ଆମେରିକା କ୍ୟାବିନେଟ୍ ରେ ଏଲନ ମସ୍କ ଓ ବିବେକ ରାମସ୍ବାମୀଙ୍କୁ ଦେଲେ ବଡ଼ ଦାୟିତ୍ବ

ଆମେରିକା କ୍ୟାବିନେଟ୍ ରେ ଏଲନ ମସ୍କ ଓ ବିବେକ ରାମସ୍ବାମୀଙ୍କୁ ଦେଲେ ବଡ଼ ଦାୟିତ୍ବ

ଆମେରିକାର ଡିପାର୍ଟମେଣ୍ଟ ଅଫ ଗଭର୍ଣ୍ଣମେଣ୍ଟ ଏଫିସିଏନସୀ ବା ସରକାରୀ ଦକ୍ଷତା ବିଭାଗ ପ୍ରମୁଖଭାବେ ଦାୟିତ୍ବ ତୁଲାଇବେ । ଏଲନ ମସ୍କ ହେଉଛନ୍ତି ସ୍ପେଶ ଏକ୍ସ, ଟେସଲା ଓ ସୋସିଆଲ ମିଡିଆ ପ୍ଲାଟଫର୍ମ Xର ମାଲିକ । ଉଦ୍ୟୋଗୀରୁ ରାଜନେତା ହୋଇଥିବା ବିବେକ ରାମାସ୍ବାମୀ ହେଉଛନ୍ତି ଜଣେ ଭାରତୀୟ ବଂଶୋଦ୍ଭବ।

ଡୋନାଲଡ ଟ୍ରମ୍ପ କହିଛନ୍ତି, ଉଭୟ ଆମେରିକୀୟ ସରକାରୀ ଅମଲାତନ୍ତ୍ରରେ ପରିବର୍ତ୍ତନ, ଅତ୍ୟଧିକ ନିୟନ୍ତ୍ରଣ ହଟାଇବା, ଅନାବଶ୍ୟକ ଖର୍ଚ୍ଚ କାଟ୍ କରିବା ଏବଂ ସଂଘୀୟ ସଂସ୍ଥାର ପୁନଃଗଠନ ଦିଗରେ କାର୍ଯ୍ୟ କରିବେ। ଏ ସବୁ ସେଭ୍ ଆମେରିକା ଆନ୍ଦୋଳନ ପାଇଁ ଜରୁରୀ ବୋଲି ଟ୍ରମ୍ପ କହିଛନ୍ତି । ଆମେରିକା ସରକାର ବାର୍ଷିକ ୬.୫ ଟ୍ରିଲିଅନ ଡଲାର ଖର୍ଚ୍ଚ କରୁଛନ୍ତି ।

ସେଥିରୁ ହେଉଥିବା ଅପବ୍ୟୟ ଓ ଫ୍ରଡ୍ କୁ ଆମେ ମୂଳପୋଚ୍ଛ କରିବୁ ବୋଲି କହିଛନ୍ତି ଟ୍ରମ୍ପ । ଡିପାର୍ଟମେଣ୍ଟ ଅଫ ଗଭର୍ଣ୍ଣମେଣ୍ଟ ଏଫିସିଏନସୀ ବିଭାଗକୁ ନେଇ ଅନେକ ଦିନ ଧରି ଆଲୋଚନା ହେଉଥିଲା । ଟ୍ରମ୍ପ ପ୍ରଶାସନରେ ନୂଆ କରି ଏହା ଆରମ୍ଭ କରିବାକୁ ଯାଉଛନ୍ତି । ଏଲନ ଓ ବିବେକ ଏହାର ପ୍ରମୁଖ ଭାବେ କାର୍ଯ୍ୟ କରିବେ ।

