ଖେଳାଳିଙ୍କୁ କେମିତି ମିଳେ ସରକାରୀ ଚାକିରି

ଖେଳାଳିଙ୍କୁ କେମିତି ମିଳେ ସରକାରୀ ଚାକିରି

ଭାରତୀୟ କ୍ରିକେଟ ଦଳର ଫାଷ୍ଟ ବୋଲର ମହମ୍ମଦ ସିରାଜଙ୍କୁ ତେଲେଙ୍ଗାନା ସରକାର ଏକ ବଡ ଦାୟିତ୍ୱ ଦେଇଛନ୍ତି । ସେ ତେଲେଙ୍ଗାନା ପୋଲିସ ବିଭାଗରେ ଡିଏସପି ଭାବେ ନିଯୁକ୍ତି ପାଇଛନ୍ତି । ଟି-୨୦ ବିଶ୍ୱକପରେ ସିରାଜଙ୍କ ଭଲ ପ୍ରଦର୍ଶନ ପରେ ତେଲେଙ୍ଗାନା ସରକାର ସିରାଜଙ୍କୁ ସରକାରୀ ଚାକିରି ଏବଂ ଜମି ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଗତ କିଛି ଦିନ ତଳେ ସିରାଜ୍ ଡିଏସପି ଭାବେ ନିଯୁକ୍ତି ପାଇଛନ୍ତି ।

ପୂର୍ବତନ ଖେଳାଳି ହରଭଜନ୍ ସିଂଙ୍କୁ ବି ପଞ୍ଜାବ ପୋଲିସରେ ଡେପୁଟି ଏସପି ଭାବେ ନିଯୁକ୍ତି ମିଳିସାରିଛି । ବର୍ତ୍ତମାନ ହରଭଜନ ଆମ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ଅଛନ୍ତି ।

କ୍ରିକେଟ ଜଗତରେ ଅନେକ ଇତିହାସ ରଚିବା ପରେ ଧୋନୀଙ୍କୁ ପ୍ରାଦେଶୀକ ସେନା ଦ୍ୱାରା ଲେପ୍ଟନାଣ୍ଟ୍ କର୍ଣ୍ଣଲ ଭାବେ ସମ୍ମାନୀତ କରାଯାଇଥିଲା । ଧୋନୀଙ୍କୁ ଏହି ର୍ୟାଙ୍କରେ ନିଯୁକ୍ତି ମିଳିବା ପରେ ସେ ସମୟ ସମୟରେ ଆର୍ମୀ ଟ୍ରେନିଂ ନେଉଥିବାର ଦେଖିବାକୁ ମିଳିଛି ।

କ୍ରିକେଟ୍ ର ଭଗବାନ କୁହାଯାଉଥିବା ସଚିନ୍ ତେନ୍ଦୁଲକରଙ୍କୁ ବି ଭାରତୀୟ ବାୟୁସେନାରେ ବଡ ପଦବି ମିଳିସାରିଛି । ୨୦୧୦ ମସିହାରେ ସଚିନଙ୍କୁ ବାୟୁସେନା ଗ୍ରୁଫ୍ କ୍ୟାପ୍ଟେନ୍ ଭାବେ ସମ୍ମାନୀତ କରିଥିଲା ।

ସରକାରୀ ଚାକିରିରେ ନିଯୁକ୍ତି ପାଇଁ ଏକ ସ୍ପୋର୍ଟସ୍ କୋଟା ରହିଛି । ଯାହା ଅଧିନରେ ବିଶ୍ୱବିଦ୍ୟାଳୟ ସ୍ତରରୁ ନେଇ ରାଜ୍ୟ, ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତର ପର୍ଯ୍ୟନ୍ତ ଖେଳାଳିଙ୍କୁ ସରକାରୀ ଚାକିରିରେ ନିଯୁକ୍ତି ଦିଆଯାଇଥାଏ । ଏହା ବ୍ୟତୀତ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ କୌଣସିବି ଦକ୍ଷ ଖେଳାଳିଙ୍କୁ ସିଧାସଳଖ ଭାବେ ନିଯୁକ୍ତି ପତ୍ର ପ୍ରଦାନ କରାଯାଇପାରିବାର ସୁବିଧା ରହିଛି ।

