ଆମେରିକା ଯିବନି ଅହମ୍ମଦାବାଦର ଦୁର୍ଘଟଣାଗ୍ରସ୍ତ ବ୍ଲାକ୍ ବକ୍ସ, ସରକାର କଲେ ଖଣ୍ଡନ

ଆମେରିକା ଯିବନି ଅହମ୍ମଦାବାଦର ଦୁର୍ଘଟଣାଗ୍ରସ୍ତ ବ୍ଲାକ୍ ବକ୍ସ, ସରକାର କଲେ ଖଣ୍ଡନ

ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ପରେ ଘଟଣା ଭିନ୍ନ ମୋଡ ନେବାରେ ଲାଗିଛି । ଡାଟା ରିକଭର ହୋଇପାରୁନଥିବାରୁ ବ୍ଲାକ୍ ବାକ୍ସ ଆମେରିକା ପଠାଯାଇଥିବା ଖବର ସାମ୍ନାକୁ ଆସିଥିଲା । କିନ୍ତୁ ଏବେ ଏହି ନିଷ୍ପତ୍ତିକୁ ଖଣ୍ଡନ କରି ଏହାକୁ ମିଛ ଏବଂ ଭ୍ରମ ବୋଲି କହିଛି ବେସାମୟିକ ବିମାନ ମନ୍ତ୍ରଣାଳୟ । ଏହା ଛଡା ଏହି ଯାଞ୍ଚ ପ୍ରକ୍ରିୟାକୁ ସମ୍ବେଦନଶୀଳ ଭାବେ ଏହାକୁ ଜାରି କରିବାକୁ ଅପିଲ କରିଛନ୍ତି ମନ୍ତ୍ରଣାଳୟ ।

ସୂଚନାନୁଯାୟୀ, ଏହି ସମସ୍ତ ପ୍ରକ୍ରିୟା ଦିଲ୍ଲୀବିମାନ ସ୍ଥିତ ଏୟାରକ୍ରାପ୍ଟ ଏକ୍ସିଡେଣ୍ଟ ଇନଭେଷ୍ଟିକେସନ ବ୍ୟୁରୋ ପରିସର ମଧ୍ୟରେ କରିବାକୁ ଅପିଲ କରିଛନ୍ତି । ଏହି ପରିସରରେ ଡିଜିଟାଲ ଫ୍ଲାଇଟ ଡେଟା ରିକର୍ଡର ଏବଂ କାକପିଟ ବାୟସ ରିକାର୍ଡର ବିଶ୍ଳେଷର ଲ୍ୟାବର ଉଦଘାଟନ ହୋଇଥିଲା । ପାଖାପାଖି ୯ କୋଟି ଟଙ୍କା ହିନ୍ଦୁସ୍ତାନ ଏୟାରନାଟିକସ ଲିମିଟେଡ ସହଯୋଗରେ ଲ୍ୟାବ ପ୍ରସ୍ତୁତ କରାଯାଇଥିଲା ।

ଯାହାର ଉଦ୍ଦେଶ୍ୟ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବ୍ଲାକ୍ ବକ୍ସର ମରାମତି କରି ଡେଟା ବାହାର କରିବା  ଏବଂ ରଡାର, ଫ୍ଲାଇଟ୍ ପରଫରମାନ୍ସ ଏବଂ କାକପିଟ ରିକାର୍ଡିଂକୁ ଯୋଡି ଦୁର୍ଘଟଣାର କାରଣ ଖୋଜିବାରେ ସଠିକ୍ ଯାଞ୍ଚ କରିବା । ଏହି ଲ୍ୟାବକୁ ଅନ୍ତରାଷ୍ଟ୍ରୀୟ ମାନଦଣ୍ଡ ଅନୁଯାୟୀ ICAOକୁ ବିକଶିତ କରାଯାଇଥିଲା । ବର୍ତ୍ତମାନ ଏହି ଲ୍ୟାବର ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ମିଳୁଛି ।

