
ବିଦେଶୀ ପକ୍ଷୀଙ୍କ ସଂଖ୍ୟା, ଭିତରକନିକାକୁ ଆସିଛନ୍ତି ୧ ଲକ୍ଷ ୫୧ ହଜାର ୬୧୪ଟି ପକ୍ଷୀ
- ରାଜ୍ୟ
- January 19, 2025
- No Comment
- 22
ଚଳିତବର୍ଷ ୧ ଲକ୍ଷ ୫୧ ହଜାର ୬୧୪ଟି ବିଦେଶୀ ପକ୍ଷୀ ଆସିଛନ୍ତି । ଚଳିତବର୍ଷ ୧୧୮ ପ୍ରଜାତି ପକ୍ଷୀ ଚିହ୍ନଟ ହୋଇଥିବାବେଳେ ଗତବର୍ଷ ତୁଳନାରେ ୩ କମ୍ ରହିଛନ୍ତି । ତେବେ ୧୮ ତାରିଖରୁ ଭିତରକନିକାରେ ପକ୍ଷୀ ଗଣନା ଆରମ୍ଭ ହୋଇଛି । ରାଜନଗର ବନଖଣ୍ଡର ରାଜ ନଗର, ଗହୀରମଥା, ମହାକାଳପଡା ଏବଂ କୁଜଙ୍ଗ ୫ଟି ରେଞ୍ଜରେ ଗତକାଲିଠାରୁ ପକ୍ଷୀ ଗଣନା କରାଯାଉଛି ।
ସେହିପରି ସାତ କୋଶିଆ ଗଣ୍ଡରେ ଚଳିତ ବର୍ଷ ବଢିଛି ବିଦେଶୀ ପକ୍ଷୀଙ୍କ ସଂଖ୍ୟା । ପ୍ରାଥମିକ ଗଣନାରୁ ଏହି ସୂଚନା ମିଳିଛି । ମହାନଦୀ ବନ୍ୟପ୍ରାଣୀ ବନାଞ୍ଚଳ ବୌଦ୍ଧ ଜିଲ୍ଲା କୁସଙ୍ଗ ରେଞ୍ଜ ପକ୍ଷରୁ ସାତ କୋଶିଆ ଗଣ୍ଡରେ ଚଳିତବର୍ଷ ଆରମ୍ଭ ହୋଇଛି ପକ୍ଷୀ ଗଣନା । ସାତ କୋଶିଆ ଗଣ୍ଡର ମାରଡ଼ା ଠାରୁ ହରଭଙ୍ଗା ପର୍ଯ୍ୟନ୍ତ କ୍ୟାମେରା, ବାଇନାକୁଲାର ସାହାଯ୍ୟରେ କରାଯାଉଛି ପକ୍ଷୀ ଗଣନା । ଡିସେମ୍ବର ମାସଠାରୁ ଏହି ଗଣ୍ଡକୁ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଥାଏ ।
ଫେବୃଆରୀ ମାସ ପର୍ଯ୍ୟନ୍ତ ରହି ପୁଣି ସ୍ଥାନ ଛାଡି ଚାଲି ଯାଆନ୍ତି । ଚଳିତ ବର୍ଷ ଏହି ପକ୍ଷୀ ଗଣନାରେ ସ୍କିମର, କିଙ୍ଗ ଫିସର, ସ୍ୟାଣ୍ଡ ପେପର, ସରସ ହଂସ ଭଳି ବିଦେଶୀ ପକ୍ଷୀ ସହିତ ଚକୁଆ ଚକୋଇ, ଗେଣ୍ଡାଳିଆ, ତେଣ୍ଡେଇ, ବଗ, କୋଚିଲା ଖାଇ ପାଣି କୁଆ, ହଁସରାଳି, ଆଦି ଅନେକ ପକ୍ଷୀ ଗଣ୍ଡରେ ଦେଖାଯାଉଥିବା ପକ୍ଷୀ ଗଣନାକାରୀଙ୍କଠୁ ସୂଚନା ମିଳିଛି । ଏହି ପକ୍ଷୀ ଗଣନାରେ କୁସଙ୍ଗ ରେଞ୍ଜ ଅଧିକାରୀ ଙ୍କ ସମେତ ବନପାଳ, ଘଡ଼ିଆଳ ଓ ପକ୍ଷୀ ରିସର୍ଚ୍ଚ ପର୍ସନ କର୍ମଚାରୀ, ବନରକ୍ଷୀ ସମେତ ଛଅ ଜଣ କ୍ୱାର୍ଡ କର୍ମଚାରୀ ନିୟୋଜିତ ଥିବା ଜଣାପଡ଼ିଛି ।