରଭୁ ଜଗନ୍ନାଥ ମୁହଁକୃତି ପ୍ରତିଛବି ଦେଖିବାକୁ ମିଳିଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଏହି ବିରଳ ପ୍ରଜାତିର ପ୍ରଜାପତିଟିକୁ ଦେଖିବାକୁ ବେଶ୍ ଗହଳି ଲାଗିଥିଲା । ପ୍ରଜାପତିଟିର ମୁଖ ମହାପ୍ରଭୁ ଜଗନ୍ନାଥଙ୍କ ମୁଖ ପ୍ରତିକୃତି ହୋଇଥିବା ଦେଖି ସଭିଏଁ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଏହି ଖବର ପ୍ରଚାରିତ ହେବା ପରେ ପ୍ରଜାପତିଟିକୁ ଦେଖିବାକୁ ଭିଡ ଜମାଇବା ସହ ତୁଳସୀ ଅପର୍ପଣ କରାଯାଇ ପୂଜାର୍ଚ୍ଚନା ସହ ଦୀପ,ଧୂପ ବନ୍ଦାପନା କରାଯାଇଥିଲା । ତେବେ ଦୀର୍ଘ ସମୟ ପରେ ପ୍ରଜାପତିଟି ମା’ ଶାରଳାଙ୍କ ପୀଠରେ ରହିଥିବା ଦେଖାଯାଇଥିବା ଜଣାପଡିଛି ।

ଭକ୍ତ ଆଉ ଭଗବାନଙ୍କ ସମ୍ପର୍କ ଅତୁଟ। ସେ ଭାବ ଡୋରିକୁ କେହି ଚାହିଁଲେ ବି କାଟି ପାରିବେନି । କଥାରେ ଅଛି ବିଶ୍ୱାସରେ ଭଗବାନ । ଯେଉଁଠି ବିଶ୍ୱାସ ରହିଛି ସେଠି ଭଗବାନ ଅଛନ୍ତି । ଯେତେବେଳେ ଭକ୍ତି ଓ ଆସ୍ଥାର କଥା ଆସେ ସେଠି ପଥର ବି ଠାକୁର ଭଳି ଦେଖାଯାଆନ୍ତି ।

ସେହିଭଳି ଏବେ ପ୍ରଜାପତି ରୁପରେ ଦୃଶ୍ୟମାନ ହୋଇଛନ୍ତି ଜଗତର ନାଥ ଜଗନ୍ନାଥ । ସତରେ ଯେମିତି ଶ୍ରୀଜିଉ ନିଜ ଭକ୍ତଙ୍କ ପାଇଁ ଏ ଧରାଧାମକୁ ଓହ୍ଲାଇ ଆସିଛନ୍ତି ।

Related post

Leave a Reply

Your email address will not be published. Required fields are marked *