ଅର୍ଥାତ୍ ଖେଳାଳିଙ୍କୁ ସରକାରୀ ଚାକିରି ପାଇଁ କୌଣସି ଆବେଦନ କରିବାକୁ ପଡିନଥାଏ କିମ୍ବା ପଦବୀ ଖାଲି ହେବା ଯାଏଁ ଅପେକ୍ଷା କରିବାକୁ ପଡିନଥାଏ ।

 

Related post

ପ୍ରାଇଭେଟ୍ କମ୍ପାନୀଗୁଡିକର ଟେନସନ୍ ବଢ଼ାଇଲା BSNL ର ୧୫୦ ଦିନିଆ ପ୍ଲାନ୍

ପ୍ରାଇଭେଟ୍ କମ୍ପାନୀଗୁଡିକର ଟେନସନ୍ ବଢ଼ାଇଲା BSNL ର ୧୫୦ ଦିନିଆ ପ୍ଲାନ୍

BSNL ଗୋଟିଏ ପରେ ଗୋଟିଏ ଶସ୍ତା ରିଚାର୍ଜ ପ୍ଲାନ୍ ଉପସ୍ଥାପନ କରି ପ୍ରାଇଭେଟ୍ କମ୍ପାନୀଗୁଡିକର ଟେନସନ୍ ବଢ଼ାଉଛି । ଏହି ସମୟରେ BSNL ଏକ ପ୍ଲାନ୍ ଆଣିଛି ଯାହା…
୨୦୩୬ ଅଲିମ୍ପିକ୍ସ ଆୟୋଜନ କରିବ ଭାରତ !

୨୦୩୬ ଅଲିମ୍ପିକ୍ସ ଆୟୋଜନ କରିବ ଭାରତ !

ଅଲିମ୍ପିକ୍ ଗେମ୍ସ ୨୦୩୬ ଆୟୋଜନ କରିବାକୁ ଭାରତ ସମେତ ୧୦ ଦେଶ ପ୍ରାରମ୍ଭିକ ଆଗ୍ରହ ଦେଖାଇଛନ୍ତି । ଏହି ଦେଶ ଗୁଡ଼ିକ ମଧ୍ୟରେ ମେକ୍ସିକୋ, ଇଣ୍ଡୋନେସିଆ, ତୁର୍କୀ, ପୋଲାଣ୍ଡ,…
ଗୁଜରାଟର ଭଦୋଦରାରେ ଉଦଘାଟିତ ହୋଇଛି ଦେଶର ପ୍ରଥମ ଘରୋଇ ଯୁଦ୍ଧ ବିମାନ ଉତ୍ପାଦନ ପ୍ଲାଣ୍ଟ।

ଗୁଜରାଟର ଭଦୋଦରାରେ ଉଦଘାଟିତ ହୋଇଛି ଦେଶର ପ୍ରଥମ ଘରୋଇ ଯୁଦ୍ଧ ବିମାନ…

ଗୁଜରାଟର ଭଦୋଦରାରେ ଉଦଘାଟିତ ହୋଇଛି ଦେଶର ପ୍ରଥମ ଘରୋଇ ଯୁଦ୍ଧ ବିମାନ ଉତ୍ପାଦନ ପ୍ଲାଣ୍ଟ। ଟାଟା ଏୟାରକ୍ରାଫ୍ଟ କମ୍ପ୍ଲେକ୍ସରେ ଏହି ପ୍ଲାଣ୍ଟର ସୋମବାର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

Leave a Reply

Your email address will not be published. Required fields are marked *