ଆଜି ପରାକ୍ରମୀ ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ

ଆଜି ପରାକ୍ରମୀ ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ

ସୁଭାଷ ଚନ୍ଦ୍ର ବୋଷ ଭାରତୀୟ ସ୍ବତନ୍ତ୍ରତା ସଂଗ୍ରାମର ମହାନ ନେତା । ନିଜର ସାହାସ ଦୃଢ ସଂକଳ୍ପ ଏବଂ ରଣନୀତୀ ପାଇଁ ସେ ବେଶ୍ ଜଣାଶୁଣା । ଭାରତର ସ୍ବତନ୍ତ୍ରତାକୁ ନୂଆ ଦିଗ ଦେଖାଇଥିବା ଏହି ପରାକ୍ରମୀ ନେତାଙ୍କର ଆଜି ୧୨୮ତମ ଜୟନ୍ତୀ । ନେତାଜୀଙ୍କ ଜନ୍ଦିନକୁ ପରାକ୍ରମ ଦିବସ ଭାବେ ମଧ୍ୟ ପାଳନ କରାଯାଏ । ନେତାଜୀ ଜୟନ୍ତୀ ପାଇଁ ବିଭିନ୍ନ ସ୍ଥାନରେ ପ୍ରସ୍ତୁତି ଜୋରଦାର। ତାଙ୍କ ଜନ୍ମସ୍ଥାନ କଟକ ଓଡିଆ ବଜାର ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ପ୍ରସ୍ତୁତ ହୋଇରହିଛି ।

ସଂଗ୍ରହାଳୟର ଉଦ୍ୟାନ ଭଳିକି ଭଳି ରଙ୍ଗ ବେରଙ୍ଗର ଫୁଲରେ ପୁରି ଉଠିଛି । ୧୨ଟି ଯାକ ଗ୍ୟାଲେରୀ, ନେତାଜୀଙ୍କ ପ୍ରତିମୂର୍ତ୍ତି, ମୁଖ୍ଯ ଫାଟକ ଓ ଘୋଡା ଶାଳ ସବୁ କିଛି ଜୟନ୍ତୀ ପାଇଁ ସୁସଜ୍ଜିତ ହୋଇ ରହିଛି। କଟକର ବିଭିନ୍ନ ସାହି ଓ ଅଂଚଳ ରୁ ଶୋଭାଯାତ୍ରାରେ ଛାତ୍ର ଛାତ୍ରୀ, ଯୁବକ ଯୁବତୀ, ନେତାଜୀ ପ୍ରେମୀ ବାହାରି ଓଡିଆ ବଜାର ସଂଗ୍ରହାଳୟ ଆସିବେ। ସେଠାରେ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ।

ସେହିପରି  ଆଜି ବୀର ସୁରେନ୍ଦ୍ର ସାଏଙ୍କ ୨୧୬ ତମ ଜୟନ୍ତୀ । ସମ୍ବଲପୁରର ଜେଲଖାନା ଛକ ସ୍ଥିତ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲା ପ୍ରଶାସନ ଅଧିକାରୀ, ରାଜନେତା, ସାଧାରଣ ଜନତାଙ୍କ ସହ ଛାତ୍ରଛାତ୍ରୀମାନେ ମାଲ୍ୟାର୍ପଣ କରିବା ସହ ସ୍ମୃତି ଚାରଣ କରିଛନ୍ତି । ସୁରେନ୍ଦ୍ର ସାଏ ହେଉଛନ୍ତି ପ୍ରଥମ ମୁକ୍ତି ସଂଗ୍ରାମର ଶେଷ ସଂଗ୍ରାମୀ । ସବୁଠାରୁ ଅଧିକ ଦିନ ଜେଲରେ ରହିଥିବା ସଂଗ୍ରାମୀ ।  ବ୍ରିଟିଶର୍ସଙ୍କ ବିରୋଧରେ ଗରିଲା ଯୁଦ୍ଧ କରି ନିଦ ହଜାଇ ଦେଇଥିଲେ ।

Related post

ଆଜି ଦୋଳ ପୂର୍ଣ୍ଣିମା, ବିଶ୍ବାସ ରହିଛି ଦୋଳରେ ଦୋଳଗୋବିନ୍ଦଙ୍କୁ ଦର୍ଶନ କଲେ ପୁନର୍ଜନ୍ମ ହୁଏ ନାହିଁ ।

ଆଜି ଦୋଳ ପୂର୍ଣ୍ଣିମା, ବିଶ୍ବାସ ରହିଛି ଦୋଳରେ ଦୋଳଗୋବିନ୍ଦଙ୍କୁ ଦର୍ଶନ କଲେ…

ଆଜି ଦୋଳ ପୂର୍ଣ୍ଣିମା । କାଲି ରଙ୍ଗର ପର୍ବ ହୋଲି । ରାଜ୍ୟର ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଛି ମେଳଣ Iଭାରତୀୟ ପରମ୍ପରାରେ ଦୋଳପୂର୍ଣ୍ଣିମାକୁ ଦୁଇ ଭାଗରେ ବିଭକ୍ତ…
ଆଜିଠୁ ଇ-ଡିଟେକ୍ସନ ହେବ ବୀମା । ଗାଡିରେ ବୀମା ନଥିଲେ ଟୋଲ ଗେଟରେ ଧରାପଡିବେ ଗାଡ଼ି ଚାଳକ ।

ଆଜିଠୁ ଇ-ଡିଟେକ୍ସନ ହେବ ବୀମା । ଗାଡିରେ ବୀମା ନଥିଲେ ଟୋଲ…

ବୀମା ନଥିଲେ ସମ୍ପୃକ୍ତ ଗାଡି ବିରୋଧରେ ଇ-ଡିଟେକ୍ସନ ପ୍ରକ୍ରିୟାରେ ଜାରି ହେବ ଇ-ଚାଲାଣ । ରାଜ୍ୟର ବିଭିନ୍ନ ଜାତୀୟ ରାଜପଥରେ ଥିବା ୨୨ଟି ଟୋଲ ଗେଟରେ ଏହା କାର୍ଯ୍ୟକାରୀ…
ପୁରୀ ବେଳାଭୂମିରେ ଆୟୋଜିତ ହେବ ମହୋଦଧି ଦିବସ

ପୁରୀ ବେଳାଭୂମିରେ ଆୟୋଜିତ ହେବ ମହୋଦଧି ଦିବସ

ପୁରୀ: ଆସନ୍ତା ୧୨ ତାରିଖ ଯାଏଁ ଅନୁଷ୍ଠିତ ହେବାକୁ ଯାଉଛି ମହୋଦଧି ଦିବସ। ପୁରୀକୁ ଆସୁଥିବା ପର୍ଯ୍ୟଟକ ଏକ ରୋମାଞ୍ଚକର ନୂଆ ଅନୁଭୂତି ପାଇବେ। ଏହି ଅବସରରେ ତିନିଦିନ…

Leave a Reply

Your email address will not be published. Required fields are marked *