ପୁରୀ ସହରରେ ବେଆଇନ୍ ନିର୍ମାଣକାରୀଙ୍କ ବିରୁଦ୍ଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ

ପୁରୀ ସହରରେ ବେଆଇନ୍ ନିର୍ମାଣକାରୀଙ୍କ ବିରୁଦ୍ଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ

ପୁରୀ ସହରରେ ବେଆଇନ୍ ନିର୍ମାଣକାରୀଙ୍କ ବିରୁଦ୍ଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ । ବେଆଇନ୍ ଗୃହ ନିର୍ମାଣ ରୋକିବାକୁ ଗଠନ ହେଲା ସ୍ୱତନ୍ତ୍ର ସ୍କ୍ବାଡ । ୨୪ ଜଣ ସେନାନିବୃତ୍ତ କର୍ମଚାରୀଙ୍କୁ ନେଇ ସମୁଦାୟ ୮ଟି ଟିମ୍ ଗଠନ ହୋଇଥିବା ବେଳେ ଆଗକୁ ଶୁଣାଣି କରାଯାଇ ଉଚ୍ଛେଦ ଅଭିଯାନ ଆରମ୍ଭ ହେବ ବୋଲି କହିଛନ୍ତି ଜିଲ୍ଲାପାଳ ।

ଅନ୍ୟପଟେ ସହରର ୮୦ ପ୍ରତିଶତ ଜମି ମହାପ୍ରଭୁଙ୍କ ଓ ପୌରପାଳିକା ନାମରେ ଥିବାରୁ ବେଆଇନ୍ ନିର୍ମାଣ ପ୍ରସଙ୍ଗରେ ବର୍ଗୀକରଣ କରିବାକୁ ଆଇନଜୀବୀ ମାନେ ସରକାରଙ୍କୁ ଅନୁରୋଧ କରିଛନ୍ତି । ସେପଟେ ଏଭଳି ନିଷ୍ପତ୍ତିକୁ ପୁରୀ ହୋଟେଲ୍ ଆସୋସିଏସନ ତରଫରୁ ସ୍ୱାଗତ କରାଯାଇଥିବା ବେଳେ ବର୍ତ୍ତମାନ ସରକାରଙ୍କ ଅବହେଳାରୁ ବେଆଇନ୍ ନିର୍ମାଣକାର୍ଯ୍ୟ ବଢିଛି ବୋଲି ବୁଦ୍ଧିଜୀବୀ କହିଛନ୍ତି ।

ପ୍ରଶାସନର ଏହି ନିଷ୍ପତ୍ତିକୁ ସବୁ ମହଲରେ ସ୍ୱାଗତ କରାଯାଇଥିବାବେଳେ ଯେଉଁମାନେ ଏନଓସି ଆଣିନାହାନ୍ତି ସେମାନଙ୍କ ବିରୋଧର ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ହୋଟେଲ ଆସୋସିଏସ ସଭାପତି । ବେଳାଭୂମି ନିକଟରେ ଆଇନ ନମାନି ଚାଲିଛି ବେଆଇନ ନିର୍ମାଣ। ନା ଅଛି PKDA ଅନୁମତି ନା ଅଛି CRZ ଅନୁମତି । ପୂର୍ବ ସରକାର ସମୟରେ CRZ ଉଲ୍ଲଂଘନ କରିଥିବା ୨୪୦ ଛୋଟ ବଡ଼ କୋଟାକୁ ଚି଼ହ୍ନଟ କରାଯାଇଥିଲା l କୋଷ୍ଟାଲ ଜୋନ ମ୍ୟାନେଜମେଣ୍ଟ ଅଥୋରିଟି ଗଠନ କରାଯାଇ ଏସବୁକୁ ଭାଙ୍ଗିବାକୁ ନିଷ୍ପତ୍ତି ନିଆଯାଇଥିଲା ।

କିନ୍ତୁ ବର୍ତ୍ତମାନ ନୂଆ ସରକାର ଆସିବା ପରେ ପୁନଃ ବେଆଇନ ନିର୍ମାଣ ଆରମ୍ଭ ହୋଇଯାଇଛି । ସେପଟେ ପୁରୀ ସହରର ୮୦ ପ୍ରତିଶତ ଜମିର କାଗଜପତ୍ର ବା NOC ନଥିବାବେଳେ ଅନେକ ଜମି ପୌରସଂସ୍ଥାର ଓ ମହାପ୍ରଭୁଙ୍କ ନାମରେ ରେକର୍ଡ ଅଛି । ତେଣୁ କେଉଁ ମାନଙ୍କର ବେଆଇନ୍ ନିର୍ମାଣ ପ୍ରଶାସନ ରୋକିବ ସେଥିପାଇଁ ବର୍ଗୀକରଣ କରାଯିବା ଆବଶ୍ୟକ ବୋଲି ଆଇନଜୀବୀ ଶରତ ରାୟଗୁରୁ ସରକାରଙ୍କୁ ଅନୁରୋଧ କରିଛନ୍ତି ।

Related post

ବଜରଙ୍ଗ ପୁନିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଲା NADA, ୪ ବର୍ଷ ପାଇଁ କଲା ସସପେଣ୍ଡ

ବଜରଙ୍ଗ ପୁନିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଲା NADA, ୪ ବର୍ଷ ପାଇଁ…

ପୁନିଆଙ୍କୁ ୪ ବର୍ଷ ପାଇଁ ସସପେଣ୍ଡ କଲା ଜାତୀୟ ଡୋପିଂ ନିରୋଧକ ଏଜେନ୍ସି (ନାଡା) । ଆଣ୍ଟି ଡୋପିଂ କୋଡ୍ ର ଉଲ୍ଲଙ୍ଘନ କରିଥିବା ଯୋଗୁ ନାଡା ତାଙ୍କ…
ବୁଡଡୋଜର ଆକ୍ସନ ଆଦୌ ଗ୍ରହଣଯୋଗ୍ୟ ନୁହେଁ ବୋଲି  ସୁପ୍ରିମକୋର୍ଟ ରେ ଜଷ୍ଟିସ ବି.ଆର ଗଭଇ କହିଛନ୍ତି ।

ବୁଡଡୋଜର ଆକ୍ସନ ଆଦୌ ଗ୍ରହଣଯୋଗ୍ୟ ନୁହେଁ ବୋଲି ସୁପ୍ରିମକୋର୍ଟ ରେ ଜଷ୍ଟିସ…

ବୁଲଡୋଜର କାର୍ଯ୍ୟାନୁଷ୍ଠାନକୁ ନେଇ ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ । ବୁଡଡୋଜର ଆକ୍ସନ ଆଦୌ ଗ୍ରହଣଯୋଗ୍ୟ ନୁହେଁ ବୋଲି ଏକ ମାମଲାର ଶୁଣାଣୀ କରି ଜଷ୍ଟିସ ବି.ଆର ଗଭଇ କହିଛନ୍ତି…

Leave a Reply

Your email address will not be published. Required fields are marked *