ଆଜିଠୁ ଅଷ୍ଟ୍ରେଲିଆରେ ବର୍ଡର ଗାଭାସ୍କର ଟ୍ରଫି ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ ।

ଆଜିଠୁ ଅଷ୍ଟ୍ରେଲିଆରେ ବର୍ଡର ଗାଭାସ୍କର ଟ୍ରଫି ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ ।

ପର୍ଥରେ ଖେଳାଯିବ ୫ଟିକିଆ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ । କ୍ୟାପଟେନ୍ ରୋହିତ ଶର୍ମା, ଓପନର ଶୁବମନ ଗିଲ ଓ ମହମ୍ମଦ ସାମିଙ୍କ ଅନୁପସ୍ଥିତିରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ଭାରତୀୟ ଦଳ । ଦ୍ରୁତ ବୋଲର୍ ତଥା ଉପ ଅଧିନାୟକ ଯଶପ୍ରୀତ ବୁମରାଙ୍କ ହାତରେ ଦଳର କମାଣ । ରୋହିତ ଶର୍ମାଙ୍କ ସ୍ଥାନରେ ଓପନିଂ କରିବେ କେଏଲ ରାହୁଲ । ତାଙ୍କୁ ସାଥ ଦେଇପାରନ୍ତି ଯଶସ୍ବୀ ଜୟିସ୍ବାଲ ।

ସ୍ପିନ ବୋଲିଂରେ ରବୀନ୍ଦ୍ର ଜାଡେଜା , ଆର ଅଶ୍ବିନ ମୋର୍ଚା ସମ୍ଭାଳିପାରନ୍ତି । ପେସ୍ ବୋଲିଂ ଆଟାକରେ ଅଧିନାୟକ ବୁମରାହଙ୍କ ସହିତ ହର୍ଷିତ ରାଣା ଓ ମହମ୍ମଦ ସିରାଜଙ୍କୁ କମାଣ ସମ୍ଭାଳିବାର ଦାୟିତ୍ବ ମିଳିପାରେ । ସର୍ଫରାଜଙ୍କ ସ୍ଥାନରେ ଖେଳିପାରନ୍ତି ଧ୍ରୁବ ଜୁରେଲ୍ । ସେହିଭଳି ନୀତିଶ ରେଡଡୀ ଓ ହର୍ଷିତ ରାଣାଙ୍କ ଭିତରୁ କେହି ଜଣେ ଖେଳିପାରନ୍ତି ।

ବର୍ଡର ଗାଭାସ୍କର ଟ୍ରଫି ପାଇଁ ଭାରତୀୟ ଦଳ ବହୁତ ଭଲ ଫର୍ମରେ ଅଛି । ଆମର ପ୍ରସ୍ତୁତି ମଧ୍ୟ ଜବରଦସ୍ତ ରହିଛି ବୋଲି କହିଛନ୍ତି ବୁମରା । ଶେଷ ଥର ପାଇଁ ୨୦୧୪-୧୫ରେ ଅଷ୍ଟ୍ରେଲିଆ ବର୍ଡର ଗାଭାସ୍କର ଟ୍ରଫି ଜିତିଥିଲା । ଏହା ପରଠାରୁ ଟ୍ରଫି ଭାରତ କବଜାରେ ।

..ଏପଟେ ଘରୋଇ ଦଳକୁ ୪ଟି ମ୍ୟାଚରେ ହରାଇ ବିଶ୍ବ ଟେଷ୍ଟ ଚାମ୍ପିଅନସିପ ଫାଇନାଲରେ ଜାଗା କରିବାକୁ ଜି ଜାନ୍ ଲଗାଇବ ବୁମରା ଆଣ୍ଡ କୋ । ପର୍ଥ ମାଟିରେ ୨୦୧୮ରୁ ୨୦୨୩ ଭିତରେ ୪ଟି ଟେଷ୍ଟ ମ୍ୟାଚ୍ ଖେଳାଯାଇଛି । ଯେଉଁଠି ପ୍ରଥମେ ଟେଷ୍ଟ ଜିତି ବ୍ୟାଟିଂ କରିଥିବା ଦଳ ବିଜୟୀ ହୋଇଛନ୍ତି ।

Related post

ଆଜି ଦୋଳ ପୂର୍ଣ୍ଣିମା, ବିଶ୍ବାସ ରହିଛି ଦୋଳରେ ଦୋଳଗୋବିନ୍ଦଙ୍କୁ ଦର୍ଶନ କଲେ ପୁନର୍ଜନ୍ମ ହୁଏ ନାହିଁ ।

ଆଜି ଦୋଳ ପୂର୍ଣ୍ଣିମା, ବିଶ୍ବାସ ରହିଛି ଦୋଳରେ ଦୋଳଗୋବିନ୍ଦଙ୍କୁ ଦର୍ଶନ କଲେ…

ଆଜି ଦୋଳ ପୂର୍ଣ୍ଣିମା । କାଲି ରଙ୍ଗର ପର୍ବ ହୋଲି । ରାଜ୍ୟର ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଛି ମେଳଣ Iଭାରତୀୟ ପରମ୍ପରାରେ ଦୋଳପୂର୍ଣ୍ଣିମାକୁ ଦୁଇ ଭାଗରେ ବିଭକ୍ତ…
ଆଜିଠୁ ଇ-ଡିଟେକ୍ସନ ହେବ ବୀମା । ଗାଡିରେ ବୀମା ନଥିଲେ ଟୋଲ ଗେଟରେ ଧରାପଡିବେ ଗାଡ଼ି ଚାଳକ ।

ଆଜିଠୁ ଇ-ଡିଟେକ୍ସନ ହେବ ବୀମା । ଗାଡିରେ ବୀମା ନଥିଲେ ଟୋଲ…

ବୀମା ନଥିଲେ ସମ୍ପୃକ୍ତ ଗାଡି ବିରୋଧରେ ଇ-ଡିଟେକ୍ସନ ପ୍ରକ୍ରିୟାରେ ଜାରି ହେବ ଇ-ଚାଲାଣ । ରାଜ୍ୟର ବିଭିନ୍ନ ଜାତୀୟ ରାଜପଥରେ ଥିବା ୨୨ଟି ଟୋଲ ଗେଟରେ ଏହା କାର୍ଯ୍ୟକାରୀ…
ଆଜି ପରାକ୍ରମୀ ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ

ଆଜି ପରାକ୍ରମୀ ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ

ସୁଭାଷ ଚନ୍ଦ୍ର ବୋଷ ଭାରତୀୟ ସ୍ବତନ୍ତ୍ରତା ସଂଗ୍ରାମର ମହାନ ନେତା । ନିଜର ସାହାସ ଦୃଢ ସଂକଳ୍ପ ଏବଂ ରଣନୀତୀ ପାଇଁ ସେ ବେଶ୍ ଜଣାଶୁଣା । ଭାରତର…

Leave a Reply

Your email address will not be published. Required fields are marked *