ସୁପ୍ରିମକୋର୍ଟର ୫୧ତମ ପ୍ରଧାନ ବିଚାରପତି ଭାବେ, ଆଜି ଶପଥ ନେଲେ ଜଷ୍ଟିସ୍ ସଂଜୀବ ଖାନ୍ନା।
- ଦେଶ ବିଦେଶ
- November 11, 2024
- No Comment
- 100
ଶପଥ ନେଲେ ଜଷ୍ଟିସ ସଂଜୀବ ଖାନ୍ନା। ଦିନ ୧୦ଟାରେ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ପୂର୍ବତନ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ସଞ୍ଜୀବ ଖାନ୍ନାଙ୍କୁ ପ୍ରଧାନ ବିଚାରପତି ନିଯୁକ୍ତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
ନଭେମ୍ବର ୧୧ ତାରିଖରୁ ତାଙ୍କ କାର୍ଯ୍ୟକାଳ ଆରମ୍ଭ ହେବ। ଧାରା ୩୭୦ ଉଚ୍ଛେଦ, ନିର୍ବାଚନ ବଣ୍ଡ ଉଚ୍ଛେଦ ଭଳି ବହୁ ଯୁଗାନ୍ତକାରୀ ରାୟ ଦେଇଥିଲେ। ତାଙ୍କ କାର୍ଯ୍ୟକାଳ ୬ ମାସରୁ ଅଧିକ ରହିବ। ୨୦୨୫ ମେ ୧୩ ତାରିଖ ପର୍ଯ୍ୟନ୍ତ ପ୍ରଧାନ ବିଚାରପତି ରହିବେ ଜଷ୍ଟିସ ସଂଜୀବ ଖାନ୍ନା। ଗତକାଲି ସରିଛି ସିଜେଆଇ ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ କାର୍ଯ୍ୟକାଳ। ୨୦୧୯ ଜାନୁଆରୀରେ ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ସୁପ୍ରିମକୋର୍ଟ ବିଚାରପତି ଭାବେ ଯୋଗ ଦେଇଥିଲେ ।