ଛତିଶଗଡ଼ ସୁକମା ଜଙ୍ଗଲରେ ମାଓବାଦୀଙ୍କ ବଡ଼ ଅସ୍ତ୍ରାଗାର ଠାବ ।
- ଦେଶ ବିଦେଶରାଜ୍ୟ
- January 23, 2025
- No Comment
- 110
ଆଜି ଏକ ମାଓ ବିରୋଧୀ ଅଭିଯାନରେ, ୨୦୩ କୋବ୍ରା ବାଟାଲିୟନ ଏବଂ ୧୩୧ ବାଟାଲିୟନ CRPFର ଏକ ମିଳିତ ଦଳ ସୁକମା ଜିଲ୍ଲାର ମେଟାଗୁଡେମ ଏବଂ ଡୁଲେରରେ ଥିବା ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଏବଂ ଅସ୍ତ୍ରଶସ୍ତ୍ର ତିଆରି ଉପକରଣର ଗଚ୍ଛିତ ସ୍ଥାନକୁ ସଫଳତାର ସହ ଠାବ କରିଛନ୍ତି । ଜଙ୍ଗଲ ମଧ୍ୟରେ ମାଓବାଦୀଙ୍କ ଉପସ୍ଥିତି ବିଷୟରେ ଗୁଇନ୍ଦା ସୂଚନା ପରେ ଏକ ବଡ଼ ଅପରେସନ ଆରମ୍ଭ କରିଥିଲେ ।
ସୁରକ୍ଷାକର୍ମୀଙ୍କୁ ଦେଖି ଛତ୍ରଭଙ୍ଗ ଦେଇଥିଲେ ମାଓବାଦୀ । ସର୍ଚ୍ଚ ଅପରେସନରେ ଉଦ୍ଧାର ଅସ୍ତ୍ରାଗାରରେ ସାବୁନ କେସରେ ପ୍ୟାକ୍ ହୋଇଥିବା ୨୧ ଟି ଇମ୍ପ୍ରୋଭାଇଜ୍ଡ ଏକ୍ସପ୍ଲୋସିଭ୍ ଡିଭାଇସ୍ (IED), ମଲ୍ଟିପଲ୍ ବ୍ୟାରେଲ୍ ଗ୍ରେନେଡ୍ ଲଞ୍ଚର୍ (BGL) ବୋମା, ଏକ ଜେନେରେଟର ସେଟ୍, ଲେଥ୍ ମେସିନ୍ ଆନୁଷଙ୍ଗିକ ସାମଗ୍ରୀ, ପ୍ରଚୁର ପରିମାଣରେ ବିସ୍ଫୋରକ ତିଆରି ସାମଗ୍ରୀ, ବନ୍ଧୁକ ତିଆରି ଉପକରଣ ଏବଂ ଅତ୍ୟାବଶ୍ୟକ ଚିକିତ୍ସା ସାମଗ୍ରୀ ରହିଛି I
ଉଦ୍ଧାର ହୋଇଥିବା ପ୍ରତ୍ୟେକ IEDର ଓଜନ ପ୍ରାୟ 250 ଗ୍ରାମ । ଏଭଳି ଏକ ବଡ଼ ଧରଣର ମାଓବାଦୀଙ୍କ ଅସ୍ତ୍ରାଗାର ଦେଖିଲେ ଅନୁମାନ କରିହେବ ଯେ ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ବଡ଼ ଯୋଜନା କରାଯାଉଥିଲା ।