୨୦୨୬ ଜୁଲାଇ ୪ ଯାଏ ଦାୟିତ୍ବରେ ରହିବେ । ନିର୍ବାଚନୀ କ୍ୟାମ୍ପେନ ସମୟରେ ଏଲନ ମସ୍କ କହିଥିଲେ, ଆମେରିକା ଫେଡେରାଲ ବଜେଟରୁ ସେ ୨ ଟ୍ରିଲିଅନ ଡଲାର ଖର୍ଚ୍ଚ କାଟ୍ କରିପାରିବେ। ଏବେ ଏଲନ ମସ୍କ କହିଛନ୍ତି, ତାଙ୍କ ନିଯୁକ୍ତି ଖବର ଅପବ୍ୟୟ କରୁଥିବା ବ୍ୟକ୍ତିଙ୍କୁ ଝଟ୍ କା ଦେଇଥିବ। ଯେଉଁମାନେ ସରକାରଙ୍କଠାରୁ ଫାଇଦା ଉଠାଉଥିବେ ସେମାନଙ୍କୁ କଷ୍ଟ ହେଉଥିବ। ରାମାସ୍ୱାମୀ କହିଛନ୍ତି, ଆମେ ସୁବିଧା ସୁଯୋଗ ଦେଇ କାମ କରିବୁ ନାହିଁ

Related post

ଟ୍ରମ୍ପ ଆରମ୍ଭ କଲେ ମହାଯୁଦ୍ଧ!ସମୁଦ୍ରରେ କଲେ ସବୁଠୁ ବଡ଼ ନାକାବନ୍ଦୀ

ଭେନେଜୁଏଲା ବିରୋଧରେ ଟ୍ରମ୍ପଙ୍କ ‘ମହାଯୁଦ୍ଧ’! । ସମୁଦ୍ର ମଝିରେ ଅଟକିଲା ତେଲ ଟ୍ୟାଙ୍କର । ଆମେରିକାର ସବୁଠୁ ବଡ଼ ନାକାବନ୍ଦୀ । ମାଦୁରୋ ସରକାରକୁ ‘ଆତଙ୍କବାଦୀ’ ଘୋଷଣା କଲେ…
Elon Musk ଲଞ୍ଚ କଲେ : ବିନା ସିମ୍ ଏବଂ ନେଟୱାର୍କରେ କଲିଂ!

Elon Musk ଲଞ୍ଚ କଲେ : ବିନା ସିମ୍ ଏବଂ ନେଟୱାର୍କରେ…

ଶୀଘ୍ର ଭାରତରେ ଏଲନ୍ ମସ୍କଙ୍କ ଷ୍ଟାରଲିଙ୍କ ସାଟେଲାଇଟ୍ ଇଣ୍ଟରନେଟ୍ ସର୍ଭିସ ଆରମ୍ଭ ହେବାକୁ ଯାଉଛି । ଏହାପୂର୍ବରୁ, ଏଲନ୍ ମସ୍କ ଏକ ନୂଆ Direct-to-Cell ଟେକ୍ନୋଲୋଜି ଲଞ୍ଚ କରିଛନ୍ତି…
ଆଜି ଆମେରିକା ରାଷ୍ଟ୍ରପତି ନିର୍ବାଚନ  : ଟ୍ରମ୍ପ ଓ କମଳା ମଧ୍ୟରେ ଲଢ଼େଇ

ଆଜି ଆମେରିକା ରାଷ୍ଟ୍ରପତି ନିର୍ବାଚନ : ଟ୍ରମ୍ପ ଓ କମଳା ମଧ୍ୟରେ…

ଦୁଇ ରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ ଓ ଡୋନାଲଡ୍ ଟ୍ରମ୍ପଙ୍କ ମଧ୍ୟରେ କଡା ମୁକାବିଲା ହେଉଛି। ଭାରତୀୟ ସମୟ ଅପରାହ୍ନ ୪ଟା ୩୦ରୁ ଆସନ୍ତାକାଲି ସକାଳ ୬ଟା ୩୦…

Leave a Reply

Your email address will not be published. Required fields are marked *