ନିଜ ସରକାର ଉପରେ ରାଗିଲେ କଂଗ୍ରେସ ମୁଖିଆ :ମଲ୍ଲିକାର୍ଜୁନ ଖଡଗେ ।
- ଦେଶ ବିଦେଶ
- November 1, 2024
- No Comment
- 4
କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କଂଗ୍ରେସର ଘୋଷଣାପତ୍ରକୁ ନେଇ ଆଲୋଚନା କରୁଥିଲେ । ଯେଉଁଥିରେ ସେ କର୍ଣ୍ଣାଟକରେ ୫ ଗ୍ୟାରେଣ୍ଟି କଥା ଉଠାଇଥିଲେ । ସେ ଦଳର ନେତାଙ୍କୁ କହିଥିଲେ ଯେ, ଆପଣ ନିର୍ବାଚନ ସମୟରେ ୫ ଗ୍ୟାରେଣ୍ଟିର କଥା କହିଥିଲେ, ହେଲେ ଏବେ କିନ୍ତୁ ଗୋଟିଏ ଗ୍ୟାରେଣ୍ଟିକୁ ରଦ୍ଦ କରିବାକୁ କହୁଛନ୍ତି । ତେଣୁ ୫,୬ କିମ୍ବା ୭ ଗ୍ୟାରେଣ୍ଟି ଦେବା ବଦଳରେ, ବଜେଟ୍ ଅନୁସାରେ ଗ୍ୟାରେଣ୍ଟି ଦେବାକୁ ନିଜ ଦଳର ନେତାଙ୍କୁ କହିଛନ୍ତି ଦଳର ସଭାପତି ମଲ୍ଲିକାର୍ଜୁନ ଖଡଗେ ।
ନିଜ ଦଳର ନେତାଙ୍କୁ ଚେତାଇ ଖଡଗେ କହିଛନ୍ତି, ଯଦି ଆପଣ ବଜେଟ ଉପରେ ବିଚାର ନକରି ପ୍ରତିଶ୍ରୁତି ଦେବେ, ତେବେ ସରକାର ଦେବାଳିଆ ହେଇଯିବ । ସଡକ ଉପରେ ବାଲି ପକାଇବାକୁ ବି ପଇସା ପାଇବନି । ତେଣୁ ଏ ସରକାର ଯଦି ଅସଫଳ ହେବ, ତେବେ ଏହାର ପ୍ରଭାବ ଆଗାମୀ ପୀଢି ଉପରେ ପଡିବ । ଏଥିସହ ସରକାର ଉପରେ ମଧ୍ୟ ଏହାର ପ୍ରଭାବ ପଡିବ, ତେଣୁ ବଜେଟକୁ ଆଖି ଆଗରେ ରଖି ପ୍ରତିଶ୍ରୁତି ଦେବାକୁ କହିଥିଲେ ଖଡଗେ ।