ଅନ୍ୟପଟେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସ୍ପଷ୍ଟ କରି କହିଛି ଯେ, ବ୍ଲାକ୍ ବାକ୍ସର ଯାଞ୍ଚ ପ୍ରକ୍ରିୟାର ନିଷ୍ପତ୍ତି ବିମାନ ଦୁର୍ଘଟଣାର ଯାଞ୍ଚ କରୁଥିବା ସଂସ୍ଥା AAIB ନେବ । AAIB ଏଜେନ୍ସି ସୁରକ୍ଷା ବ୍ୟବସ୍ଥା ଏବଂ ଅନ୍ୟ ସମସ୍ତ ଗୁରୁତ୍ବପୂର୍ଣ୍ଣ ଦିଗଉପରେ ନଜର ରଖି ଏହି ପ୍ରକ୍ରିୟା ଆରମ୍ଭ କରିବ ।  ଏହି ଯାଞ୍ଚ ପ୍ରକ୍ରିୟାରେ କୌଣସି ବାଧା ନ ଲଗାଇ ଗମ୍ଭୀରତାର ସହ ଯାଞ୍ଚ ପ୍ରକ୍ରିୟା ସମ୍ପର୍ଣ୍ଣ କରିବାକୁ ଅନୁରୋଧ କରିଛି ମନ୍ତ୍ରଣାଳୟ ।

ସୂଚନାଯୋଗ୍ୟ, ଜୁନ୍ ୧୨ ତାରିଖରେ ଅହମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ହୋଇଥିଲା । ଏଥିରେ ଥିବା ୨୪୧ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ବିମାନ ପଡିଥିବା ସ୍ଥାନରେ ୨୯ ଲୋକଙ୍କ ଜୀବନ ଚାଲିଯାଇଥିଲା ।  ବିମାନ ଦୁର୍ଘଟଣାରେ ଯେଉଁମାନେ ଜୀବନ ହାରିଛନ୍ତି, ସେମାନଙ୍କ ମଧ୍ୟରୁ ୧୭୭ ଜଣଙ୍କ ଡିଏନଏ ମ୍ୟାଚ ହୋଇଛି । ଏଥିରେ ୧୨୪ ଜଣଙ୍କୁ ପରିବାରକୁ ହସ୍ତାନ୍ତର କରାଯାଇଛି । ଏହି ଦୁର୍ଘଟଣାରେ ଗୁଜରାଟର ପୂର୍ବ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କର ମୃତ୍ୟୁ ହୋଇଥିଲା ।

Related post

ଦକ୍ଷିଣ କୋରିଆ : ଲ୍ୟାଣ୍ଡିଂ ବେଳେ ବିମାନରେ ଲାଗିଲା ନିଆଁ ୧୭୯ ଜଣଙ୍କ ମୃତ୍ୟୁ !

ଦକ୍ଷିଣ କୋରିଆ : ଲ୍ୟାଣ୍ଡିଂ ବେଳେ ବିମାନରେ ଲାଗିଲା ନିଆଁ ୧୭୯…

ଦକ୍ଷିଣ କୋରିଆର ମୁଆନ ସହରରେ ପ୍ଲେନ କ୍ରାସ୍ ହୋଇଛି। ଲ୍ୟାଣ୍ଡିଂ ବେଳେ ଦୁର୍ଘଟଣାଗ୍ରସ୍ତ ହେଲା ବିମାନ । ଏପର୍ଯ୍ୟନ୍ତଙ୍କ ୧୭୯ ଜଣଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା । ୧୭୫…
ଏୟାର ଇଣ୍ଡିଆର ୩୨ଟି ବିମାନକୁ ବୋମା ଧମକ

ଏୟାର ଇଣ୍ଡିଆର ୩୨ଟି ବିମାନକୁ ବୋମା ଧମକ

ଦେଶର ବିଭିନ୍ନ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଓ ପ୍ରତିଷ୍ଠାନକୁ ବୋମା ବିସ୍ଫୋରଣର ଧମକ ମିଳିବା ଘଟଣା ହଇଚଇ ସୃଷ୍ଟି କରିଥିବା ବେଳେ ଏବେ ପୁଣି ସମାନ କାଣ୍ଡ…

Leave a Reply

Your email address will not be published. Required fields are marked *